ଅଟୋରିକ୍ସାକୁ ଆକ୍ଷେପ କରି ଖରାପ୍ ଗୀତ ତିଆରି ହେବାକୁ ନେଇ ତାତିଲେ ସ୍ମାର୍ଟ ସିଟି ଅନଲାଇନ୍ Auto Group, ସେମାନେ ଯାହା କହିଲେ ନା….ଦେଖନ୍ତୁ ଏହି Video

ବନ୍ଧୁଗଣ ଅଶ୍ଳୀଳ ମ୍ୟୁଜିକ ଡାଇରେକ୍ଟର ମୁର୍ଦ୍ଦାବାଦ, ଅଟୋରିକ୍ସାକୁ ଆକ୍ଷେପ କରି ଖରାପ ଗୀତ ବନାଉଥିବା ମ୍ୟୁଜିକ ଡାଇରେକ୍ଟରଙ୍କ ବିରୁଦ୍ଧରେ ତାତିଲେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଗ୍ରୁପ । ଜେଣ ଅଟୋବାଲା କହିଛନ୍ତି ଆମ କଣ ସମ୍ମାନ ନାହି । ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ ନେଇ କୌଣସି ବଡ ମାମଲା ନ ଥିଲା କିନ୍ତୁ ସୋସିଆଲ ମିଡିଆରେ ଏହାକୁ ପ୍ଳାନ କରାଯାଇ ପ୍ରଚାର କରାଯାଉଛି । ସୋସିସଲା ମିଡିଆରେ ଭିଦିଦୋ ଭାଇରାଲ ହେବା କାରଣରୁ ତାଙ୍କର ରୋଜି ରୋଟି ଉପରେ ପ୍ରଭାବ ପଡିବା ସହ ତାଙ୍କ ପରିବାରରେ ମଧ୍ୟ ପ୍ରଭାବ ପଡୁଛି ।

ଏହା ସହ ନ୍ଯୁଜ ଚ୍ୟାନେଲ ଗୁଡିକ ଯେଉଁ ଭିଡିଓ ଭାଇରାଲ କାରଣରୁ ସେମାନେ ଏଥିରୁ ନିବୃର୍ତ୍ତ ରହିବା ଦରକାର ବୋଲି ଅଟୋଭାଇ ମାନେ କହିଛନ୍ତି । ଯଦି ଜଣେ ଅଶ୍ଳୀଳ ଲୋକଙ୍କୁ ନେଇ ମ୍ୟୁଜିକ ଡାଇରେକ୍ଟର ମାନେ ସୁପରଷ୍ଟାର କରି ଦେଉଛନ୍ତି ରାତାରାତି ତେବେ କାଲି ଯଦି କିଏ ବଳତ୍କାର କରିବ ତେବେ ତାଙ୍କୁ ମଧ୍ୟ ଡାଇରେକ୍ଟର ମାନେ ସୁପରଷ୍ଟାର କରି ଦେବେ କି ?

ପୁରା ଅଟୋ ସମାଜକୁ ବଦନାମ କରିବାକୁ ମ୍ୟୁଜିକ ଡାଇରେକ୍ଟରଙ୍କୁ ଅଧିକର କିଏ ଦେଲା ?  ଡିସିପିଙ୍କୁ ଥାନାରେ ଏତଲା ଦିଆଯାଇଛି ଯଦି ଏହା ବିରୁଦ୍ଧରେ କୌଣସି କାର୍ଜ୍ଯାନୁଷ୍ଠାନ ଗ୍ରହଣ ନ କରାଯିବ ତେବେ ସେମାନେ କାହାକୁ ଛାଡିବେ ନାହି ବୋଲି ଅଟୋ ଭାଇମାନେ କହିଛନ୍ତି । ସାଧାରଣ ଲୋକମାନେ ଅଟୋରେ ବସିବାକୁ ଘୃଣା କରୁଛନ୍ତି ।

ଅତି ଭାଇମାନେ ଫ୍ରୀରେ ରକ୍ତ ଦାନ କରୁଛନ୍ତି ଆଉ ଲୋକଙ୍କୁ ସାହାଜ୍ଯ ମଧ୍ୟ କରୁଛନ୍ତି ତାହାକୁ ନେଇ କଣ ପାଇଁ ଗୀତ ହେଉ ନାହି । ରଥଯାତ୍ରା ଉପରେ କଣ ପାଇଁ ଗୀତ କରାଗଲାନି ଆଉ ଭାରତର ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଣ ପାଇଁ ଗୀତ ବାହାରୁ ନାହି । ଟୁଙ୍ଗୁରୁ ଭୋଳ ସମାଜ ପାଇଁ କଳଙ୍କିତ ବୋଲି ଅଟୋବାଲା କହିଛନ୍ତି । ତେଣୁ ଟୁଙ୍ଗୁରୁଙ୍କ ଉପରେ ତୁରନ୍ତ କାଦ ପଦକ୍ଷେପ ନିଆଯିବା ସହ ଯେଉଁ ମାହୋଲ ସୃଷ୍ଟି କରାଯାଇଛି ତାହାର ସମାଧାନ କରାଯାଉ ।

ନଚେତ ସ୍ମାର୍ଟ ସିଟି ଅଟୋବାଲା ରାଜରାସ୍ତା ଉପରେ ଓଲହାଇବେ ବୋଲି କଡା ଚେତବନୀ ଦେଇଛନ୍ତି । ଯଦି ମ୍ୟୁଜିକ ଡାଇରେକ୍ଟର ଆଗକୁ ଏମିତି ଗୀତ ବାହାର କରିବେ ତେବେ ଏହାର କଡା ଜବାବ ଦିଆଯିବ । ଅଟୋବାଲା ଦାବି କରିଛନ୍ତି କି ଏହି ମାମଲାକୁ ତୁରନ୍ତ ବନ୍ଦ କରିବା ସହ ସେମାନଙ୍କର ଭଲ କାର୍ଯ୍ୟକୁ ସମାଜରେ କେମିତି ମିଡିଆ ମାଧ୍ୟମରେ ଦେଖାଯିବ ତାହା ଅନୁରୋଧ କରିଛନ୍ତି ।

ଯଦି ଟୁଙ୍ଗୁରୁ ଏମିତି କାମ କରିଛନ୍ତି ତାହାର ପ୍ରଭାବ ପୁରା ଅଟୋବାଲା ଉପରେ ପଡୁଛି । ଏମିତିକି ପ୍ରତିଦିନ ଭଡାରେ ଯାଉଥିବା ଅଟୋ ଭାଇମାନଙ୍କର ରୋଜଗାର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯଦି ଜଣେ ଭୁଲ କରିଲା ତେବେ ସମସ୍ତେ କଣ ପାଇଁ ଏହାର ଦଣ୍ଡ ଭୋଗିବେ ବୋଲି ଅଟୋ ଭାଇ କହିଛନ୍ତି । 

ତୁରନ୍ତ ମ୍ୟୁଜିକ ଡାଇରେକ୍ଟର ମାନଙ୍କ ଉପରେ କଡା କାର୍ଯନୁଷ୍ଠାନ ଗ୍ରହଣ କରିବା ସହ ଟୁଙ୍ଗୁରୁ ଭୋଳକୁ ନେଇ ଚାଲିଥିବା ମାମଲାରେ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ମାର୍ଟ ସିଟିର ଅଟୋ ଗ୍ରୁପ । ବନ୍ଧୁଗଣ ଆପଣଙ୍କର ଅଟୋ ଭାଇମାନଙ୍କର ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।  

Leave a Reply

Your email address will not be published. Required fields are marked *