କେଉଁ ବ୍ୟକ୍ତି କଇଁଛ ମୁଦି ପିନ୍ଧିବା ଉଚିତ ! କେଉଁ ବ୍ୟକ୍ତିଙ୍କୁ କଇଁଛ ମୁଦି ପିନ୍ଧିବା ଅନୁଚିତ ! ଜାଣନ୍ତୁ କଇଁଛ ମୁଦି ପିନ୍ଧିବାର ସଠିକ ନିୟମ !

ବର୍ତ୍ତମାନ ସମୟରେ ଅନେକ ଲୋକ କଇଁଛର ମୁଦି ପିନ୍ଧିବାର ଦେଖିବାକୁ ମିଳୁଛି । ହେଲେ କେଉଁ ଲୋକ କେଉଁ ପ୍ରକଟ କଇଁଛ ମୁଦି ପିନ୍ଧିଲେ ସେମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରିଥାଏ ସେମାନେ ଅନେକ ସେହି ବିଷୟରେ ଜାଣିନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଏ ଓ କିପରି ମୁଦି ପିନ୍ଧିବା ଦ୍ଵାରା ଶୁଭ ହୋଇଥାଏ ? ସେହି ବିଷୟରେ ଏଠାରେ ଆଲୋଚନା କରି ଜାଣିବା । 1- କଇଁଛ ମୁଦି ସାଧାରଣତଃ ରୂପାର ହୋଇଥିବା ଆବଶ୍ୟକ ଅଟେ । ରୂପା କି ଚାନ୍ଦିର କଇଁଛ ମୁଦି ବ୍ୟକ୍ତି ପରିଧାନ କରିବା ଉଚିତ ।

 

2- ଏହି କଇଁଛ ମୁଦିକୁ ପୁଅ ହେଉ ଅବା ଝିଅ ଡାହାଣ ହାତରେ ହିଁ ପିନ୍ଧାଯାଇଥାଏ । ବାମ ହସ୍ତରେ ଏହାକୁ ପିନ୍ଧାଯାଇନଥାଏ । କନିଷ୍ଠ, ବୃଦ୍ଧା ଓ ତର୍ଜନୀ ଆଙ୍ଗୁଳିରେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ । ମଧ୍ୟମା କିମ୍ବା ଅନାମିକା ଅଙ୍ଗୁଳିରେ ଏହାକୁ ପରିଧାନ କରନ୍ତୁ ।

3- ମେଶ ରାଶି, ସିଂହ ରାଶି, ଧନୁ ରାଶି ଓ କୁମ୍ଭ ରାଶିର ଲୋକ ଏହି ମୁଦିକୁ ପିନ୍ଧିବା ଦ୍ଵାରା ଅନେକ ଶୁଭ ଫଳ ସେହି ରାଶିର ବ୍ୟକ୍ତିଙ୍କୁ ମିଳିଥାଏ । ଏହି ରାଶିର ବ୍ୟକ୍ତି ଯଦି ନିଜ ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିଥାଏ । ତେବେ ସେହି ବ୍ୟକ୍ତିର ଜୀବନ ଧନ, ସମ୍ପତ୍ତି ଓ ଐଶ୍ଵର୍ଯ୍ୟରେ ଭରିଯାଇଥାଏ । 4- କନ୍ୟା ରାଶି, ବିଛା ରାଶି, ମୀନ ରାଶିର ଲୋକଙ୍କ ପାଇଁ କଇଁଛ ପିନ୍ଧିବା ଶୁଭଫଳ ପ୍ରଦାନ କରିନଥାଏ । ତେଣୁ ଏହି ରାଶିର ଲୋକେ ନିଜ ହାତରେ କଇଁଛ ମୁଦି ପିନ୍ଧିବା ଅନୁଚିତ ।

5- ଏହା ବ୍ଯତୀତ ଅନ୍ୟ ରାଶି ଗୁଡିକ ପାଇଁ ଏହି ମୁଦି ମଧ୍ୟମା ଧରଣର ଫଳ ପ୍ରଦାନ କରିଥାଏ । 6- ଶୁକ୍ରବାର ଦିନ ଏହି କଇଁଛ ମୁଦି କିଣିକି ପିନ୍ଧିବାକୁ ସର୍ବଶ୍ରେଷ୍ଠ ଦିନ ବୋଲି କୁହାଯାଇଥାଏ । ତାହା ସହିତ ଦିନ ବେଳା ଅର୍ଥାତ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ହିଁ କଇଁଛ ମୁଦିକୁ ପିନ୍ଧିବା ଉଚିତ ।

7- କଇଁଛ ମୁଦିକୁ ପିନ୍ଧିବା ପୂର୍ବରୁ ଭଲ ଭାବେ ଗଙ୍ଗା ଜଳରେ ଏହାକୁ ଧୋଇ ଦିଅନ୍ତୁ । ତାପରେ ପ୍ରଭୁ ନାରାୟଣ ଓ ଲକ୍ଷ୍ମୀ ମା’ ଙ୍କ ପାଖରେ ଏହାକୁ ପୂଜା କରି ଏହା ଉପରେ ପଞ୍ଚାମୃତ ସିଂଚନ କରି ପିନ୍ଧନ୍ତୁ । ଯାହା ଦ୍ଵାରା କଇଁଛ ମୁଦି ପରିଧାନ କରୁଥିବା ବ୍ୟକ୍ତି ପାଇଁ ଏହା ବହୁତ ଶୁଭଫଳ ପ୍ରଦାନକାରୀ ହୋଇପାରିବ । ଏହା ସହ ପ୍ରଭୁ ନାରାୟଣ ଓ ମା’ ଲକ୍ଷ୍ମୀଙ୍କର ଅସୀମ କୃପା ଦ୍ରୁଷ୍ଟି ସେହି ବ୍ୟକ୍ତି ଉପରେ ରହିଥାଏ ।

ଯାହା ଦ୍ଵାରା କଇଁଛ ମୁଦି ପିନ୍ଧିଥିବା ବ୍ୟକ୍ତି ନିଜର ପ୍ରତ୍ଯେକଟି କାର୍ଯ୍ୟରେ ସଫଳତା ପାଇପାରିଥାଏ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *