କେଉଁ ମାନଙ୍କୁ ଲଗାଇବା ଉଚିତ ନୁହେଁ କୋରୋନା ଟିକା Covishield ଓ Covaxin, ଜାଣନ୍ତୁ ଗାଇଡଲାଇନ୍

ବନ୍ଧୁଗଣ ସାରା ଦେଶରେ ବର୍ତ୍ତମାନ କରୋନା ମହାମାରୀ ନିଜର ଭାଙ୍କାର ରୂପ ଦେଖାଇଛି । ଭାରତର କେତେକ ରାଜ୍ୟରେ ଏହାର କୋପ ଧୀରେ ଧୀରେ ବଢିବାରେ ଲାଗିଛି । ଲାକ୍ଷାଧିକ ଲୋକ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇଛନ୍ତି ଓ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଭାରତର କେତେକ ରାଜ୍ୟରେ ଅସ୍କିଜେନର ଅଭାବ କାରଣରୁ ମଧ୍ୟ କେତେକ କରୋନା ରୋଗୀ ନିଜର ପ୍ରାଣ ହରାଉଛନ୍ତି ।

କରୋନା ମହାମାରୀର ମୁକାବାଲା ପାଇଁ ଭରତ ସରକାର ମେ ୧ରୁ କରୋନା ଟୀକା ଦେବାର ଘୋଷଣା କରିଛନ୍ତି । ମେ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକମାନେ କରୋନା ଟୀକା ନେଇପାରିବେ । ବନ୍ଧୁଗଣ ଆମ ଓଡିଶା ସରକାର ମେ ୧ ତାରିଖରୁ ସଂପୂର୍ଣ୍ଣ ମାଗଣାଟି ଦେବା ପାଇଁ ଘୋଷଣା କରିଛନ୍ତି ।

ବନ୍ଧୁଗଣ ଏହି ଟୀକାକୁ ନେଇ କେତେକ ଲୋକଙ୍କ ମନରେ ଅନେକ ଭୟ ରହିଛି । ଟୀକାକରଣର ପାର୍ଶ୍ଵ ପ୍ରତିକ୍ରିୟାକୁ ନେଇ ଲୋକମାନେ ଅଧିକ ଚିନ୍ତାରେ ରହିଛନ୍ତି । ବାସ୍ତବରେ କେତେକ ମାମଲାରେ କରୋନା ଟୀକାର ପାର୍ଶ୍ଵ ପ୍ରତିକ୍ରିୟାକୁ ନେଇ ଅନେକ ଲୋକ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଆଜାମେ ଆପଣ ମାନଙ୍କୁ କରୋନା ଟୀକା ବିଷୟରେ କହିବାକୁ ଯାଉଛୁ । କେଉଁ ଲୋକ ମାନଙ୍କୁ ଏହି ଟୀକା ନେବା ଉଚିତ ନୁହେଁ ତାହା ବିଷୟରେ ମଧ୍ୟ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଭାରତ ବାୟୋଟେକ୍ କୋଭ୍ୟାକ୍ସିନ୍ ପ୍ରସ୍ତୁତ କରାଯାଇଛି । କମ୍ପାନୀ ଏହାର ଫ୍ୟାକ୍ଟସିଟରେ କହିଛି ଯେ, ‘ଯଦି ଜଣେ ବ୍ୟକ୍ତିଙ୍କୁ ଟିକାର କୌଣସି ନିର୍ଦ୍ଦିଷ୍ଟ ଉପାଦାନରୁ ଆଲର୍ଜି ଥାଏ, ତେବେ ସେମାନେ ଏହି ଟିକା ଲଗାଇବା ଉଚିତ୍ ନୁହେଁ । ଟୀକାର ପ୍ରଥମ ଡୋଜରେ ଯଦି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ସାମ୍ନାକୁ ଆସିବ ବା ସାଂଘାତିକ ସଂକ୍ରମଣ ଓ ଜ୍ଵର ଆଦି ହେବ ତା ହେଲେ ମଧ୍ୟ ଏହି ଟୀକା ଗ୍ରହଣ କରାଯିବା ଉଚିତ ନୁହେଁ । ଏହା ସହିତ ଯେଉଁ ମାନେ ଅନ୍ୟ କୌଣସି ଟୀକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ତା ହେଲେ ସେମାନେ କୋଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେବା ଉଚିତ୍ ନୁହେଁ ।


କୋଭ୍ୟାକ୍ସିନ୍ ପୂର୍ବରୁ ଗ-ର୍ଭ-ବ-ତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ଟୀକା ଦେବାକୁ ମନା କରିଦେଇଥିଲେ । କମ୍ପାନୀ ମତରେ ଏହି ମହିଳା ମାନଙ୍କ ଉପରେ ଟୀକାର ପରୀକ୍ଷଣ କରାଯାଇ ନାହିଁ। ଫ୍ୟାକ୍ଟସିଟରେ ଦର୍ଶାଯାଇଛି ଯେ, ଗ-ର୍ଭ-ବ-ତୀ ଓ ସ୍ତ-ନ୍ୟ-ପା-ନ କରାଉଥିବା ମହିଳାମାନେ ଟିକା ଲଗାଇବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଅବଗତ କରାଇବା ଆବଶ୍ୟକ ।

କୋଭିଶିଲ୍ଡ ବା କରୋନା ଟୀକାରେ ବ୍ୟବହୃତ ଉପାଦାନଗୁଡ଼ିକ ହେଉଛି ଏଲ-ହିଷ୍ଟିଡାଇନ, ଏଲ-ହିଷ୍ଟିଡାଇନ ହାଇଡ୍ରୋକ୍ଲୋରାଇଡ ମୋନୋହାଇଡ୍ରେଟ, ଡିସୋଡିୟମ ଏଡିଟେଟ ଡାଇହାଇଡ୍ରେଟ୍ ଏବଂ ଇଞ୍ଜେକ୍ସନ୍ ପାଇଁ ପାଣି । ଏହାର ଫ୍ୟାକ୍ଟସିଟରେ କୁହାଯାଇଛି ଯେ, ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ନେବା ପାଇଁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ସହିତ ପରାମର୍ଶ କରିବା ଉଚିତ୍ । ବନ୍ଧୁଗଣ ଏହା ସହିତ କୋଭିଶିଲ୍ଡ ଓ କୋଭ୍ୟାକ୍ସିନ ପିଲା ମାନଙ୍କୁ ଦିଆ ଯାଉନାହିଁ କାରଣ ପିଲା ମାନଙ୍କ ଉପରେ ଏହାର ପରୀକ୍ଷଣ ହେଇନାହିଁ ।

କୋଭିଶିଲ୍ଡରେ ଥିବା ଫ୍ୟାକ୍ଟସିଟରେ କୁହାଯାଇଛି ଯେ, ଯଦି ଜଣେ ବ୍ୟକ୍ତିଙ୍କୁ ଟିକାର କୌଣସି ନିର୍ଦ୍ଦିଷ୍ଟ ଉପାଦାନରୁ ଆଲର୍ଜି ଥାଏ, ତେବେ ସେମାନେ ଏହି ଟିକା ଲଗାଇବା ଉଚିତ ନୁହେଁ । ବନ୍ଧୁଗଣ ଟୀକାର କିଛି ପାର୍ଶ୍ଵ ପ୍ରତିକ୍ରିୟା ରହିଛି ସେଗୁଡିକ ହେଉଛି ହାତରେ କିଛି ସମସ୍ୟା, ଇଞ୍ଜେକ୍ସନ ନେଥିବା ବାହୁରେ ଦୁର୍ବଳତା, ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଜ୍ୱର, ଅସ୍ଥିରତା, ଥକ୍କା, ଦାଗ, ବାନ୍ତି । ଏହା ବିଷୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭରତ ବାୟୋଟେକ୍ ର ବିଶେଷଜ୍ଞ ମାନେ କହିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *