କେନାଲରେ ବିଡା ବିଡା ନୋଟ୍ ଭାସିବା ଦେଖି ଡିଆଁ ମାରିଲେ ଲୋକେ, ପଙ୍କ କାଦୁଅରେ ସାଉଁଟିଲେ ଟଙ୍କା, ଦେଖନ୍ତୁ video

କେନାଲରେ ଭାସିଲା ବିଡାବିଡା ଟଙ୍କା, ଲୋକେ ହେଲେ ମାଲାମାଲ । କେନାଲରେ ଭାସିଲା ନୋଟ୍ ତାହା ଦେଖିଥିବା ସ୍ଥାନୀୟ ଲୋକମାନେ କିଛି ନା ଭାବି କେନାଲ ଭିତରକୁ ପଶିଯାଇଥିଲେ । ସ୍ଥାନୀୟ ଲୋକମାନେ ଭାବିନଥିଲେ କି ତାହା ଅପରିଷ୍କାର ପାଣି କ୍ଷଣକ ଚିନ୍ତା ନ କରି ପଶିଯାଇଥିଲା ସେଠାକାର ଲୋକେ । ଅଣ୍ଟା ପାଣି ଭିତରକୁ ଯାଇ ଗୋଠାଉ  ଥିଲେ ଟଙ୍କା ସେଠାକାର ଲୋକେ ପାଲଟି ଗଲେ କୋଟିପତି ।

ଏହା ଅସତ୍ୟ ହୋଇଥିବ ବୋଲି ଭାବିପାରନ୍ତି ଆପଣ ପରନ୍ତୁ ଏହା ସତ୍ୟ ଅଟେ । ସୋସିଆଲ ମିଡିଆରେ ବେସ୍ ଚର୍ଚାରେ ଅଛି ଖବର ଟିଏ । ଅନେକ ସଂଖ୍ୟାରେ ଲୋକମାନଙ୍କ ଟଙ୍କା ନେବାର କିଛି ଦୃଶ୍ୟ ମଧ୍ୟ ଆପଣଙ୍କ ଆଗରେ ଦେଖିବାକୁ ମିଳୁଛି । ପଇସା କାହାକୁ ପିତା ଲାଗିନଥାଏ ତାହାର ମୂଲ୍ୟ କାଦୁଅରେ ବି ବେସ୍ ଅଧିକ ରହିଥାଏ । ଏହାକୁ ସତ୍ୟ ବୋଲି ପ୍ରମାଣ କରିଛନ୍ତି କେନାଲ ପଶିଥିବା ଲୋକମାନେ ।

ଏହି ଘଟଣା ଟିଏ ହେଉଛି ବିହାର ସାସାରଙ୍ଗ ଜିଲ୍ଲାର  ହଠାତ ଏଠାରେ ଥିବା ମୁରାଦାବାଦ କେନାଲରେ ନୋଟ୍ ଗୁଡିକ ଭାସିବାକୁ ଲାଗିଥିଲା । ସେଠାରେ ଥିବା ଲୋକେ ଏହାକୁ ଦେଖି ଚକିତ ହୋଇ ପଡିଥିଲେ । ଖବର ଟି ଧୀରେ ଧୀରେ କରି ବ୍ୟାପୀ ଲାଗିବା ବେଳେ ଟଙ୍କାକୁ ଦେଖି ଆଉ ବାହାରେ ଛିଡା ହେଇପାରିଲେ ନାହିଁ ଲୋକେ । ତୁରନ୍ତ ଭଲମନ୍ଦ କୁ ଚିନ୍ତା ନ କରି ଓଳାଇ ପଡିଥିଲେ କେନାଲ ଭିତରକୁ ।

ସୋସିଆଲ ମିଡିଆରେ ଦେଖାଯାଉଥିବା ଦୃଶ୍ୟ ମୁତାବକ କିଛି ଲୋକମାନେ ପାଣି ଭିତରକୁ ଯାଇ ଟଙ୍କା ଗୋଟାଉ ଥିବା ବେଳେ ତାଙ୍କ ବନ୍ଧୁ ବା ପରିବାର ସଦସ୍ୟ କିଛିଲୋକେ ବାହାର ଛିଡା ହୋଇ ଟଙ୍କାକୁ ସାଇତି ରଖୁଛନ୍ତି । କେନାଲ ଉପରୁ ଦେଖୁଥିବା ଲୋକମାନେ ଅଧିକ ସମୟ ଦୃଶ୍ୟ ଦେଖିନପରି ଗାମୁଛାକୁ ବାନ୍ଧି କେନାଲ ଭିତରକୁ ପଶି ଯିଏ ଯେତେ ମାତ୍ରାରେ ଧରିପାରିଥିଲା ସେତେ ଗାମୁଛା ରେ ବାନ୍ଧି ଦେଉଥିଲେ ।

ତେବେ ଏହି ଘଟଣା ବିଷୟରେ ଜାଣିଥିବା ପୋଲିସ ଘଟଣା ସ୍ଥଳକୁ ଆସି ତଦାରକ କରି କିଛି ନ ପାଇଁ ଚାଲିଯାଇଥିବା ସୂଚନା ମିଳିଛି । ତେବେ କେନାଲରେ ଭାସିଥିଲା ଟଙ୍କା ଅସଲି ନା ନକଲି ଏହାର କୋଣସି ସ୍ପଷ୍ଟ ଧାରଣ ମିଳୁନଥିବା ବେଳେ ସେଠାକାର ଲୋକମାନେ ତାହା ଅସଲି କହୁଛନ୍ତି ।

ମାତ୍ର ତାହା ବିଷୟରେ କହିବାକୁ ଇଛା କରୁନାହାନ୍ତି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତକୁ କମେଣ୍ଟ ମାଧ୍ୟମରେ ଜଣାନ୍ତି ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *