ଦେଖନ୍ତୁ କଣ ହୋଇଥାଏ ଯେତେ ବେଳେ ଯମରାଜ ଛୁଟିରେ ଥାଆନ୍ତି…ଦେଖନ୍ତୁ ଭିଡିଓ

ବନ୍ଧୁଗଣ କଥାରେ ଅଛି ଯଦି ଭାଗ୍ୟ ଭଲ ଥିବ ତା ହେଲେ ମଣିଷ ମୃତ୍ୟୁ ମୁହଁରୁ ଫେରି ଆସିବ  । ବନ୍ଧୁଗଣ ବେବେବେଳେ ଲୋକ ମାନଙ୍କର ସାମ୍ନାରେ ଏମିତି କିଛି ପରିସ୍ଥିତି ଆସିଥାଏ ଯେଉଁଠି ବଞ୍ଚିବା ସମ୍ଭବ ହୋଇ ନଥାଏ ହେଲେ ସେମାନଙ୍କର ଭାଗ୍ୟ ଭଲ ଥିବାରୁ ସେମାନେ ବଞ୍ଚି ଯାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଭାଗ୍ୟ ବହୁତ ଭଲ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଘଟଣା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ବ୍ୟକ୍ତି ସମୁଦ୍ରରେ ପହଁରୁ ଥିଲା ହେଲେ ହଠାତ ସେହି ସମୟରେ ଗୋଟେ କୁମ୍ଭୀର ଆସିଗଲା । କୁମ୍ଭୀରଟି ବ୍ୟକ୍ତିକୁ ଖାଇବା ପାଇଁ ପାଟି ଖୋଲୁଛି ହେଲେ ସେହି ସମୟରେ ବ୍ୟକ୍ତି ଜଣକ ନିଜ ଗୋଡ ହଲାଇ କୁମ୍ଭୀରକୁ ବିଚଳିତ କରୁଛନ୍ତି ଯାହା ଫଳରେ କୁମ୍ଭୀରଟି ସେହି ସ୍ଥାନରୁ ଚାଲି ଯାଉଛି ଓ ବ୍ୟକ୍ତି ଜଣକ ବଞ୍ଚି ଯାଉଛନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ନଦୀ କୂଳରେ ବସି ମାଛ ଧରୁଛି । ଗୋଟେ ମାଛ ନଦୀ କୂଳରେ ପ୍ରାଣ ବଞ୍ଚାଇବା ପାଇଁ ଡେଇଁ ବାରେ ଲାଗିଛି ଆଉ ବ୍ୟକ୍ତି ଜଣକ ସେହି ମାଛକୁ ଜାଲରେ ଧରି ଦେଉଛନ୍ତି । ଏହା ପରେ ବ୍ୟକ୍ତି ଜଣକ ସେହି ସ୍ଥାନରୁ ଯିବା ସମୟରେ ହଠାତ ନଦୀରୁ ଏକ ବଡ ମାଛ ଡେଇଁ ବ୍ୟକ୍ତିର ଜାଲ ଭିତରେ ପଡୁଛି । ବନ୍ଧୁଗଣ ଏହାକୁ କୁହନ୍ତି ଭାଗ୍ୟ ପ୍ରଥମେ ଗୋଟେ ଛୋଟ ମାଛ ମିଳିଲା ତା ବି କଷ୍ଟ କରି ଆଉ ପରେ ବିନା କଷ୍ଟରେ ବଡ ମାଛ ।

୩. ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ଫିଲ୍ମରେ ବିଜୁଳି ପଡିବାର ଦୃଶ୍ୟ ଦେଖିଥିବେ । ଫିଲ୍ମ ଆଉ ରିଅଲ ଲାଇଫରେ ବିଜୁଳିର ବହୁତ ପାର୍ଥକ୍ୟ ରହିଛି । ରିଅଲ ଲାଇଫରେ ଯଦି କାହା ଉପରେ ବିଜୁଳି ପଡେ ତା ହେଲେ ସେହି ବ୍ୟକ୍ତି ସଙ୍ଗେ ସଙ୍ଗେ ପ୍ରାଣ ହରାଏ । ହେଲେ ଆମ ତୃତୀୟ ଭିଡିଓରେ ଗୋଟେ ଗାଡି ଉପରେ ଚାରି ଥର ବିଜୁଳି ପଡୁଛି । ସେହି ଗାଡିରେ ସ୍ଵାମୀ-ସ୍ତ୍ରୀ ନିଜ ଦୁଇ ଛୁଆଙ୍କ ସହ ଯାଉଥିଲେ । ହେଲେ ଶୋଭାଗ୍ୟ ବଶତଃ କାହାର କିଛି କ୍ଷତି ହେଲାନି ।

୪. ବନ୍ଧୁଗଣ ଘରେ ଲାଗୁଥିବା ସିଲିଙ୍ଗ ଫ୍ୟାନର ଫିଟିଙ୍ଗ ବହୁତ ମଝବୁତ ହେବା ଦରକାର ନଚେତ ଏହା ଯଦି ତଳେ ଖସି ପଡିବ ତା ହେଲେ କଣ ହେବ ଆପଣ ମାନେ ଅନୁମାନ ଲଗାଇ ପାରୁଥିବେ । ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ବ୍ୟକ୍ତି ଜିମକୁ ଚାଲି ଚାଲି ଆସୁଛି ସେହି ସମୟରେ ତା ମୁଣ୍ଡ ଉପରୁ ସିଲିଙ୍ଗ ଫ୍ୟାନ ଖସି ପଡୁଛି । ହେଲେ ଶୋଭାଗ୍ୟ ବଶତଃ ଅଳ୍ପକେ ବ୍ୟକ୍ତି ଜଣକ ବର୍ତ୍ତୀ ଯାଉଛନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓଟି ହେଉଛି ଏକ ଜଙ୍ଗଲ ସଫାରିର ଯେଉଁଠି କିଛି ଲୋକ ସଫାରି ବୁଲିବାକୁ ଯାଇଛନ୍ତି । ସେହି ସ୍ଥାନରେ କେତେକ ବାଘ ସଫାରି ଗାଡି ଚାରି ପଟେ ଘେରି ରହିଛନ୍ତି ଆଉ ଗାଡି ଉପରେ ଛିଡା ହୋଇ ଜଣେ ବ୍ୟକ୍ତି ଏ ଦୃଶ୍ୟର ମଜା ନେଉଛି । ଭାଗ୍ୟ ଭଲ ଥିବାରୁ କୌଣସି ବାଘ ବ୍ୟକ୍ତି ଉପରେ ଆକ୍ରମଣ କରିଲେ ନାହିଁ ନହଲେ ଏଇ ସଫାରି ବ୍ୟକ୍ତିର ଶେଷ ସଫାରି ହୋଇଥାନ୍ତା ।

Leave a Reply

Your email address will not be published. Required fields are marked *