ଆମର କିଛି ଭୁଲ୍ ନାହିଁ, ମିଳିଥିଲା ଗ୍ରୀନ୍ ସିଗ୍ନାଲ, ଲୋକ ପାଇଲଟ GN ମହାନ୍ତିଙ୍କ ବୟାନ ଶୁଣି ଲୋମ ଟାଙ୍କୁରି ଉଠିବ ! ଦେଖନ୍ତୁ କଣ କହିଛନ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପଛରେ କାହାର ରହିଛି ହାତ । କାହାର ଦାୟିତ୍ଵହୀନତା ଯୋଗୁଁ ହୋଇଥିଲା ଏଭଳି ଅଭାବନୀୟ ଘଟଣା ଘଟିଛି  । ଏହି ଘଟଣା ସମଗ୍ର ଦେଶକୁ ସ୍କବ୍ଦ କରିପକେଇଥିଲା । ଏକା ସଙ୍ଗେ ଅନେକ ଲୋକମାନଙ୍କ ପ୍ରାଣହାନି ହେବାକୁ ଜୀର୍ଣ୍ଣ କରିପାରିଲେନି  ଜନସାଧାରଣ ତେଣୁ ଏହା ପଛରେ ଥିବା ପ୍ରକୃତ କାରଣକୁ ଅନୁସନ୍ଧାନ କରିବାକୁ ନିବେଦନ କରିଛନ୍ତି ।

ଏହି ଭୟଙ୍କର ଦୁର୍ଘଟଣାରେ ଘଟଣା ସ୍ଥଳରେ 261 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 900 ଶହ ଲୋକେ ଚିକିତ୍ସିତ ହେଉଛନ୍ତି । ତେବେ କିପରି ଘଟିଲା ଏହି ଘଟଣା ଏଭଳି ଅନେକ ପ୍ରଶ୍ନ ମନରେ ଉଠୁଥିବା ବେଳେ ନିଜର ପ୍ରାଥମିକ ବୟାନ ଦେଲେ ଲୋକ ପାଇଲଟ । ଲୋକ ପାଇଲଟଙ୍କ କହିବା ମୁତାବକ ମୋର କିଛି ଭୁଲ୍ ନାହିଁ ମୋତେ ସିଗ୍ନାଲ ମିଳିଲା ତେଣୁ ମୁଁ ନିଦ୍ଧାରିତ ଗତିରେ ଆଗକୁ ବଢିଥିଲି ।

ଲୋକ ପାଇଲଟଙ୍କ କହିବ ଅନୁସାରେ ସେହିଦିନ କରମଣ୍ଡଳ ଏକ୍ସପ୍ରେସ୍ ନିମ୍ମ ଗତିରେ ଯାଉଥିଲା ଏବଂ ତାଙ୍କୁ ରେଳ ପକ୍ଷରୁ ଗ୍ରୀନ୍ ସିଗନାଲ ଦିଆଯାଇଥିବା କାରଣରୁ ସେ ଆଗକ ଯାଇ ମାଲବୋଝେଇ ଗାଡି ସହ ଧକା ହୋଇଥିଲା । ଯଦି ତାଙ୍କୁ ଠିକ ସମୟରେ ସୂଚନା ମିଳନ୍ତା ତେବେ ସେ ଗାଡିଟିକୁ ତକ୍ଷଣ ଅଟକାଇ ଥାନ୍ତି ଏତେ ଲୋକଙ୍କ ଜୀବନକୁ ବିପଦରେ ନ ପକାନ୍ତି ।

କରମଣ୍ଡଳ ଏକ୍ସପ୍ରେସ୍ ଘଣ୍ଟାକୁ  130 କିଲୋମିଟର ବେଗରେ ଅତିକ୍ରମ କରିଥାଏ । ମାତ୍ର ସେହି ଦିନ 128 କିଲୋମିଟର ବେଗରେ ଅତିକ୍ରମ କରୁଥିଲା । ମାତ୍ର ଗ୍ରୀନ ସିଗନାଲ ଯୋଗୁ ଏତେ ବଡ ଦୁର୍ଘଟଣା ଘଟିଛି ବୋଲି ଲୋକ ପାଇଲଟ କହିଛନ୍ତି । ତେବେ ଏତେ ବଡ ଦୁର୍ଘଟଣାରେ କିପରି ବର୍ତ୍ତୀଗଲେ ଦୁଇ ଲୋକ ପାଇଲଟ ।

ମାଲ ଗାଡି ସହ ଧକା ଖାଇ ଉପରେ ପଡିଥିଲା କରମଣ୍ଡଳ ଇଞ୍ଜିନ ଏହି ଇଞ୍ଜିନରେ ବସି ଲକ୍ଷ୍ୟସ୍ଥଳ ଯାଉଥିଲେ ଦୁଇ ଲୋକପାଇଲଟ । ଏହି ଇଞ୍ଜିନ ମାଲଗାଡି ଉପରକୁ ଯିବା ହେତୁ ଦୁଇ ପାଇଲଟ ରକ୍ଷା ପାଇଥିବା କଥା କହିଛନ୍ତି । ବର୍ତ୍ତମାନ ସମୟରେ ଦୁଇ ଲୋକ ପାଇଲଟ ଗୁଣପତି ମହାନ୍ତି ଓ ବେହେରାଙ୍କ ସ୍ଵାସ୍ଥ ଠିକ ଥିବା ସୂଚନା ମିଳିଛି ଏବଂ ଏହା ସହିତ ଧକା ଖାଇଥିବା ମାଲଗାଡି ଗାର୍ଡଙ୍କ ସ୍ଵାସ୍ଥ ମଧ୍ୟ ଠିକ ଥିବା ସୂଚନା ରହିଛି । ଖବରକୁ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *