ଲକଡାଉନରେ କେବ ବି କାମ ଆସିପାରେ ଏହି ସରକାରୀ ଏପ୍ସ, ବର୍ତ୍ତମାନ ହିଁ କରନ୍ତୁ ଡାଉନଲୋଡ

କରୋନା ଭାଇରସ କାରଣରୁ ପୁରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରି ଦିଆ ଯାଇଛି । ବର୍ତ୍ତମାନ ୧୦ ଦିନର ଲକଡାଉନ ବାକି ଅଛି । ଏମିତିରେ ଆମେ ଆପଣଙ୍କୁ ସେହି ୭ଟି ସରକାରୀ ଆପ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଘରେ ବସି ତାହାର ଲାଭ ଉଠାଇ ପାରିବେ । ଏହି ଆପ ଗୁଡିକର ସାହାର୍ଯ୍ୟ ଦ୍ଵାରା ଈ-ଲର୍ନିଂଗ, ଅନଲାଇନ ପେମେଂଟ୍ସ ଭଳି ଅନେକ ସର୍ଭିସର ଲାଭ ନେଇ ପାରିବେ । Digital India ଟ୍ୱିଟର ହ୍ୟାଣ୍ଡଲରେ ଏହି ଆପ ଗୁଡିକୁ ଶେୟାର କରା ଯାଇଛି ।

ମାଇଁଗଭ

ଏହା ଏକ ଏମିତି ପ୍ଲାଟଫର୍ମ ଅଟେ, ଯେଉଁଠି ଲୋକମାନେ ଗବର୍ନେଂସରେ ନିଜର ସହଭାଗିତା ନିଭାଇ ପାରିବେ । ଏଥିରେ ୟୁଜର ସମ୍ବନ୍ଧିତ ସରକାରୀ ବିଭାଗ ଓ ମନ୍ତ୍ରାଳୟକୁ ଉପଦେଶ ଓ ଆଇଡିୟା ଦେଇ ପାରିବେ । ଏହା ସହିତ ୟୁଜର ପଲିସି କରିବାରେ ବି ସହଭାଗିତା ନିଭାଇ ପାରିବେ । ସରକାରଙ୍କୁ ଉପଦେଶ ଦେବା ପାଇଁ ଏହା ଏକ ଭଲ ଆପ ଅଟେ ।

ଭୀମ ୟୁପିଆଇ

ଭାରତ ଇଂଟରଫେସ ଫର ମନୀ ମାନେ ଭୀମ ଏକ ପେମେଣ୍ଟ ଆପ ଅଟେ । ଏହି ଆପ ଦ୍ଵାରା ୟୁନିଫାଇଡ ପେମେଂଟ୍ସ ଇଂଟରଫେସ (UPI) ଜରିଆରେ ସିମ୍ପଲ ଓ ଜଲ୍ଦି ଟଙ୍କାର ଲେନ ଦେନ କରା ଯାଇ ପାରିବ । ଏହି ଆପକୁ ନ୍ୟାସନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ (NPCI) ତିଆରି କରିଛନ୍ତି । ୟୁଜର୍ସ ୟୁପିଆଇର ବ୍ୟବହାର କରି କୌଣସି ବି ବ୍ୟକ୍ତିର ବ୍ୟାଙ୍କ ଖାତାକୁ ସିଧା ଟଙ୍କା ପଠାଇ ପାରିବେ । ସେଥିପାଇଁ ତାଙ୍କ ପାଖରେ ନିଜର ୟୁପିଆଇ ଆଇଡ଼ି କିମ୍ବା ଭୀମ ଆପ ଜରିଆରେ QR କୋଡ ସ୍କାନ କରିବାକୁ ହୋଇଥାଏ । ଏହା ଛଡା ୟୁପିଆଇ ଆଇଡ଼ି ଜରିଆରେ ଟଙ୍କା ମାଗି ବି ପାରିବେ ।

ଇ-ହସ୍ପିଟାଲ

ଏହି ଆପ NICର କ୍ଲାଉଡ ସର୍ବିସ ଦ୍ୱାରା ତିଆରି କରାଯାଇଛି । ଏହି ଆପ ଜରିଆରେ ଅଲଗା ଅଲଗା ହସ୍ପିଟାଲରେ ଅନ୍ଲାଇନ ଆପୋଏଣ୍ଟମେଂଟ ନେଇ ହେବ । ଯଦି ରୋଗୀଙ୍କ ମୋବାଇଲ ନମ୍ବର UIDAI ସହିତ ରେଜିସ୍ଟର ଅଛି ତେବେ ଏହି ଆଧାରକୁ eKYC ଡାଟା ରୂପରେ ବ୍ୟବହାର କରିଥାଏ ।

ଉମଙ୍ଗ

UMANG (ୟୁନିଫାଇଡ ମୋବାଇଲ ଆପ୍ଲିକେଶନ ଫର ନ୍ୟୁ ଏଜ ଗବର୍ନେଂସ) ସରକାରଙ୍କ ଡିଜିଟାଲ ଇଣ୍ଡିଆ ପ୍ରୋଗ୍ରାମର ଏକ ମୁଖ୍ୟ ଅଂଶ ଅଟେ । ଗୋଟିଏ ହିଁ ସିଙ୍ଗଲ ପ୍ଲାଟଫର୍ମରେ ସମସ୍ତ ସରକାରୀ ସେବାର ଲାଭ ଆପଣ ନେଇ ପାରିବେ । ଏହି ଆପରେ ୬୦୦ରୁ ବି ଅଧିକ ରାଜ୍ୟ ଓ ଲୋକାଲ ସରକାର ସର୍ଭିସର ଆକ୍ସିସ ମିଳିଥାଏ ।

ସରକାରୀ କାମ ପାଇଁ ତିଆରି ହୋଇଥିବା ୟୁନିଫାଇଡ ମୋବାଇଲ ଆପ୍ଲିକେଶନ ଜରିଆରେ ୟୁଜର ପ୍ରାୟତଃ କସ୍ଟମର ସର୍ଭିସ ଭଳି ଏମ୍ପ୍ଲୋୟୀ ପ୍ରୋବିଡେଂଟ ଫଂଡ (EPF), ପ୍ୟାନ, ଆଧାର, ଡିଜିଲକର, ଗ୍ୟାସ ବୁକିଂଗ, ମୋବାଇଲ ବିଲ ପେମେଣ୍ଟ, ବିଜୁଳି ବିଲ ପେମେଣ୍ଟ ଇତ୍ୟାଦିକୁ ଏହି ଆପ ଜରିଆରେ ହିଁ ଆକ୍ସେସ କରି ପାରିବେ । ଏହି ଆପକୁ ମିନିସ୍ଟ୍ରୀ ଅଫ ଇଲେକ୍ଟ୍ରନିକ୍ସ ଆଣ୍ଡ ଇନ୍ଫର୍ମେଶନ ଟେକ୍ନୋଲୋଜୀ ଓ ନ୍ୟାସନାଲ ଈ-ଗବର୍ନେଂସ ଡିଭିଜନ ମିଶି ବିକଶିତ କରିଛନ୍ତି ।

ଏହି ଆପ ଜରିଆରେ ଏକ ବଡ କାମ ଯାହା ସହଜରେ ହୋଇପାରିବ ତାହା ହେଉଛି ଈପୀଏଫ ସହ ଜଡିତ ସର୍ବିସ ଗୁଡିକର ବ୍ୟବହାର । ଏହି ଆପ ସହିତ ଆପଣ ନିଜର ଚାକିରି ସମୟରେ ଅଲଗା ଅଲଗା କମ୍ପାନୀ ଦ୍ଵାରା ଡିପୋଜିଟ କରାଯାଇଥିବା ଟଙ୍କାର ସୂଚନା ବି ପାଇ ପାରିବେ ।

ଇ-ପାଠଶାଳା

ଈ-ପାଠଶାଲା ମିନିସ୍ଟ୍ରୀ ଅଫ ହ୍ୟୁମାନ ରିସୋର୍ସ ଡେଭଲପମେଂଟ, ଭାରତ ସରକାର ଓ ନ୍ୟାସନାଲ କାଉଂସିଲ ଅଫ ଏଜୁକେଶନଲ ରିସର୍ଚ ଆଣ୍ଡ ଟ୍ରେନିଂଗ (NCERT) ଦ୍ୱାରା ତିଆରି କରାଯାଇଥିବା ଆପ ଅଟେ । ଏନସୀଈଆରଟୀର ବହି ଗୁଡିକ ‘ଈ-ପାଠଶାଲା’ ଆପ ରେ ଫ୍ରୀରେ ଅନ୍ଲାଇନ ଉପଲବ୍ଧ ଅଛି । ଏହି ଆପରେ ଶିକ୍ଷା ସହ ଜଡିତ ଅଡିଓ, ଭିଡିଓ ଓ ଅନ୍ୟ କେତେକ ଦ୍ଵିତୀୟ ଜିନିଷ ଉପଲବ୍ଧ ଅଛି । ଏଥିରେ ବହିକୁ ପଢିବା ସମୟରେ ଆପଣ ତାକୁ ବଡ, ଛୋଟ, ଜୁମ କରି ବି ଦେଖି ପାରିବେ । ସିଧା କହିବା ତ ଏଥିରେ ଏନସୀଈଆରଟୀର ବହି ଗୁଡିକ ଜାଗାରେ ଏହି ଅପ୍ସନର ଉପଯୋଗ ଷ୍ଟୁଡେଂଟ ଓ ଟୀଚର ଦୁଇ ଜଣ ହିଁ କରି ପାରିବେ ।

ଜିଏସଟି ଫାଇଣ୍ଡର

ଜୀଏସଟୀ ରେଟ ଫାଇଂଡର ସାହାର୍ଯ୍ୟ ଦ୍ଵାରା ୟୁଜର ବିଭିନ୍ନ ଜିନିଷ ଓ ସେବା ଗୁଡିକ ଉପରେ ଲାଗୁଥିବା ଜୀଏସଟୀ ରେଟ ଓ ତାହାର ସୂଚନା ପାଇ ପାରିବ । ଏହି ଆପ ସେଣ୍ଟ୍ରାଲ ବୋର୍ଡ ଅଫ ଏକ୍ସରସାଇଜ ଆଣ୍ଡ କସ୍ଟମ (CBEC) ତିଆରି କରିଛି ।

ଅନଲାଇନ ଅରଟିଆଇ

ଏହି ଆପରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ବିଭାଗ ଗୁଡିକ ଦ୍ଵାରା ଜଡିତ RTI ଆପ୍ଲିକେଶନ ଦିଆ ଯାଇ ପାରିବ । ଏହି ଆପ ସହିତ ୟୁଜର ସିଧା ନିଜର ସ୍ମାର୍ଟଫୋନ ଦ୍ଵାରା ହିଁ RTI ଆପ୍ଲିକେଶନ ପକାଇ ପାରିବ । ଆଶା କରୁଛୁ ଆମର ଏହି ସୂଚନା ନିଶ୍ଚୟ ଆପଣଙ୍କ କାମରେ ଆସିବ, ଏହାକୁ ଅନ୍ୟମାନଙ୍କ ସହିତ ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *