ଅଭିମାନ କଲେ କି ଠାକୁର, ଗଡୁନି ବ୍ରହ୍ମତାଳଧ୍ୱଜ ରଥ, କାନ୍ଦୁଛନ୍ତି ଭକ୍ତ, କଣ କହୁଛନ୍ତି ସେମାନେ ଦେଖନ୍ତୁ ଏହି Video

ବନ୍ଧୁଗଣ କେନ୍ଦ୍ରାପଡା ଜିଲ୍ଲାର ତୁଳସୀ କ୍ଷେତ୍ରର ଇଚ୍ଛାପୁର ଦାଣ୍ଡରେ ଯେଉଁଠି ବ୍ରହ୍ମ ତାଳଧ୍ଵଜ ରଥ ଗଡେ ସେଠାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ନେଇ ମା ମାଉସୀଙ୍କୁ ଘରକୁ ଯାଆନ୍ତି ସେଥିପାଇଁ ଗତ ୩ ଦିନ ହେବ ରଥ ପାଦେ ପାଦେ ଘୁଞ୍ଚି ବର୍ତ୍ତମାନ ରଥ ଗଡିବା ନିଶ୍ଚିନ୍ତ ହୋଇପାରୁ ନାହି । ଭାଙ୍ଗିଯିବ କି ସହ ସହ ବର୍ଷରୁ ଚାଲି ଆସୁଥିବା ପରମ୍ପରା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ଉଠଛି । 

ଏ ନେଇ ସେଠିକାର ପୂଜକ ମହାଶୟ କହିଛନ୍ତି କି ଗତ ଦୁଇ ବର୍ଷ ହେବ କୋରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଯେଉଁ ସମସ୍ଯା ଦେଖାଯାଇଛି ଯେ ପ୍ରଭୁ ରଥରେ ବସି ମାଉସୀ ମାଆ ଘରକୁ ଯାଇପାରି ଥାନ୍ତେ ଯଦି ପ୍ରଶାସନ ଓ ବିଧାୟକ ଚାହିଁଥାନ୍ତେ । କିନ୍ତୁ ଯେତେବେଳେ ଗତ ଦୁଇ ବର୍ଷ ହେବ ରଥଯାତ୍ରା ହୋଇପାରି ନାହି ସେବାୟତ ମାନେ ଭାବୁଛନ୍ତି ମହାପ୍ରଭୁଙ୍କର ବିଡମ୍ବନା ହୋଇପାରେ କି ମହାପ୍ରଭୁଙ୍କର ଅଭିମାନ ହୋଇ ଯେମିତି ଆମ ମଣିଷ ମାନଙ୍କର ରାଗ ହୋଇଥାଏ ।

ପ୍ରଭୁଙ୍କର ଅଭିମାନ ଥାଇ ଆଜି ରଥ ଆଉ ଆଗକୁ ଗଡୁ ନାହି ବୋଲି ପୂଜକ କହିଛନ୍ତି । ସେମାନେ ପିଲା ଦିନରୁ ଏମିତି ହେବାର କିଛି ଦେଖି ନାହାନ୍ତି । ତେଣୁ ସବୁ କିଛି ମହାପ୍ରଭୁଙ୍କ ଇଚ୍ଛା ଯାହା ସେ ହିଁ କରିବେ । ପୂଜକ ମହାଶୟ କହିଛନ୍ତି କହିଲେ କୁଳ କୁଟୁମ୍ବକୁ ଭାସି ଯାଉଛି ନ କହିଲେ କୁଳ ଭାସି ଯାଉଛି କୁଟୁମ୍ବକୁ ଲାଜ । ଅନ୍ୟ ଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି ଯଦି ରଥ ଚାଳକ ଠିକ ରହିଥାନ୍ତା ତେବେ ରଥ ଯାଇ ମାଉସୀ ଆମ ଘରେ ଲାଗିଥାନ୍ତା କାହିଁକି ୩ ଦିନ ହେଲାଣି ରଥ ମାଉସୀ ମା ଘରକୁ ଯାଇପାରୁ ନାହି ।

ଚାଳକ ଠିକ ନ ଥିବାରୁ ଏହି ଘଟଣା ଘଟିଛି । ପ୍ରଭୁ ଜଗନ୍ନାଥ ଅଭିମାନ କରିଛନ୍ତି ଗତ ଦୁଇ ବର୍ଷ ହେବ ରଥଯାତ୍ରା ହୋଇ ନାହି । ପରୀକ୍ଷା କରୁଛନ୍ତି ଭକ୍ତ ମାନଙ୍କୁ ପ୍ରଭୁ । ତେଣୁ ଦୁଇ ବର୍ଷ ରଥଯାତ୍ରା ବନ୍ଦ ହେବାରୁ ପ୍ରଭୁ ୪ ଦିନ ଦାଣ୍ଡରେ ରହିଲେଣି । ତେଣୁ ତାଙ୍କର ପୂଜକ ମାନଙ୍କର କିଛି ଦୋଷ ନାହି ବୋଲି ବୃଦ୍ଧ ବ୍ୟକ୍ତି କହିଛନ୍ତି । ବ୍ୟକ୍ତି କହିଛନ୍ତି ଗତ ୮୪ ଭିତରେ ସେମାନେ ଏମିତି ହେବାର ଦେଖି ନାହାନ୍ତି ।

ଏହା କହି କହି କାନ୍ଦି ପକାଉଛନ୍ତି ବୃଦ୍ଧ ବ୍ୟକ୍ତି ଜଣକ ଆଉ କହୁଛନ୍ତି ପ୍ରଭୁ ଯାହା ଦୋଷ ଅଛି କ୍ଷମା କର କେମିତି ଯାଇ ଆପଣ ମନ୍ଦିରରେ ପହଞ୍ଚନ୍ତୁ । ସେପଟେ ମା ମଧ୍ୟ ଅପେକ୍ଷା କରିଛନ୍ତି କେତେବେଳେ ତାଙ୍କର ନୟନ ତାରା ଆସି ଘର ପୁରା କରିବ । ଭକ୍ତ ମାନେ ମଧ୍ୟ ଚାହୁଁଛନ୍ତି ରଥ ଗାଡି ଗାଡି ଯାଇ ମାଉସି ମା ଘରେ ଭଲରେ ଭଲରେ ପହଞ୍ଚି ଯାଆନ୍ତୁ । 

କେଉଁ ଅପରାଧ ହୋଇଛି ତାହା କ୍ଷମା କରି ପ୍ରଭୁ ଆଗକୁ ଯାଆନ୍ତୁ ବୋଲି ବରିଷ୍ଠ ବ୍ୟକ୍ତି ଜଣକ କାନ୍ଦିକି କହିଛନ୍ତି । ପ୍ରଭୁ କୁହନ୍ତୁ ଆଜି ରାତି ସୁଧା ଆପଣଙ୍କର କଣ ହୋଇଛି କାହିଁକି ଅଭିମାନ କରିଛନ୍ତି ବୋଲି ବ୍ୟକ୍ତ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।   

Leave a Reply

Your email address will not be published. Required fields are marked *