ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ଓଡିଶାର ପୁର୍ବରେ କେଉଁ ସାଗର ଅଛି ?
ଉତ୍ତର- ଓଡିଶାର ପୁର୍ବରେ ବଙ୍ଗୋପ ସାଗର ଅଛି ।
୨. ପ୍ରାକୃତିକ ଗଠନ ଦୃଷ୍ଟିରୁ ଓଡିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
ଉତ୍ତର- ପ୍ରାକୃତିକ ଗଠନ ଦୃଷ୍ଟିରୁ ଓଡିଶାକୁ ୪ ଭାଗରେ ବିଭକ୍ତ କରାଯାଇଛି ।
୩. ବୃଷ୍ଟିପାତ ଅନୁସାରେ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
ଉତ୍ତର- ବୃଷ୍ଟିପାତ ଅନୁସାରେ ଓଡ଼ିଶାକୁ ୪ ଭାଗରେ ବିଭକ୍ତ କରାଯାଇଛି ।
୪. ୨୦୧୧ ଜନଗଣନା ଅନୁସାରେ ଓଡିଶାର ଲୋକସଂଖ୍ୟା କେତେ ?
ଉତ୍ତର- ୨୦୧୧ ଜନଗଣନା ଅନୁସାରେ ଓଡିଶାର ଲୋକସଂଖ୍ୟା ଥିଲା ୪,୧୯,୪୭,୩୫୮ ।
୫. ଓଡିଶାର ଉତ୍ତର ପୂର୍ବରେ କେଉଁ ରାଜ୍ୟ ଅବସ୍ଥିତ ?
ଉତ୍ତର- ଓଡିଶାର ଉତ୍ତର ପୂର୍ବରେ ପଶ୍ଚିମ ବଙ୍ଗ ଅବସ୍ଥିତ ।
୬. ଓଡିଶାର ଉତ୍ତରରେ କେଉଁ ରାଜ୍ୟ ଅବସ୍ଥିତ ?
ଉତ୍ତର- ଓଡିଶାର ଉତ୍ତରରେ ଝାଡଖଣ୍ଡ ଅବସ୍ଥିତ ।
୭. ୨୦୧୧ ଜନଗଣନା ଅନୁସାରେ ଓଡିଶାରେ ପୁରୁଷ ସଂଖ୍ୟା କେତେ ?
ଉତ୍ତର- ୨୦୧୧ ଜନଗଣନା ଅନୁସାରେ ଓଡିଶାରେ ପୁରୁଷ ସଂଖ୍ୟା ହେଉଛି ୨,୧୨, ୦୧,୬୭୮ ।
୮. ଭାରତର ଜନସଂଖ୍ୟା ଦୃଷ୍ଟିରୁ ଓଡିଶାର ସ୍ଥାନ କେତେ ?
ଉତ୍ତର- ଭାରତର ଜନସଂଖ୍ୟା ଦୃଷ୍ଟିରୁ ଓଡିଶାର ସ୍ଥାନ ହେଉଛି ଏକାଦଶ ।
୯. ଓଡିଶାର ସମୁଦାୟ ଗ୍ରାମ ସଂଖ୍ୟା କେତେ ?
ଉତ୍ତର- ଡିଶାର ସମୁଦାୟ ଗ୍ରାମ ସଂଖ୍ୟା ହେଉଛି ୫୧ ହଜାର ୩୧୩ ।
୧୦. ଓଡିଶାର ସମୁଦାୟ ଗ୍ରାମ ପଞ୍ଚାୟତ ସଂଖ୍ୟା କେତେ ଅଛି ?
ଉତ୍ତର- ଓଡିଶାର ସମୁଦାୟ ଗ୍ରାମ ପଞ୍ଚାୟତ ସଂଖ୍ୟା ହେଉଛି ୬୨୦୯ ।
୧୧. ଓଡିଶାର ସହର ସଂଖ୍ୟା କେତେ ?
ଉତ୍ତର- ଓଡିଶାର ସହର ସଂଖ୍ୟା ହେଉଛି ୨୨୩ ।
୧୨. ଓଡିଶାର ଶେଷ ସ୍ଵାଧୀନ ସମ୍ରାଟ କିଏ ଥିଲେ ?
ଉତ୍ତର- ମୁକୁନ୍ଦ ଦେବ ଓଡିଶାର ଶେଷ ସ୍ଵାଧୀନ ସମ୍ରାଟ ଥିଲେ ।
୧୩. ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି କିଏ ?
ଉତ୍ତର- ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ହେଉଛନ୍ତି ମୁକୁନ୍ଦ ପ୍ରସାଦ ଦାସ ।
୧୪. ଚିପିଲିମା ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର- ସମ୍ବଲପୁରରେ ଅବସ୍ଥିତ ।
୧୫. କେଉଁ ଜୀବ ୩ ବର୍ଷ ଶୁଏ ?
ଉତ୍ତର- ଗେଣ୍ଡା ୩ ବର୍ଷ ଶୋଇଥାଏ ।