ଦ୍ରୌପଦୀ (Draupadi Murmu) ଙ୍କୁ ନା… ସିହ୍ନା (Yashwant Sinha) ଙ୍କୁ ହଁ… 

ରାଷ୍ଟ୍ରପତି ନିର୍ବାଚନରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ଆପ୍ । ନିର୍ବାଚନକୁ ଆଉ ଦିନଟେ ଥିବା ବେଳେ ସମସ୍ତଙ୍କ ନଜର ଆପ୍ ଉପରେ ଥିଲା । ଦଳ ମଧ୍ୟ ନିଷ୍ପତ୍ତି ଶୁଣାଇବାକୁ ନେଇଛି ଢେର ସମୟ । ଶେଷରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି । ଆପ୍ ପକ୍ଷରୁ ବିଧିମତ ରୂପେ ଏହି ଘୋଷଣା କରାଯାଇଛି । ସିହ୍ନାଙ୍କ ଲଢେଇ ଏନଡିଏ ପ୍ରାର୍ଥୀ ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ ।

ମୁର୍ମୁଙ୍କ ସହ ଅନେକ ଅଣ ଏନଡିଏ ଦଳ ଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଆମ ଆଦାମି ପାର୍ଟି ରାଷ୍ଟ୍ରପତି ନିର୍ବାଚନରେ ଜସବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଦଳ ଘୋଷଣା କରିଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆମର ସମ୍ମାନ ରହିଛି ହେଲେ ଆମ ଦଳ ଜସବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ଦଳର ନେତା ।

ଆମ ଆଦାମି ପାର୍ଟି ଏକ ମାତ୍ର ଅଣ କଂଗ୍ରେସ ଓ ଅଣ ବିଜେପି ଦଳ ଯିଏ ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିଛି । ଲୋକସଭାରେ ଆମ ଆଦାମି ପାର୍ଟିର କୌଣସି ସାଂସଦ ନାହାନ୍ତି । ହେଲେ ଦଳ ପାଖରେ 10 ଜଣ ରାଜ୍ୟସଭା ସାଂସଦ ରହିଛନ୍ତି ଏମାନଙ୍କୁ ମଧ୍ୟରୁ ତିନି ଜଣ ଦିଲ୍ଲୀରୁ ରାଜ୍ୟ ସଭାକୁ ଯାଇଛନ୍ତି ।

ସେହିପରି ଆମ ଆଦାମି ପାର୍ଟି ପାଖରେ 156 ଜଣ ବିଧାୟକ ରହିଛନ୍ତି । ଦଳ ପଞ୍ଜାବରେ 92ଟି ଆସନ ଜିତି ଥିବା ବେଳେ ଦିଲ୍ଲୀରେ 62 ଓ ଗୋଆରେ 2ଟି ଆସନ ଦଖଲ କରିଥିଲା । ଜସବନ୍ତ ସିହ୍ନାଙ୍କୁ କଂଗ୍ରେସ ସମେତ ଟିଏମସି ଓ ଟିଆରଏସ ଭଳି ଦଳ ସମର୍ଥନ କରିଛନ୍ତି । ଅନ୍ୟ ପଟେ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ କରିବା ବେଳେ ତାଙ୍କ ସମର୍ଥନରେ 50 ପ୍ରତିଶତରୁ କମ ଭୋଟ ରହିଥିଲା ।

ହେଲେ ବିଜେଡି, ୱାଇଏସଆର କଂଗ୍ରେସ, ଜେଏମଏମ, ବିଏସପି, ଶିବ ସେନା, ଏଆଇଡିଏମକେ, ଅକାଳୀ, ଟିଡିପି, ଜେଡିୟୁ ଓ ଜେଡିଏସ ଭଳି ଦଳ ପକ୍ଷରୁ ତାଙ୍କ ପ୍ରାର୍ଥିତ୍ଵକୁ ସମର୍ଥନ କରାଯାଇଛି । ଏହାକୁ ମିଶାଇଲେ ତାଙ୍କ ସପକ୍ଷଏ ବର୍ତ୍ତମାନ 60 ପ୍ରତିଶତରୁ ଅଧିକ ଭୋଟ ହେଇ ସାରିଲାଣି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *