ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।
୧;- କେଉଁ ପକ୍ଷୀ ରାତିରେ ଭଲ ଦେଖିପାରେ ?
ଉତ୍ତର;- ପେଚା ।
୨;- ତାହା କ’ଣ ଯାହା ଏକ ଫୁଲ ହେଲେ ମଧ୍ୟ ପାରିବା ପରି ଖାଇଥାଉ ?
ଉତ୍ତର;- ଫୁଲ କୋବି ।
୩;- ଖପୁରି ଉପରେ ମୁଣ୍ଡ ସୁରକ୍ଷିତ ରଖେ, ମୁଣ୍ଡ ଉପରେ କଣ ଯାହା ମୁଣ୍ଡକୁ ସୁରକ୍ଷିତ ରଖେ ?
ଉତ୍ତର;- ହେଲମେଟ ।
୪;- ସମୁଦ୍ର ମଝିରେ କିଏ ରହିଚି ?
ଉତ୍ତର;- ମୁଁ ।
୫;- କେଉଁ ଧୂପ ବାସେ ନାହିଁ ?
ଉତ୍ତର;- ମଧୁପ ।
୬;- ଲାଲ ପତାକା କାହାର ପ୍ରତୀକ ?
ଉତ୍ତର;- ବିପଦ ଓ ଯୁଦ୍ଧ ।
୭;- ବହୁଥିବା ପାଣି କୁ କେଉଁ ଜୀବ ପିଏ ନାହିଁ ?
ଉତ୍ତର;- ମେଣ୍ଢା ।
୮;- କେଉଁ ପକ୍ଷୀ ଅଣ୍ଡା ଏବଂ କ୍ଷୀର ଉଭୟ ଦେଇଥାଏ ?
ଉତ୍ତର;- ପ୍ଲାଟିପ୍ଲସ ।
୯;- କେଉଁ ଜୀବ ନିଜ ଜିଭରେ ନିଜ କାନ ସଫା କରିଥାଏ ?
ଉତ୍ତର;- ଜିରାଫ ।
୧୦;- ଗୋଲାପ କେଉଁ ଦେଶର ଜାତୀୟ ପୁଷ୍ପ ?
ଉତ୍ତର;- ୟୁନାଇଟେଡ କିଙ୍ଗଡମ ।
୧୧;- କଇଁ ଫୁଲ କେଉଁ ଦେଶର ଜାତୀୟ ଫୁଲ ?
ଉତ୍ତର;- ପ୍ରନ୍ସ ।
୧୨;- ତାହା କ’ଣ ଅଟେ ଯାହାକୁ ଆପଣ କାଟିଥାନ୍ତି, ମାତ୍ର କେବେ ତାହାକୁ ଖଣ୍ଡଖଣ୍ଡ କରି ନଥାନ୍ତି ?
ଉତ୍ତର;- ସମୟ ।
୧୩;- କେଉଁ ଫଳର ଚୋପା ନାହିଁ କି ମଞ୍ଜି ନାହିଁ ?
ଉତ୍ତର;- ତୁଥ କୋଳି ।
୧୪;- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ କିନ୍ତୁ ପାଣି ପିଇବାକୁ ଦେଲେ ମରିଯାଏ ?
ଉତ୍ତର;- ନିଆଁ ।
୧୫;- ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?
ଉତ୍ତର;- ନଡିଆ/ପଇଡ ।
୧୬;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?
ଉତ୍ତର;- ବେଲୁନ ।
୧୭;- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?
ଉତ୍ତର;- କମଳା ।
୧୮;- ବର୍ଷାଦିନେ କାନ୍ଦେ ଶୀତ ଦିନେ ଶୁଏ, ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ ରଙ୍ଗ ବିରଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?
ଉତ୍ତର;- ଛତା ।
୧୯;- ପଥର ହେଲେ ବି ମୁଁ ପାଣି ?
ଉତ୍ତର;- ବରଫ/କୁଆ ପଥର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।