ସଂକ୍ରମଣ ବୃଦ୍ଧି ଯୋଗୁ ସରକାରଙ୍କ ବଡ଼ ନିଷ୍ପତ୍ତି; ରାଜ୍ୟର ପ୍ରତି ଘରେ ମାଗଣାରେ ଦିଆଯିବ କରୋନା ଔଷଧ

ବର୍ତ୍ତମାନ ଦୁନିଆ ରେ ଯେଉଁ କରୋନା ମହାମାରୀ ର ଆତଙ୍କ ଚାଲିଛି ସେଥିରେ ଲୋକମାନେ ବହୁତ ଭୟବିତ ହେଉଛନ୍ତି । କାରଣ ଏହି ଭୁତାଣୁ କିମ୍ବା କରୋନା ଭାଇରସ ବହୁତ ଲୋକଙ୍କ ଜୀଵନ ନେଇ ସାରିଛି ।

ଆଉ କେତେ ଜୀଵନ ନେବ ତାହା କିଛି ଜଣା ନାହିଁ । କରୋନା ର ସଂକ୍ରମଣ ରୁ ବଞ୍ଚିବା ପାଇଁ ସରକାର ଙ୍କ ନିର୍ଦେଶ କ୍ରମେ ଆମକୁ ସାମାଜିକ ଦ୍ଵରତା ବଜାୟ ରଖିବା ଉଚିତ । ସର୍ଵଦା ଘରେ ସୁରକ୍ଷିତ ରହିବା ଆବଶ୍ୟକ ଏବଂ କୌଣସି ଜରୁରୀ କାର୍ଯ୍ୟ ପଡିଲେ ହିଁ ଘରୁ ବାହାରକୁ ଯିବା ଉଚିତ ଏବଂ ବାହାରକୁ ଘରେ ମୁହଁରେ ମାସ୍କ ପିନ୍ଧନ୍ତୁ ଏବଂ ଖାଦ୍ୟ ଖାଇବା ପୂର୍ବରୁ ହାତ କୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ତେବେ ଏହି ମହାମାରୀ ସଂକ୍ରମଣ କୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ନିଷ୍ପତ୍ତି କଣ ଆସନ୍ତୁ ଜାଣିନେବା ।  କରୋନା ଲଢେ଼ଇ ପାଇଁ ଆବଶ୍ୟକତା ହେଉଥିବା ସାମଗ୍ରୀକୁ ପ୍ରତି ଘରେ ମାଗଣା ରେ ବାଂଟିବେ ରାଜସ୍ଥାନ ର ସରକାର । କାରଣ କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣ ରେ ଆଣିବା ପାଇଁ ରାଜସ୍ଥାନ ର ଗେହଲୋଟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଏହି ସାମଗ୍ରୀ ଭିତରେ ଆଜିଥ୍ରୋମାଇସିନ, ପାରାସିଟାମଲ, ଜିଙ୍କ ସଲଫେଟ, ଏବଂ ଅକ୍ସବିକ ଏସିଡ ଇତ୍ୟାଦି । ଏହି ବିଷୟ କୁ ନେଇ ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଟ୍ୱିଟ କରି ସ୍ୱଚନା ଦେଇଛନ୍ତି । ସମସ୍ତ ଙ୍କ ଘରକୁ ଯାଇ ସର୍ଭେ ଅନୁସାରେ ପରୀକ୍ଷା କରିବା ଏବଂ ଔଷଧ ଦେଲେ ସଂକ୍ରମଣ କୁ ନିୟନ୍ତ୍ରଣ ରେ ରଖି ପାରିବା ।

ଏହି କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗୁଛି । ୨୪ ଘଂଟା ରେ ରାଜସ୍ଥାନ ରେ ୧୪,୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୧୫୫ ଜଣଙ୍କ ର ଜୀଵନ ଯାଇଛି । ରାଜସ୍ଥାନ ବର୍ତ୍ତମାନ ଦେଶରେ ଚତୁର୍ଥ କରୋନା ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ଆବଶ୍ୟକ ଅନୁସାରେ ଅକ୍ସୀଜେନ ର ଅଭାବ ରହିଛି ବୋଲି ସରକାର ସ୍ୱଚନା ଦେଇଛନ୍ତି । ତେଣୁ ଏଭଳି ପଦକ୍ଷେପ ଦ୍ୱାରା କିଛି ପରିମାଣରେ ଏହାକୁ ନିୟନ୍ତ୍ରଣ ରେ ଆଣି ପାରିବା ବୋଲି କହିଛନ୍ତି ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *