ବଦଳିବ ଖରା ଛୁଟି (Summer Vacation) ର ନିଷ୍ପତି ? ମେ ମାସରେ ହେବ ଖରା ଛୁଟି ? ଦେଖନ୍ତୁ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Sameer Ranjan Das, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଖରା ଦିନକୁ ଦିନ ବଢିବାରେ ଲାଗିଛି । ବୃଦ୍ଧ ଓ ପିଲା ମାନଙ୍କ ପାଇଁ ଖରା କାଳ ପାଲଟି ଯାଇଛି । ଆଉ ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ବନ୍ଧୁଗଣ ଖରା ଯେଉଁ ଭଳି ବଢିଲାଣି ଖରା ଛୁଟି ମଧ୍ୟ ସେହି ଭଳି ବଢିବ ବୋଲି ଆଶଙ୍କା ସୃଷ୍ଟି ହେଲାଣି ।

ମେ ମାସର ତାତି ସହିତ ଛୋଟ ପିଲା ମାନେ ସ୍କୁଲ ଯାଇପାରିବେ ଏ କଥା ଭାବି ହେଉ ନାହିଁ । ତେଣୁ ଗଣଶିକ୍ଷା ବିଭାଗ ଖରା ଛୁଟି ନିଷ୍ପତ୍ତି ବଦଳାଉ ବୋଲି ଅଭିଭାବକ ସଂଘ ଓ ଶିକ୍ଷାବିଦ ମାନେ ମତ ରଖିଛନ୍ତି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଏବେ ଅସମ୍ଭାଳ ତାତି ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ । ସକାଳୁଆ ସ୍କୁଲ ସାରି ପିଲା ମାନେ ଘରକୁ ଫେରିବା ବେଳେ ଖରାରେ ସିଜି ଯାଉଛନ୍ତି ।

ତେଣୁ ଜୁନ ଯାଏଁ ଯେ ପାଠ ପଢା ଚାଲିପାରିବ ତାକୁ ନେଇ ବଢିଛି ଅନେକ ଚିନ୍ତା । ଆଉ ଖରା ଛୁଟିକୁ ନେଇ ବି ଏବେ ଉପୁଜିଛି ଅନେକ ଦ୍ଵନ୍ଦ । ମେ ମାସରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରି ସକାଳ ୬ରୁ ସକାଳ ୯ଟା ଯାଏଁ ପାଠ ପଢା ପାଇଁ ଗଣଶିକ୍ଷା ବିଭାଗ ଖସଡା ପ୍ରସ୍ତୁତ କରିଛି । ଏବେ ଠାରୁ ତାତି ଯେମିତି ଡରେଇଲାଣି ମେ ମାସରେ କେମିତି ପାଠ ପଢା ହେବ ତାକୁ ନେଇ ଚିନ୍ତା ବଢିଛି ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସକାଳ ୯ଟାରେ କ୍ଳାସ ସରିଗଲେ ପିଲା ମାନେ ଅଧ ଘଣ୍ଟା ଭିତରେ ଘରେ ପହଞ୍ଚି ଯିବେ ।  ଆଉ ଯେତେବେଳେ ତାତି ବଢିବ ସେତେବେଳେ ବିଚାର କରାଯିବ । ଏବେ କିନ୍ତୁ ମେ ପାଠ ପଢା ଓ ଜୁନ ଖରା ଛୁଟି ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଅଭିଭାବକ ମାନେ କହିଛନ୍ତି ଖରାରେ ପିଲା ମାନେ ସ୍କୁଲରୁ ଘରକୁ ଫେରିବା ଚିନ୍ତା ଜନକ କଥା । ପାଠ ପଢା ସହ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କଥା ମଧ୍ୟ ସରକାର ବିଚାର କରନ୍ତୁ ।

ଉପକୂଳ ଅପେକ୍ଷା ଆଭ୍ଯନ୍ତରୀଣ ଓ ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ଷ୍ଟିସତି ସାଂଘାତିକ ରହିଛି । ଗଣଶିକ୍ଷା ବିଭାଗ କେବଳ ଭୁବନେଶ୍ବରକୁ ନ ଦେଖି ସାରା ରାଜ୍ୟର ଗ୍ରୀଷ୍ମ ସ୍ଥିତିକୁ ଦେଖିଲେ ଆଗୁଆ ଖରା ଛୁଟି କରିବା ଉଚିତ ବୋଲି ଶିକ୍ଷାବିଦ ମାନେ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *