ଏହି ହିରୋଇନଙ୍କୁ ଲଭ୍ ସେକ୍ସ ଧୋକା ଦେଇ ଗିରଫ ହେଲେ ହିରୋ ସାଇ ମିଲନ (M Suman Kumar)

ବନ୍ଧୁଗଣ ବର୍ତ୍ତମାନ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଛି । ଜଣେ ଓଡିଆ ଅଭିନେତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ ସେ ତାଙ୍କ ପ୍ରେମିକାଙ୍କୁ ପ୍ରତାରଣା କରିଛନ୍ତି ଆଉ ଲଭ୍ ସେକ୍ସ ଓ ଧୋକାରେ ଫସିଛନ୍ତି । ତେବେ ପ୍ରେମିକାଙ୍କ ଅଭିଯୋଗ ପରେ ପାହାଳ ଥାନା ପୋଲିସ ଅଭିନେତାଙ୍କୁ ଗିରଫ କରିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଅଭିନେତା ଜଣକ କିଏ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଏମ.ସୁମନ କୁମାର । ବନ୍ଧୁଗଣ ଏମ. ସୁମନ କୁମାର ଅନେକ ଓଡିଆ ଧାରାବାହିକରେ କାମ କରିଛନ୍ତି । ହେଲେ ତାଙ୍କ ନାମରେ ଏବେ ଏହି ସାଂଘାତିକ ଅଭିଯୋଗ ଆସିଛି । ଅଭିନେତା ସୁମନ କେନ୍ଦ୍ରାପଡା ଜିଲ୍ଲାର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଯୁବତୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ ଓ ଉଭୟ ନିକଟତର ମଧ୍ୟ ହୋଇଥିଲେ । ଦୀର୍ଘ ଦୁଇ ବର୍ଷ ହେବ ଉଭୟ ପ୍ରେମ ସମ୍ବନ୍ଧରେ ରହିଥିଲେ । ଆଉ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଜାଣି ଥିଲେ ।

ଉଭୟ ଭୁବନେଶ୍ବର ଉପକଣ୍ଠ ହଂସପାଳରେ ଏକ ଭଡା ଘର ନେଇ ଲିଭ-ଇନ ରିଲେସନରେ ରହିଥିଲେ । ଆଉ ନଭେମ୍ବରରେ ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ଗତ କିଛି ଦିନ ହେବ ସୁମନ ଆଉ ଧାରା ଛୁଆଁ ଦେଉ ନାହାନ୍ତି । ଫୋନ ଉଠାଉ ନାହାନ୍ତି କି ତାଙ୍କ ଭଡା ଘରକୁ ଆସୁ ନାହାନ୍ତି । ସେ ବିବାହ କରିବେନି ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ । ସୁମନ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ନେଇ ଜାଣିବାକୁ ପାଇଥିଲେ ତାଙ୍କ ପ୍ରେମିକା ।

ଏହା ପରେ ଯୁବତୀ ଜଣକ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ମାମଲାକୁ ରୁଜୁ କରି ଅଭିନେତା ଏମ, ସୁମନ କୁମାରଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଯୁବତୀଙ୍କ କହିବା ଅନୁଯାଇ, ସୁମନ ପୂର୍ବରୁ ବହୁତ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଆଉ ସେ ତାଙ୍କ ଅତୀତ ଭାବି ତାଙ୍କୁ ଭଲ ପାଇଥିଲେ । ପରେ ସେ ତାଙ୍କ ସହ ପ୍ରେମ କରି ତାଙ୍କୁ ଧୋକା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *