ସାବଧାନ ! ମାଡି ଆସୁଛି ବ୍ଲାକ ଫଂଗସ, ଏହି ସବୁ ଲୋକଙ୍କୁ ରହୁଛି ଅଧିକ ସଂକ୍ରମଣର ଭୟ- Dr. SUJIT KUMAR KAR

ନମସ୍କାର ବନ୍ଧୁଗଣ ଦେଶ ରେ କରୋନା ମହାମାରୀ ଆତଙ୍କିତ ରଖିଥିବା ସମୟରେ ବର୍ତ୍ତମାନ ବ୍ଲାକ ଫଙ୍ଗସ ଭାବେ ଅନ୍ୟ ଏକ ସଂକ୍ରମଣ ପୁଣି ଚିନ୍ତା ର ବିଷୟ ପାଲଟିଛି ।

ଏହା ସାଧାରଣତଃ ମନୁଷ୍ୟ ର ମସ୍ତିଷ୍କ, ଫୁସଫୁସ, ଏବଂ ଚର୍ମ ଉପରେ ଉପରେ ଆକ୍ରମଣ କରିଥାଏ । ଏହା ଛଡା ଏ ଆମ ଆଖି କୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ଆଖି କୁ ନଷ୍ଟ ମଧ୍ୟ କରି ପାରେ । ଏହାର ଲକ୍ଷଣ ହେଉଛି ଆଖି ଜଳି ଉଠିବା । ଗାଲ ବିନ୍ଧିବା ଆଦି ହୋଇ ଥାଏ । ଏବଂ ନାକ ମଧ୍ୟ ବିନ୍ଧି ଉଠେ । ବ୍ଲାକ ଫଙ୍ଗସ ରେ ମୃ-ତ୍ୟୁ ହାର ୫୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ମଧୁମେହ ଆଦି ରୋଗ ଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ ।

ଯେତେବେଳେ କରୋନା ହେବା ପରେ ଏବଂ ଷ୍ଟେରଏଡ୍ସ ଦେବା ସମୟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏ ସେତେବେଳେ ଏହି ରୋଗ ହୋଇଥାଏ । ଆଇ ସି ଏମ ଆର ଏବଂ ଅନ୍ୟ କିଛି ଡାକ୍ତର ଙ୍କ ଅନୁସାରେ ଏବଂ ପରାମର୍ଶ ଅନୁଯାୟୀ ଷ୍ଟେରଏଡ୍ସ ର ବ୍ୟବହାର ସ୍ୱଳ୍ପ ଏବଂ କେତେକ ଡାକ୍ତର ଙ୍କ ପରାମର୍ଶ ରେ ହିଁ ନେବା ଉଚିତ ।

ମଧୁମେହ କୁ ନିଜ ନିୟନ୍ତ୍ରଣ ରେ ରଖିବା କୁ ଚେଷ୍ଟା କରିବା । ଏବଂ ଯେଉଁ ଔଷଧ ରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୁଏ ସେହି ଔଷଧ କୁ କମ ଖାଇବା ଉଚିତ । ହାଇପରଗ୍ଲୋଇସେମିଆର ଅର୍ଥ ହେଉଛି ରକ୍ତ ରେ ଅଧିକ ଗ୍ଲୁକୋଜ କୁ ନିୟନ୍ତ୍ରଣ ରେ ରଖିବା । ମଧୁମେହ ରୋଗୀ କରୋନା ରୁ ଭଲ ହେବା ପରେ ସେମାନଙ୍କ ରକ୍ତ କୁ ପର୍ଯ୍ୟନ୍ତ କ୍ରମେ ଯାଞ୍ଚ କରିବା ଉଚିତ ।

ଅମ୍ଳଜାନ ଥେରାପି ବ୍ୟବହାର କରିବା ବେଳେ ଏକ ଆଦ୍ରତା ମଧ୍ୟ ରେ ସଫା ରଖିବା ଏବଂ ନିଷ୍କାସିତ ଜଳ କୁ ବ୍ୟବହାର କରନ୍ତୁ । କୌଣସି ନିଜ ମନ ମୁତାବକ ଔଷଧ ସେବନ କରନ୍ତୁ ନାହିଁ ।ଯଦି ବ୍ଲାକ ଫଙ୍ଗସ ର କୌଣସି ଲକ୍ଷଣ ଦେଖାଯାଏ ତେବେ ତାକୁ ଅଣଦେଖା ନ କରି ତୁରନ୍ତ ନିଜ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚିକିତ୍ସା କରନ୍ତୁ ।

କାରଣ ଯଦି ଆରମ୍ଭ ରୁ ହିଁ ଏହାର ଉଚିତ ଚିକିତ୍ସା କରାଯାଏ ତେବେ ଏହା ଶୀଘ୍ର ଭଲ ହୋଇ ପାରିବ । ବ୍ଲାକ୍ ଫଙ୍ଗସ ନାକ ଦେଇ ଆଖି କୁ ଯାଏ । ଯଦି ଏହାର ଚିକିତ୍ସା ନ କରା ଯାଏ ତେବେ ଏହା ମସ୍ତିଷ୍କ ଉପରେ ମଧ୍ୟ ଆକ୍ରମଣ କରିପାରେ । ଏବଂ ଯାହା ବହୁତ ସାଂ-ଘା-ତି-କ ହୋଇ ପାରେ । ତେଣୁ ନିଜର ଯତ୍ନ ନିଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *