‘ମୋ ସହ ରାଗିଙ୍ଗ ହେଲେ ମୁଁ ଛାଡିବା ପିଲା ନୁହେଁ, ଏତେ ବଡ ଡ୍ରିମ ରଖି, ବାପା ମା’ଙ୍କ କଥା ନ ଭାବି ଯଦି…’ BJB ଛାତ୍ରୀ Ruchika ଆତ୍ମହତ୍ୟା ମାମଲାରେ ଛାତ୍ରୀ ଜଣକ ଯାହା କହିଲେ ନା…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସ ଅନ୍ତେବାସୀ ରୁଚିକା ମହାନ୍ତି ସିନିୟର ଛାତ୍ରୀମାନଙ୍କ ର଼୍ୟାଗିଂ ସହି ନ ପାରି ଶନିବାର ଆତ୍ମହତୟଆ କରିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି । ଆଇଏଏସ୍‌ ଅଫିସର ହେବାର ସ୍ବପ୍ନ ଦେଖୁଥିବା ମେଧାବୀ ଛାତ୍ରୀ ରୁଚିକା ଯୁକ୍ତ୩ (ଇତିହାସ ସମ୍ମାନ) ପ୍ରଥମ ବର୍ଷ ଛାତ୍ରୀ । ତାଙ୍କ ଘର କଟକ ଜିଲା ଆଠଗଡ଼ ଅଞ୍ଚଳରେ ।

ସେ ଏଭଳି ଚରମ ନିଷ୍ପତ୍ତି ନେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ରୁଚିକାଙ୍କ ପକେଟରୁ ଜବତ ସୁଇସାଇଡ୍‌ ନୋଟ୍‌ରେ ୩ଜଣ ସିନିୟର ନିର୍ଯାତନା ଦେଇଥିବା ଉଲ୍ଲେଖ ରହିଛି । ତେଣୁ ଉକ୍ତ ୩ ସିନିୟର୍‌ ଛାତ୍ରୀଙ୍କ ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି ହେଉଛି । ତେବେ ରୁଚିକାଙ୍କ ବାପା ଗଣେଶ୍ୱର ମହାନ୍ତି ସିବିଆଇ ଦ୍ୱାରା ଘଟଣାର ତଦନ୍ତ କରି ସମସ୍ତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଘଟଣାକୁ ନେଇ ବଡ଼ଗଡ଼ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ତଦନ୍ତ ପାଇଁ କମିଶନରେଟ ପୋଲିସର ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଗଠନ ହୋଇଛି । ଉକ୍ତ ଟିମ୍‌ରେ ଜୋନ ୪ ଏସିପି ପରେଶ କୁମାର ରାଉତ, ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ ଏବଂ ଜଣେ ଏସ୍‌ଆଇ ରହିଛନ୍ତି ।

ତଦନ୍ତକାରୀ ଟିମ୍‌ର ଅଧିକାରୀମାନେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ, ୱାର୍ଡେନ ଓ ଅନ୍ତେବାସୀଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରୁଛନ୍ତି । ଜୋନ୍‌-୪ ଏସିପି ରାଉତ କହିଛନ୍ତି, ଏଯାବତ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ । ସମସ୍ତଙ୍କ ବୟାନ ରେକର୍ଡ କରାଯାଉଛି, ଯାହା ନିଷ୍କର୍ଷ ବାହାରିବ ଜଣାଇ ଦିଆଯିବ । ରୁଚିକାଙ୍କୁ ଆତ୍ମହତୟଆ ପାଇଁ ଯେଉଁମାନେ ପ୍ରବର୍ତ୍ତାଇଛନ୍ତି ସେମାନେ ନିଶ୍ଚୟ ଦଣ୍ଡ ପାଇବେ ବୋଲି ଏସିପି ରାଉତ କହିଛନ୍ତି ।

ତେବେ ରୁଚିକାଙ୍କ ବାପା ଗଣେଶ୍ୱର ସିବିଆଇ ତଦନ୍ତ ଦାବି କରି କହିଛନ୍ତି, ଦୋଷୀଙ୍କୁ ଚିହ୍ନଟ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ଏବଂ ଭବିଷ୍ୟତରେ ମୋ ପରି ଆଉ କୌଣସି ଅଭିଭାବକ ଏପରି ସ୍ଥିତି ନ ଭୋଗନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦୌଡ଼ରାଣୀ ଦୁତୀ ଚାନ୍ଦ ମଧ୍ୟ ର଼୍ୟାଗିଂର ଶିକାର ହୋଇଥିବା କହିଛନ୍ତି । ସେ ଏନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ କରିଛନ୍ତି । ଦୁତୀ କହିଛନ୍ତି, ୨୦୦୬ରୁ ୨୦୦୮ ଯାଏଁ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲରେ ରହଣି ସମୟରେ ସେ ସିନିୟରଙ୍କ ର଼୍ୟାଗିଂ ଶିକାର ହୋଇଥିଲେ ।


ସିନିୟରମାନେ ରୁମ୍‌କୁ ଡାକି ବଡି ମ୍ୟାସେଜ୍‌ କରାଉଥିଲେ । ଏ ବିଷୟରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ଗାଳିଗୁଲଜ କରାଯାଉଥିଲା ବୋଲି ସେ କହିଛନ୍ତି ।
ତେବେ ବର୍ତ୍ତମାନ ଜଣେ ଛାତ୍ରୀ ମିଡ଼ିଆ ଆଗରେ ନିଜ କଥା ରଖିଛନ୍ତି ତେବେ ସେ କହିଛନ୍ତି କି ମୋ ସହ କେବେ ରାଗିଙ୍ଗ ହୋଇ ନାହିଁ ଏବଂ ହୋଇଥିଲେ ମୁଁ ଛାଡି ନଥାନ୍ତି । ତେବେ ଏତେ ବଡ଼ ଲକ୍ଷ୍ୟ ରଖୁଛ ଆଇଏଏସ ହେବାର କିନ୍ତୁ ଯଦି କେହି କିଛି କରୁଛି କି କହୁଛି ତେବେ ଆତ୍ମହତୟଆ କରୁଛ ଏହା ଉଚିତ ନୁହେଁ ।

ଆମ ବାପା ମା ଆମକୁ ବହୁତ କଷ୍ଟରେ ଏଠାକୁ ପଢେଇବା ପାଇଁ ଛାଡିଛନ୍ତି ତେବେ ଏଭଳି ବେକାର ପିଲାଙ୍କ ଯୋଗୁଁ ଆତ୍ମହତୟଆ କରି ନିଜ ବାପା ମାଆ ପରିବାର କୁ କଷ୍ଟ ଦେବା ମୂର୍ଖାମୀ । ତେବେ ଯଦି ସେ ମୃତ୍ୟୁ ପୁର୍ବ ରୁ ନିଜ ସୁଇସାଇଡ଼ ନୋଟ ରେ ସେହି ସିନିୟର ମାନଙ୍କ ନାମ ଲେଖି ଦେଇଥାନ୍ତେ ତେବେ ବହୁତ ଭଲ ହୋଇ ଥାନ୍ତା । ତେବେ ଅନୁରୋଧ କି ଏଭଳି କାର୍ଯ୍ୟ କୌଣସି ପିଲା କରନ୍ତୁ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *