ଏହି ୩ ଟି ଘରେ କେବେ ବି ରୁହନ୍ତି ନାହିଁ ମା’ ଲକ୍ଷ୍ମୀ, ପରିବାରରେ ସବୁବେଳେ ଲାଗି ରହିଥାଏ ଦାରିଦ୍ରତା

ବିଷ୍ଣୁ ପୁରାଣରେ ମା’ ଲକ୍ଷ୍ମୀଙ୍କୁ ନେଇ ବହୁତ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି । ହିନ୍ଦୁ ଧର୍ମରେ ଲକ୍ଷ୍ମୀ ଦେବୀଙ୍କୁ ଧନର ଦେବୀ କୁହାଯାଏ । ଏମିତିରେ ଲକ୍ଷ୍ମୀ ମାତା ଘରେ ପ୍ରବେଶ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଧନର ବର୍ଷା ହୋଇଥାଏ । ଏମିତିରେ ଯଦି କୌଣସି ଘରେ ଆପଣଙ୍କୁ ସୁଖ ଶାନ୍ତି ଅନୁଭବ ହୁଏ ତେବେ ତେବେ ଏହା ପଛରେ ମା’ ଲକ୍ଷ୍ମୀଙ୍କର ହିଁ ଆଶୀର୍ବାଦ ଥାଏ । ମା’ ଲକ୍ଷ୍ମୀ ଇନ୍ଦ୍ର ଦେବଙ୍କୁ ଧନ ସମ୍ବନ୍ଧୀୟ କଣ କଣ ଉପଦେଶ ଦେଇଛନ୍ତି ତାହା ସବୁ ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି । ଏଥିରେ ଲେଖା ଅଛି କି ଯେଉଁ ଘରେ ଧନର ଦେବୀ ମା’ ଲକ୍ଷ୍ମୀ ରାଗି ଯାଆନ୍ତି ସେମାନେ ଲକ୍ଷେ ଚେଷ୍ଟା କଲେ ମଧ୍ୟ ମା କେବେ ବି ତାଙ୍କ ଉପରେ କୃପା କରନ୍ତି ନାହିଁ ।

ବହୁତ ଲୋକ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସଚ୍ଚା ମନରେ ତାଙ୍କର ପୂଜା ପାଠ କରିଥାନ୍ତି । ଆଉ କିଛି ଲୋକ ମା’ ଙ୍କୁ ଘରେ ରଖିବା ପାଇଁ କିଛି ଉପାୟ କରିଥାନ୍ତି । ଆମେ ଆପଣଙ୍କୁ ଆଜି ଏମିତି କିଛି ଘର ବିଷୟରେ କହିବୁ ଯେଉଁଠିକୁ ମା’ ଲକ୍ଷ୍ମୀ ଯିବା ପାଇଁ ବିଲକୁଲ ପସନ୍ଦ କରନ୍ତି ନାହିଁ । ଯେଉଁ କାରଣରୁ ସେହି ଘରେ ଦରିଦ୍ରତା ଓ ଅଶାନ୍ତି ବଢିଥାଏ ଓ ପରିବାରରେ କେବେ ବି ଶାନ୍ତି ଆସି ନଥାଏ ।

କଟୁ ଶବ୍ଦ କହିବା

ଆମର ବାଣୀ ଆମକୁ ଭଲ ଓ ଖରାପ ବନାଇଥାଏ । ଯଦି ଆମେ କାହାକୁ କଡା ଶବ୍ଦ କହିଥାଉ ତେବେ ଶୁଣୁଥିବା ବ୍ୟକ୍ତି ଉପରେ ଆମର ଭଲ ପ୍ରଭାବ ପଡି ନଥାଏ । ସେ ନିଜକୁ ଅପମାନିତ ଅନୁଭବ କରିଥାଏ ଓ ଏହା ସହିତ ଆମକୁ ବି ଖରାପ ଭାବିଥାଏ । ଯଦି ଆମେ କାହାକୁ କଟୁ ଶବ୍ଦ କହୁ ତେବେ ତା ବଦଳରେ ସେ ମଧ୍ୟ ଆମକୁ କଟୁ ଶବ୍ଦ କହିଥାଏ । ଯଦି ଆମେ ନିଜ ବାଣୀକୁ ମିଠା କରିବା ତେବେ ଏହା ଦ୍ଵାରା ଶୁଣୁଥିବା ବ୍ୟକ୍ତି ଉପରେ ଆମର ଭଲ ପ୍ରଭାବ ପଡିଥାଏ ଓ ସେ ହୃଦୟରୁ ଆମର ସମ୍ମାନ କରିଥାଏ ।

ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି କି ଯେଉଁ ଲୋକ କଟୁ ଶବ୍ଦର ବ୍ୟବହାର କରିଥାନ୍ତି ମା’ ଲକ୍ଷ୍ମୀ ସେମାନଙ୍କ ଉପରେ ରାଗିଥାନ୍ତି ଓ କେବେ ବି ତାଙ୍କ ଘରକୁ ଆସନ୍ତି ନାହିଁ । ଯେଉଁ କାରଣରୁ ତାଙ୍କ ପରିବାରକୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଟଙ୍କା କମାଇବା ପାଇଁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଆମର ଅପଶବ୍ଦ ଆମକୁ କେବେ ବି ଧନୀ ହେବାକୁ ଦିଏ ନାହିଁ ।

କଥା କଥାରେ ରାଗିବା

ଯେଉଁ ଘରର ସଦସ୍ୟ କଥା କଥାରେ ରାଗିଯାଏ ଓ ନିଜ ଲୋକଙ୍କୁ ଗାଳି ଦେଇ ଅପମାନିତ କରିଥାଏ ସେହି ଘରେ ମା’ ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ । କ୍ରୋଧ ଆମକୁ ନକରାତ୍ମକ ଜିନିଷ କରିବାକୁ ବାଧ୍ୟ କରିଥାନ୍ତି । ବହୁତ ଘରେ ପତି ପତ୍ନୀଙ୍କ ସମ୍ପର୍କ ଭାଙ୍ଗିବାର କାରଣ ରାଗ ଓ ଇଗୋ ହିଁ ହୋଇଥାଏ । ଏହାର ବିପରିତରେ ଯଦି ଘରେ ଆମେ କ୍ରୋଧ ବଦଳରେ ସ୍ନେହଭାବ ରଖିବା ତାହା ଆମର ସକରାତ୍ମକ ଊର୍ଜାକୁ ଦର୍ଶାଇଥାଏ । ଯେଉଁ ମାନେ ସଚ୍ଚା ମନରୁ ପ୍ରେମ କରିବା ଓ କେୟାର କରିବା ଜାଣନ୍ତି ମା’ ଲକ୍ଷ୍ମୀ ସର୍ବଦା ତାଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖିଥାନ୍ତି ।

ପଣ୍ଡିତ ଓ ଧର୍ମ ଗ୍ରନ୍ଥର ଅପମାନ

ଯେଉଁ ଘରେ ପଣ୍ଡିତ ଓ ଧାର୍ମିକ ଗ୍ରନ୍ଥର ଅପମାନ କରାଯାଇଥାଏ , ସେହି ଘରୁ ମା’ ଲକ୍ଷ୍ମୀ ସବୁଦିନ ପାଇଁ ରାଗି କରି ପଳାଇ ଯାଆନ୍ତି ଓ ପୁଣି କେବେ ବି ଫେରନ୍ତି ନାହିଁ । ଧାର୍ମିକ ଗ୍ରନ୍ଥକୁ ବିଷ୍ଣୁ ପୁରାଣରେ ବହୁତ ଉଚ୍ଚ ଓ ଖାସ ସ୍ଥାନ ଦିଆ ଯାଇଛି । ଏହା ବ୍ଯତୀତ ଯେଉଁ ଘରେ ଦୀପ ଜାଳା ଯାଏ ନାହିଁ ସେହି ଘରେ ମଧ୍ୟ ଧନର ଆଗମନ ବନ୍ଦ ହୋଇ ଯାଇଥାଏ ଓ ମା’ ଲକ୍ଷ୍ମୀ କେବେ ବି ସେହି ଘରକୁ ଫେରି ଆସନ୍ତି ନାହିଁ ।

ଆଶା କରୁଛୁ ଆମର ଏହି ଲେଖାଟି ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ ଓ ଏମିତି ହିଁ କିଛି ଧାର୍ମିକ ତଥ୍ୟ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *