Cyclone Warning ! କେତେ ଭୟଙ୍କର ହେବ ବାତ୍ୟା, ଦେଖନ୍ତୁ କଣ କହୁଛି ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ ତେବେ ଦୁଇଦିନ ପରେ ସ୍ପଷ୍ଟ ହେବ ବାତ୍ୟାର ସ୍ଥିତି । ଓଡିଶା, ୱେଷ୍ଟବେଙ୍ଗଲ, ନା ଆନ୍ଧ୍ରପ୍ରଦେଶରେ କରିବ ଲ୍ୟାଣ୍ଡଫଲ ? ଦକ୍ଷିଣପୂର୍ବ ଆଣ୍ଡମାନରେ ଲଘୁଚାପ ହେବା ନେଇ ସ୍ପଷ୍ଟ ହୋଇଥିଲେ ମଧ୍ୟ ବାତ୍ୟାର ରୂପରେଖ ସ୍ପଷ୍ଟ ହୋଇନାହିଁ । ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ, ୨ରୁ ୩ ଡିଗ୍ରୀ ହ୍ରାସ ପାଇଛି ତାପମାତ୍ରା । ୪ ଦିନ ଯାଏଁ କାଳବୈଶାଖୀର ପ୍ରଭାବ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ, ଲଘୁଚାପ ହେଉ କି ବାତ୍ୟା, ଅସରାଏ ବର୍ଷାରେ ଉବୁଟୁବୁ ହେଉଥିବା ଭୁବନେଶ୍ୱରର ସ୍ଥିତି ସୁଧାରିବା ସହ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି ।ରାଜ୍ୟକୁ ବାତ୍ୟା ବିପତ୍ତି । ଦକ୍ଷିଣ ଆଣ୍ଡାମାନ ସାଗରରେ ୪ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । କ୍ରମଶଃ ଏହା ଘନୀଭୂତ ହୋଇ ୬ ତାରିଖରେ ନେବ ଲଘୁଚାପର ରୂପ । ଲଘୁଚାପର ଚିତ୍ର ସ୍ପଷ୍ଟ ହୋଇଥିବା ବେଳେ ବାତ୍ୟାର ରୂପରେଖ, ଲ୍ୟାଣ୍ଡଫଲ ସ୍ଥାନ ସ୍ପଷ୍ଟ ହୋଇନାହିଁ ।

ରାଜ୍ୟରେ ସକ୍ରିୟ କାଳବୈଶାଖୀ ପ୍ରଭାବରେ ଆଗାମୀ ୪ ରୁ ୫ ଦିନ ଲାଗିରହିବ ଗ୍ରୀଷ୍ମ ପ୍ରବାହ । ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁ, କ୍ରମାଗତ ଭାବେ ପ୍ରବେଶ କରୁବା ଯୋଗୁଁ, ଏହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି । ୫ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବିଭିନ୍ନ ମଡେଲର ଆକଳନ ଅନୁସାରେ ଓଡିଶା, ୱେଷ୍ଟ ବେଙ୍ଗଲ, ଆନ୍ଧ୍ରପ୍ରଦେଶ ମଧ୍ୟରୁ କେଉଁଠି ବି ଲ୍ୟାଣ୍ଡଫଲ କରିପାରେ ବାତ୍ୟା । ତେବେ ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଦୁଷ୍ଟିରେ ରଖି ଆଗୁଆ ପଦକ୍ଷେପ ପାଇଁ ଅଣ୍ଟା ଭିଡିଛି ବିଏମସି । ଭୁବନେଶ୍ୱର ମେୟର, ବିଏମସି ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହ ବାତ୍ୟା ସମ୍ପର୍କିତ ଆଲୋଚନା କରିବା ସହ ବାତ୍ୟା ପରେ ଓ ପୂର୍ବରୁ ରାଜଧାନୀ ବାସୀଙ୍କ ସୁରକ୍ଷା ଦିଗରେ ଆଲୋଚନା କରିଛନ୍ତି ।

ବିଏମସି ଅଧିନସ୍ଥ ସମସ୍ତ ଆଶ୍ରୟସ୍ଥଳୀର ଯାଞ୍ଚ ସହ ରାଜଧାନୀରୁ ଜଳନିଷ୍କାସନ ପାଇଁ ୩୦ଟି ତଳିଆ ଅଞ୍ଚଳ ଚି଼ହ୍ନଟ କରିଛି ବିଏମସି । ତଳିଆ ଅଞ୍ଚଳରେ ପାଣି ନିଷ୍କାସନ ସହ, ବିଦ୍ୟୁତ ଯୋଗାଣ ଓ ଶୁଦ୍ଧ ପିଇବାପାଣି ଯୋଗାଇବା ଉପରେ ଗୁରୁତ୍ୱ ଦେବ ବିଏମସି । ଗତ କିଛି ବର୍ଷ ହେଲା ଲଗାତାର ଭାବେ ମେ’ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୁର୍ଣ୍ଣିବଳୟ ।

ଏବେ ପୁଣି ମେ’ ମାସରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବାରୁ ବାତ୍ୟା ଆଶଙ୍କା ବଢ଼ି ଯାଇଛି । ହେଲେ ସାଧାରଣ ଲୋକେ ଭୟଭୀତ ନୁହେଁ ବରଂ ସଚେତନ ରହିବା ଜରୁରୀ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *