1947 ରୁ 2022 ପର୍ଯ୍ୟନ୍ତ ଓଡିଶାର କେଉଁ ମୁଖ୍ୟମନ୍ତ୍ରୀ କେଉଁ ଜିଲ୍ଲାରୁ ଅଟନ୍ତି ? ଦେଖନ୍ତୁ…

ବନ୍ଧୁଗଣ ଭାରତ ସ୍ଵାଧୀନ ହେବା ପରଠାରୁ ଆମ ରାଜ୍ୟ ଯେଉଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପାଇଛି ସେମାନେ କେଉଁ ଜିଲ୍ଲାରୁ ଆସିଛନ୍ତି । ଆଉ କେଉଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ସେମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ସ୍ଵାଧୀନତା ପରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ମହାତାବ । ସେ କଟକ ବିଧାନ ସଭା ଆସନରୁ ଲଢି ବିଧାୟକ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ ନେଇଥିଲେ ।

ତେବେ ହରେକୃଷ୍ଣଙ୍କ ପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବ କୃଷ୍ଣ ଚୌଧୁରୀ । ଜଗତ ସିଂହ ପୁରର ଏକ ଓକିଲ ପରିବାରରୁ ଜନ୍ମ ଗ୍ରହଣ କରିଥିବା ନବ କୃଷ୍ଣ ପରବର୍ତ୍ତୀ ସମୟରେ ବିଧାୟକ ହୋଇ ଓଡିଶାର ଶାସନ ଭାର ସମ୍ଭାଳି ଥିଲେ । ତେବେ ନବ କୃଷ୍ଣଙ୍କ ମୁଖ୍ୟମନ୍ତ୍ରୀ ପାରିସମାପ୍ତି ପରେ ପୁଣି ମୁଖ୍ୟମନ୍ତ୍ରୀ ଗାଦିକୁ ଫେରିଥିଲେ ହରେକୃଷ୍ଣ ମହାତାବ । 1961 ମସିହାରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେବା ପରେ ସରକାର ଭାଙ୍ଗି ଥିଲା ଆଉ ପରେ ସେହି ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓଡିଆ ମାଟିର ପୁଅ ବିଜୁ ପଟ୍ଟନାୟକ ।

ଗଞ୍ଜାମ ଜିଲ୍ଲାରେ ଜନ୍ମିତ ବିଜୁ ପଟ୍ଟନାୟକଙ୍କ ଓଡିଶା ପ୍ରତି ଅବଦାନ ଆଜି ବି ଜଣା ପଡେ । ବିଜୁ ବାବୁଙ୍କ ପରେ କଟକରେ ଜନ୍ମିତ ବିରେନ ମିତ୍ର କଟକ ସିଟି ବିଧାନ ସଭା ଆସନରୁ ଲଢି ବିଧାୟକ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଓଡିଶାର ଶାସନ ଡୋରୀ ସମ୍ଭାଳି ଥିଲେ । ବିରେନଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ ନବରଂଗ ପୁର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସଦାଶିବ ତ୍ରିପାଠୀ ।

ସଦାଶିବଙ୍କ ପରେ ଓଡିଶାର ଶାସନ ଡୋରୀ ସମ୍ଭାଳି ଥିଲେ ରାଜେନ୍ଦ୍ର ନାରାୟଣ ସିଂହ ଦେଓ । ବଲାଙ୍ଗୀର ବିଧାନ ସଭାରୁ ନିର୍ବାଚିତ ହୋଇ ସେ ଓଡିଶାର ଶାସନ ଭାର ସମ୍ଭାଳି ଥିଲେ । 1971 ମସିହାରେ ରାଷ୍ଟ୍ରପତି ଶାସନ ଶେଷ ହେବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଶ୍ଵନାଥ ଦାସ । ଗଞ୍ଜାମ ଜିଲ୍ଲାରେ ଜନ୍ମିତ ବିଶ୍ଵନାଥ ରାଉଲକେଲା ବିଧାନ ସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

1972 ମସିହାରେ ଓଡିଶାର ଶାସନ ଡୋର ପ୍ରଥମ ପାଇଁ ଜଣେ ମହିଳାଙ୍କ ହାତକୁ ଯାଇଥିଲା । ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ପୁରୀରେ ଜନ୍ମିତ ନନ୍ଦିନୀ ଶତପଥି । ନନ୍ଦିନୀଙ୍କ ପରେ ଓଡିଶାର ଶାସନ ଡୋର ସମ୍ଭାଳି ଥିଲେ ଗଞ୍ଜାମ ଜିଲ୍ଲାରେ ଜନ୍ମିତ ବିନୟକ ଆଶ୍ଚର୍ଯ୍ୟ । ବିନୟକ ମାତ୍ର 122 ଦିନ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ତାଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ବାଲେଶ୍ଵର ଜିଲ୍ଲାର ନୀଳମଣି ରାଉତରାୟ ।

ନୀଳମଣିଙ୍କ ପରେ ଓଡିଶାର ଶାସନ ଭାର ନେଇଥିଲେ ପୁରୀ ଜିଲ୍ଲାରେ ଜନ୍ମିତ ଜାନକୀ ବଲ୍ଲଭ ପଟ୍ଟନାୟକ । ଜାନକୀଙ୍କ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେମେନନ୍ଦ ବିଶ୍ଵାଳ । ଏହା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ପୁନର୍ବାର ଶପଥ ନେଇଥିଲେ ବିଜୁ ପଟ୍ଟନାୟକ । ବିଜୁଙ୍କ ପରେ ପୁଣି ଗାଦିକୁ ଫେରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ । ଏହା ପରେ ପୁଣି ଓଡିଶାର ମୁଖ୍ୟମନ୍ତ୍ରୀ ହେଇଥିଲେ ହେମାନନ୍ଦ ବିଶ୍ଵାସ ଆଉ ତାଙ୍କ ପରଠାରୁ ଆଜି ପର୍ଯ୍ୟନ୍ତ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *