କେଉଁ ବାର ରେ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ ? Vastu Tips

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସପ୍ତାହର 7 ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଭଗବାନଙ୍କ ସହ ଜଡିତ ରହିଛି । ଏଣୁ ଯେଉଁ ବାର ସହ ଯେଉଁ ଠାକୁର ଙ୍କ ସମ୍ପର୍କ ଥାଏ ସେହି ଠାକୁର ଙ୍କ ପ୍ରିୟ ଜିନିଷ କିଣିବା ଦ୍ଵାରା ଶୁଭ ହୁଏ ବୋଲି ହିନ୍ଦୁ ଧର୍ମ ରେ ବିଶ୍ଵାସ ରହିଛି । ସପ୍ତାହ ର ବାର ଅନୁଯାୟୀ ଏମିତି ଅନେକ ଜିନିଷ ଯାହା କିଣିବା ଶୁଭ ଓ ଅଶୁଭ ଭାବେ ବିଚାର କରା ଯାଇଥାଏ । ଏହି ସବୁ ଜିନିଷ କିଣିବାର ବାସ୍ତୁ ଅନୁଯାୟୀ ସଠିକ ସମୟ ଓ ଦିନ ରହିଥାଏ । ଆଜି ଆମେ ଜାଣିବା କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ ।

1- ସୋମବାର ଦିନ ଭଗବାନ ଶିବ ଙ୍କ ଦିନ ହୋଇଥାଏ । ଏହି ଦିନ କମ୍ପ୍ୟୁଟର, ମୋବାଇଲ, ବହି ବା କୌଣସି ପ୍ରକାରର ଟେସନାରୀ ଜିନିଷ କିଣିବା ଉଚିତ ନୁହେଁ । ଏହି ଦିନ ଚାଉଳ ଓ କ୍ଷୀର ଜାତୀୟ ଜିନିଷ ଓ ବାସନକୁସନ କିଣିବା ଲାଭଦାୟକ ହୋଇଥାଏ ।

2- ମଙ୍ଗଳବାର ଦିନ କୁ ହନୁମାନ ଜୀ ଙ୍କୁ ସମର୍ପିତ କରା ଯାଇଛି । ତାଙ୍କର ପ୍ରିୟ ରଙ୍ଗ ହେଉଛି ଲାଲ । ଏହି ଦିନ ଲାଲ ରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ । ହେଲେ ଏହି ଦିନ ଜୋତା ବା ଲୁହା ଜିନିଷ କିଣିବା ବର୍ଜିତ ଅଟେ ।

3- ବୁଧବାର ଭଗବାନ ଗଣେଶ ଓ ବିଦ୍ୟାର ଦେବୀ ମା ସରସ୍ଵତୀ ଙ୍କ ଦିନ ହୋଇଥାଏ । ଏହି ଦିନ ଚାଉଳ, ବାସନ, ଔଷଧ ଓ ଆକ୍ଵାରିୟମ କିଣିବା ଉଚିତ ନୁହେଁ । କିନ୍ତୁ ଏହି ଦିନ ଟେସନାରୀ ଜିନିଷ ଓ କଳା ସହ ଜଡିତ କୌଣସି ବସ୍ତୁ କିଣିବା ଶୁଭ ହୋଇଥାଏ ।

4- ଗୁରୁବାର ଦିନ ଚଷମା, ବାସନ କିଣିବା ଅଶୁଭ ହୋଇଥାଏ  କିନ୍ତୁ ଏହି ଦିନ ଇଲେକ୍ଟ୍ରି ଜିନିଷ, କପଡା ଓ ଫର୍ଣ୍ଣିଚର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।

5- ଶୁକ୍ରବାର ଦିନ ଇଲେକ୍ଟ୍ରି ଜିନିଷ, ସମ୍ପତି କିଣିବା ଉଚିତ ନୁହେଁ । ଏହି ଦିନ ସୌନ୍ଦର୍ଜ୍ୟ ସମ୍ବଧିତ ଜିନିଷ, ପୂଜା ପାଠ ଜିନିଷ, ସୁନା ଗହଣା କିଣିବା ଶୁଭ ହୋଇଥାଏ ।

6- ଶନିବାର ଭଗବାନ ଶନି ଙ୍କୁ ଆରାଧନା କରାଯାଏ । ଏହି ଦିନ ଲୁଣ, ଚମଡା ରେ ତିଆରି ଜିନିଷ, ସୋରିଷ ତେଲ, ଲାଲ କପଡା କିଣିବା ଉଚିତ ନୁହେଁ । ଏହି ଦିନ ଫର୍ଣ୍ଣିଚର କିଣିବା ଶୁଭ ହୋଇଥାଏ ।

7- ସପ୍ତାହ ର ଶେଷ ଦିନ ରବିବାର ରେ ଲୁହା ବା ଲୁହା ସହ ଜଡିତ କୌଣସି ଜିନିଷ କିଣିବା ଅଶୁଭ ହୋଇଥାଏ । ଏହି ଦିନ ଲାଲ ରଙ୍ଗର ଜିନିଷ କିଣିଲେ ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *