କେମିତି ପଢିବା କେମିତି ବଞ୍ଚିବା ଆମେ ତିନିଜଣ ଅନ୍ନାଥ ପିଲା, ବାପା ମା’ଙ୍କୁ ହରାଇ ଆର୍ଥିକ ସାହାଯ୍ୟ ପାଇଁ କାନ୍ଦି କାନ୍ଦି ଏହି ଛୁଆ ମାନେ ଯାହା କହୁଛନ୍ତି ଦେଖି ଆପଣଙ୍କ ଆଖି ବି ଭିଜି ଯିବ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କେମିତି ପଢିବା କେମିତି ବଞ୍ଚିବା ତିନି ଜଣ ଅନ୍ନାଥ ପିଲା । ଏହି ଘଟଣାଟିଏ ହେଉଛି ଯାଜପୁର ଜିଲ୍ଲା ଓସ୍ତପାଳ ଗ୍ରାମର ବାପା ପ୍ରମୋଦ ନାଥ ଓ ମା ସୁଜାତା ନାଥଙ୍କ ତିନୋଟି ପିଲାଙ୍କୁ ନେଇ ଚଳୁଥିଲେ । ପରିବାରଟି ବେସ୍ ହସଖୁସିରେ ଦିନ ଅତିବାହିତ କରୁଥିଲା । ମାତ୍ର ଗତ ବର୍ଷ ମାଇ ମାସରେ ବାପାଙ୍କ ରାସ୍ତା ଦୁର୍ଘଟଣାରେ ଘଟିଥିଲା ଅକାଳ ।

ପ୍ରମୋଦଙ୍କ ଆର ପାର ହେବା ପରେ ସ୍ତ୍ରୀ ସଂପୂର୍ଣ୍ଣ ରୂପରେ ଭାଙ୍ଗିପଡିଥିଲେ । ତିନିଜଣ ପିଲାଙ୍କୁ କିପରି ବଡ କରିବେ ଓ ଭଲ ଶିକ୍ଷା ଯୋଗାଇବାକୁ ନେଇ ଅତ୍ୟଧିକ ସମୟ ଚିନ୍ତା ରହୁଥିଲେ । ତେବେ ଗତବର୍ଷ ବାପାଙ୍କୁ ହରାଇଥିବା ପରିବାର ଜୁନ 1 ତାରିଖ ଦିନ ସ୍ଵାମୀଙ୍କୁ ଝୁରି ଝୁରି  ସ୍ତ୍ରୀ ସୁଜାତା ମଧ୍ୟ  ଆର ପାର ଯିବା ନେଇ ପିଲାମାନେ ଦୁଃଖର ସମୁଦ୍ରରେ ଡୁବିଯାଇଛନ୍ତି ।

ପିତାମାତାକୁ ହରାଇ ଏକଲା ହୋଇଗଲେ ଛୁଆମାନେ ଘରର ଦୁଇ ଦୀପ ଲିଭିଗଲା ପରେ କିଏ ତାଙ୍କୁ ସାହାରା ଦେଉନାହାଁନ୍ତି । ବଡଝିଅ ଇତିଶ୍ରୀ ନାଥ ସାନ ଦୁଇ ଭାଇ ଭଉଣୀଙ୍କ ପାଇଁ ସବୁ କିଛି ହେଇଛି । ଚଳିତ ବର୍ଷ ସାନଝିଅ ସ୍ମୂରତିରେଖା ହାର୍ଟ ଅପରେସନ ହୋଇ ଠିକ ହୋଇଥିଲା ଦଶମ ପରୀକ୍ଷା ଉତ୍ତମ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାବେଳେ ବଡଝିଅ +2 ପରୀକ୍ଷା ପାଇଁ ଦେବ ଓ 4 ଶ୍ରେଣୀ ରେ ପଢୁଛି ସାନ ଭାଇ ।

ମାତ୍ର ତାଙ୍କ ଜୀବନରେ ଘଟିଥିଲା ଏଭଳି ଅଭନୀୟ ଘଟଣା ଯେଉଁ ମା ‘ ଙ୍କୁ ଦେଖି ସାହସ ପାଇଥିଲେ ଆଜି ସେହି ମା ତାଙ୍କୁ ଛାଡି ଅପେରା ଦୁନିଆକୁ ପଳେଇଛନ୍ତି । ବଡଝିଅ ସରକାର କୁ ନିବେଦନ କରିକହିଛନ୍ତି କି ତାଙ୍କୁ ଜୀବନରେ ଭଲ ସ୍ଥାନକୁ ଯିବାର ଇଛା ଅଛି କିନ୍ତୁ ସାହାଯ୍ୟର ହାତ ବଡେଇବାକୁ କିଏ ନାହାଁନ୍ତି । ତେଣୁ ସରକାରଙ୍କ ଆଡୁ ସାହାଯ୍ୟ ମିଳିଲେ ଭଉଣୀ ଓ ସେ ପାଠ ପଢିବେ ।

ସାହି ପଡିଶାଙ୍କ କହିବା ଅନୁସାରେ ବାପାଙ୍କ ଗଲା ପରେ ମା ‘ ବହୁତ ଚିନ୍ତିତ  ରହୁଥିଲେ ଏବେ ମା’ ମଧ୍ୟ ଛାଡିକି ଚାଲିଯାଇଛନ୍ତି । ପିଲାମାନଙ୍କର ବାପାମା ଛଡା ଆଉ କିଏ ନାହାଁନ୍ତି  ତେଣୁ ସରକାର କିଛି ସାହାଯ୍ୟ କଲେ ପିଲାମାନଙ୍କ ପାଇଁ ବହୁତ ଭଲ ହେବ । ଏହି ଭିଡିଓ ଦେଖିବା ପରେ ସାହାଯ୍ୟର ହାତ ବାଡେଇବେ ବୋଲି BDO କହିଛନ୍ତି । ଖବର ଭଲ ଲାଗିଲେ ଆମ ପେଜ୍ କୁ ଲାଇକ,କମେଣ୍ଟ କରି ଆପଣମାନଙ୍କ ବନ୍ଧୁଗଣଙ୍କ ସହ ପୋଷ୍ଟଟିକୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *