ଏହି 5 ଟି ଲକ୍ଷଣ ଥିବା ନାରୀ ସ୍ବାମୀଙ୍କୁ କରି ଦିଅନ୍ତି ମାଲାମାଲ ।

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ହସ୍ତ ରେଖା ଶରୀରରେ ଥିବା ବିଭିନ୍ନ ଜିନିଷ ଓ ଶରୀର ଗଠନ ରୁ ଜଣେ ନାରୀ ର ସ୍ଵଭାବ, ଲକ୍ଷଣ, ଭାଗ୍ୟ ଓ ଭବିଷ୍ୟତ ଆକଳନ କରି ହୁଏ । ସାମୁଦ୍ରିକ ଶାସ୍ତ୍ର ଏକ ପ୍ରାଚୀନ ଶସ୍ତ୍ର ଅଟେ । ଏହି ଶାସ୍ତ୍ର ବ୍ଯକ୍ତିର ଶାରୀରିକ ଗଠନରୁ ତାର ଭବିଷ୍ୟତ ନିର୍ଧାରଣ କରିପାରେ । ଏହି ଶାସ୍ତ୍ର ଅନୁସାରେ ନାରୀ ର ଏପରି କିଛି ଲକ୍ଷଣ ରହିଛି ଯାହା ଦ୍ଵାରା ନାରୀ ଟି ଭାଗ୍ୟଶାଳୀ ହେବା ସହ ନିଜ ସ୍ଵାମୀ ଙ୍କୁ ମଧ୍ୟ ମାଲାମାଲ କରି ଦେଇଥାଏ । ଆସନ୍ତୁ ଜାଣିବା ସେହି ନାରୀ ର ସେହି ଲକ୍ଷଣ ବିଷୟରେ ବିସ୍ତାର ଭାବେ ।

1- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ସିଧା ଓ ଉନ୍ନତ ନାସା ବା ନାକ କୁ ଶୁଭ ମାନାଯାଏ । ଏହା ସହ ଲାଲ ରଙ୍ଗର ଓଠ ଥିବା ନାରୀ ଙ୍କୁ ଅଧିକ ଶୁଭ ଭାବେ ବିଚାର କରାଯାଏ । ଏହି 2 ଟି ସଂକେତ ଥିବା ନାରୀ ନିଜେ ଭାଗ୍ୟଶାଳୀ ହେବା ସହ ନିଜ ସ୍ଵାମୀ ଙ୍କୁ ଭାଗ୍ଯବାନ କରାଇଥାନ୍ତି ।

2- ଯେଉଁ ନାରୀ ଙ୍କର ବେକ ଛୋଟ ହୋଇଥାଏ ଓ ଜିଭ ଅପେକ୍ଷାକୃତ ଲମ୍ବା ହୋଇଥାଏ ସେମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।ଏପରି ନାରୀ ମାନେ ନିଜ ସ୍ବାମୀଙ୍କର ଠିକ ଭାବେ ଯତ୍ନ ନେଇଥାନ୍ତି । ଏମାନଙ୍କ କାରଣରୁ ଧନରେ ବୃଦ୍ଧି ଘଟିଥାଏ ।

3- ଯେଉଁ କନ୍ୟା ଙ୍କର ମଥା ଆଗ ପଟୁ ଉଚ୍ଚ ରହିଥାଏ ସେ ସୌଭାଗ୍ୟବତୀ ହୋଇଥାଏ । ଏହି ଝିଅ ମାନେ ସ୍ଵାମୀ ଙ୍କ ପ୍ରତି ବିଶ୍ଵସ୍ତ ହୋଇ ରହିଥାନ୍ତି । ସ୍ଵାମୀ ଙ୍କୁ ଅର୍ଥ ଉପାର୍ଜନ ରେ ଏମାନେ ସହଯୋଗ କରନ୍ତି ।

4- ଯେଉଁ କନ୍ୟା ଙ୍କର ତଳି ପାଦ ସମତଳ ଓ ଚିକ୍କଣ ହୋଇଥାଏ ସେମାନେ ଲକ୍ଷ୍ମୀବନ୍ତ ହୋଇଥାନ୍ତି । ଏହି ନାରୀ ମାନେ ଲକ୍ଷ୍ମୀ ଙ୍କ ସ୍ଵରୁପା ହୋଇଥାନ୍ତି । ଏମାନେ ଧନବନ୍ତ ହେବା ସହ ନିଜ ସ୍ଵାମୀ ଙ୍କ ଜୀବନରେ ଉନ୍ନତି ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି ।

5- ଯେଉଁ ନାରୀ ଙ୍କର ନାଭି ଗଭୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ବିଶେଷ କରି ଧନ ସମ୍ପତ୍ତି କ୍ଷେତ୍ରରେ ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ତେବେ ଏହି 5ଟି ଲକ୍ଷଣ ମଧ୍ୟରୁ ଯେଉଁ ମାନଙ୍କର ଏମିତି ଗୋଟେ ବି ଲକ୍ଷଣ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲକ୍ଷଣ ଥିବା ଝିଅ ମାନେ ନିଜ ସ୍ବାମୀଙ୍କର ଭାଗ୍ୟ ଚମକାଇ ଦେଇଥାନ୍ତି । ଏମାନେ ନିଜ ଜୀବନରେ ବେଶ ହସ ଖୁସି ରେ ବିତାଇଥାନ୍ତି । ଏମାନେ ବିବାହ ପରେ ନିଜ ପରିବାର ର ଉନ୍ନତି ଆଣିବାରେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *