Special Story: କେମିତି ବୁଡିଥିଲା Titanic ? ଜାଣନ୍ତୁ ସେହି କାଳ ରାତିର କଳା କାହାଣୀ

ବନ୍ଧୁଗଣ ଟାଇଟାନିକ୍ ଯାହାକୁ ବୁଡିବାକୁ ନେଇ ଏବେବି କଳ୍ପନା କରାଯାଉଛି । ଜାହାଜ କେମିତି ବୁଡିଲା ଓ କାହିଁକି ବୁଡିଲା ତାକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି । ବିଶ୍ଵର ସବୁଠାରୁ ବଡ ଜାହାଜକୁ ନେଇ ବର୍ତ୍ତମାନ ବି ଚାଲୁଅଛି ଆଲୋଚନା । ତେବେ ଆସନ୍ତୁ ଜାଣିବା ବିଶ୍ଵର ସବୁଠାରୁ ବଡ ଜାହାଜ କେମିତି ଓ କାହିଁକି ବୁଡିଥିଲା । ୧୯୧୨ ମସିହାରେ ଦୁନିଆର ସବୁଠାରୁ ବଡ ତଥା ବିଳାସପୂର୍ଣ୍ଣ ପାଣି ଜାହାଜ ଥିଲା ଟାଇଟାନିକ୍ ।

ଏହାର ଉଚ୍ଚତା ଅନେକ ବିଳାସପୂର୍ଣ୍ଣ କୋଠାରୁ ଅଧିକ ଉଚ୍ଚ ବୋଲି କୁହାଯାଏ । ଏହି ଜାହାଜ ମଧ୍ୟରେ ତିନୋଟି ବିଶାଳକାୟ ଫୁଟବଲ ଗ୍ରାଉଣ୍ଡ ମଧ୍ୟ ଥିଲା । ଏହି ଜାହାଜକୁ ଏପରି ଭାବରେ ନିର୍ମାଣ କରଯାଇଥିଲା ଯେଉଁଥିରେ ଏକା ସହ ୨୦୨୪ ଜଣ ଲୋକ ଅତି ଆରାମରେ ଯାତ୍ରା କରିପାରିବେ । ତେବେ ଥରେ ଚିନ୍ତା କରନ୍ତୁ କେତେ ବିଶାଳକାୟ ଥିଲା ଏହି ଜାହାଜ ।

ଏହି ଜାହାଜର ହର୍ନ ବାଜିଲେ ପାଖାପାଖି ୧୫ କିଲୋମିଟର ଯାଏଁ ଶୁଭା ଯାଏ । ଏହି ଜାହାଜକୁ ଏକ ବ୍ରିଟିଶ କମ୍ପାନୀ ତିଆରି କରିଥିଲା ଓ ପାଖାପାଖି ୩୦୦୦ ରୁ ଅଧିକ ଶ୍ରମିକ ଏହାକୁ ନିର୍ମାଣ କରିଥିଲେ । ଏହି ଜାହାଜ ନିର୍ମାଣ ସମୟରେ ୯ ଜଣ ଶ୍ରମିକଙ୍କ ଜୀବନ ଯିବା ସହ ୪୦ ଜଣ ଶ୍ରମିକ ଆହାତ ହୋଇଥିଲେ । ୩ ବର୍ଷ ପରିଶ୍ରମରେ ନିର୍ମାଣ ହୋଇଥିଲା ଜାହାଜ । ୨ ଏପ୍ରିଲ ୧୯୧୨ ମସିହାରେ ସମୁଦ୍ରକୁ ପ୍ରବେଶ କରିଥିଲା ଜାହାଜ ।

ଜାହାଜରେ ଯାତ୍ରୀ ମାନଙ୍କ ପାଇଁ ସ୍ଵୀମିଂ ପୁଲ ଠାରୁ ଆରମ୍ଭ କରି ଯୋଗ କରିବାର ସୁବିଧା ମଧ୍ୟ ଥିଲା । ଏହା ସହ ଦାମିକା ରେଷ୍ଟୁରେଣ୍ଟ ଆଦି ସମସ୍ତ ସୁବିଧା ଥିଲା । ୧୯୧୨ ଏପ୍ରିଲ ୧୨ ତାରିଖରେ ସମୁଦ୍ର ବିଶାନ୍ତ ଥିଲା । ଅନ୍ଧାର ମଧ୍ୟରେ ସମୁଦ୍ରକୁ ଦେଖିବା କ୍ୟାପଟେନଙ୍କ ପାଇଁ ସମ୍ଭବ ନଥିଲା । ଜାହାଜ କ୍ୟାପଟେନଙ୍କୁ ବରଫ ଚଟାଣ ସମ୍ପର୍କରେ ୬ ଥର ସୂଚନା ଦେଇଥିଲା କିନ୍ତୁ ଏହାକୁ ଗୁରୁତ୍ଵର ସହ ନେଇ ନଥିଲେ କ୍ୟାପଟେନ ।

ରାତି ୧୧. ୪୦ ମିନିଟରେ ଜାହାଜର ଏକ ଉଚ୍ଚ ଅଧିକାରୀଏନକେ ଫୋନ ବାଜି ଥିଲା ଆଉ ସୂଚନା ଦିଆଯାଇଥିଲା କି ଜାହାଜ ସମ୍ମୁଖରେ ଏକ ବଡ ଚଟାଣ ରହିଛି । ତେବେ ଏହି ଖବର ସାଙ୍ଗେ ସାଙ୍ଗେ କ୍ୟାପଟେନଙ୍କ ପାଖରେ ପହଞ୍ଚି ଥିଲା । କିନ୍ତୁ ହାତରେ ସମୟ ନଥିଲା । ବରଫ ସହ ଜାହାଜ ମାଡ ହେବାକୁ ମାତ୍ର ୩୫ ସେକେଣ୍ଡ ସମୟ ଥିଲା । ତେବେ ଜାହାଜକୁ ବାମ ପାର୍ଶ୍ଵକୁ ନେବା ସହ ଇଞ୍ଜିନ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଥିଲା ହେଲେ ହଠାତ ଜାହାଜକୁ ବାମ ପାର୍ଶ୍ଵକୁ ନେବା ସମ୍ଭବ ନଥିଲା ।

ସେହି ସମୟରେ ବରଫ ସହ ଧକା ହୋଇଥିଲା ଟାଇଟାନିକ୍ । ବରଫ ସହ ଧକା ହେବା ପରେ ଜାହାଜର ଅନେକ ସ୍ଥାନ କଣା ହୋଇଯାଇଥିଲା ଆଉ ଧୀରେ ଧୀରେ ବୁଡିଗଲା ଏହି ଜାହାଜ । ରାତି ୨.୨୦ ମିନିଟରେ ପୁରା ବୁଡି ଯାଇଥିଲା ଜାହାଜ । ଏହି ଦୁର୍ଘଟଣାରେ ୧୫୦୦ ଲୋକ ପ୍ରାଣ ହରାଇଥିଲେ । ତା ହେଲେ ବନ୍ଧୁଗଣ ଏହା ଥିଲା ଟାଇଟାନିକ୍ ର କାହାଣୀ ।

Leave a Reply

Your email address will not be published. Required fields are marked *