20 Interesting Gk Questions: କେଉଁ ଜୀବ ତା’ ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିଅନ୍ତୁ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧:- କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ?

ଉତ୍ତର;- ହାତୀ ।

୨:- କେଉଁ ଫଳ ଉପରେ ପତ୍ର ଥାଏ ?

ଉତ୍ତର;- ସପୁରୀ ।

୩:- ତାହା କଣ ଯାହା ଦେଲେ ବଢ଼ିଥାଏ ?

ଉତ୍ତର;- ଜ୍ଞାନ ।

୪:- ଗୋଟିଏ ଓଡ଼ିଆ ଶବ୍ଦ କୁହନ୍ତୁ ଯେଉଁଥିରେ ସମସ୍ତ ଓଡ଼ିଆ ଅକ୍ଷର ରହିଥିବ ?

ଉତ୍ତର;- ବର୍ଣ୍ଣମାଳା ।

୫:- ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡ଼ା ହୋଇଥାଏ ?

ଉତ୍ତର;- ନଡ଼ିଆ ଗଛ ।

୬:- ରାତିରେ ଅଛି କିନ୍ତୁ ଦିନରେ ନାହିଁ ତାହା କଣ ?

ଉତ୍ତର;- ଅନ୍ଧାର ।

୭:- ହାତ ନାହିଁ, ଗୋଡ଼ ନାହିଁ କିନ୍ତୁ ସେ ସବୁଆଡ଼େ ବୁଲିପାରେ ?

ଉତ୍ତର;- ଖବର କାଗଜ ।

୮:- ବାମରୁ ପଢ଼ିଲେ ଓଜନିଆ, ଡାହାଣ ରୁ ପଢ଼ିଲେ ନାହିଁ ତାହା କଣ ?

ଉତ୍ତର;- TON/NOT

୯:- ଗୋଟିଏ ଶବ୍ଦକୁ ଠିକ ଉଚ୍ଚାରଣ କଲେ ଭୁଲ ହୁଏ ଭୁଲ ଉଚ୍ଚାରଣ କଲେ ଠିକ ହୁଏ, ଶବ୍ଦଟି କଣ ?

ଉତ୍ତର;- ଭୁଲ ।

୧୦:- କେଉଁ ହାଣ୍ଡି ରେ ଭାତ ହୁଏ ନାହିଁ ?

ଉତ୍ତର;- କଳାହାଣ୍ଡି ।

୧୧:- ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ, ତାହା କଣ ?

ଉତ୍ତର;- ଗୁଡ଼ି ।

୧୨:- କେଉଁ ଜୀବ ଦିନ ରାତି ଶୁଏ ନାହିଁ ?

ଉତ୍ତର;- ମାଛ ।

୧୩:- କାହାର ଗୋଡ ନାହିଁ କିନ୍ତୁ ଚାଲିଥାଏ ?

ଉତ୍ତର;- ଟେଲିଭିଜନ ।

୧୪:- କେଉଁ ଜୀବ ତାର ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରେ ?

ଉତ୍ତର;- ପ୍ରଜାପତି ।

୧୫:- କଞ୍ଚାବେଳେ ଲତପତ ପାଚିଗଲେ, ଟାଣ ଏହାର ଉତ୍ତର କହିଦିଅ ରହିଲା ମୋରାଣ ?

ଉତ୍ତର;- ମାଟି ହାଣ୍ଡି ।

୧୬:- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ?

ଉତ୍ତର;- ଉକୁଣୀ ।

୧୭:- କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉତ୍ତର;- ନଡ଼ିଆ ।

୧୮:- କାଟିଲେ ରକତ ନାହିଁ କୁଟିଲେ ହାଡ଼ ବି ନାହିଁ କି ଯିବ ସେ କହିଲ ଭାଇ ?

ଉତ୍ତର;- ଚିଙ୍ଗୁଡ଼ି ।

୧୯:- କାଠର ବାଛୁରୀ ପଥର ଗାଈ ଯେତେ ଦୁହୁଁଥିଲେ ପହ୍ନଉଥାଇ ?

ଉତ୍ତର;- ଚନ୍ଦନ କାଠ ପେଡ଼ି ।

୨୦:- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ?

ଉତ୍ତର;- ବାଷ୍ପ ।

୨୧:- ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?

ଉତ୍ତର;- ଭେଣ୍ଡି ।

Leave a Reply

Your email address will not be published. Required fields are marked *