ବଲିଉଡରେ ଏମିତି ଅମଣିଷଙ୍କ ସଂଖ୍ୟା ଅଧିକ, ଦିନରେ କରନ୍ତି ଆକ୍ଟିଙ୍ଗ, ରାତିରେ ପାର୍ଟନର ଉପରେ କରନ୍ତି ଅତ୍ୟାଚାର, ଆଶ୍ଚର୍ଯ୍ୟ ହେଇଯିବେ ନା ଶୁଣିଲେ

ଦୁନିଆରେ ଏମିତି କୌଣସି ଦମ୍ପତି ନାହାଁନ୍ତି ଯେଉଁ ମାନଙ୍କ ଭିତରେ ଝଗଡା ହୁଏ ନାହିଁ । କୁହାଯାଏ କି ଏହି ଝଗଡା ବିବାହିତ ଜୀବନର ଏକ ଅଂଶ ଅଟେ । କୁହା ଯାଇଥାଏ କି ଯେଉଁଠାରେ ଭଲପାଇବା ଥାଏ ସେଠାରେ ଝଗଡା ହେବା ବହୁତ ସାଧାରଣ କଥା ଅଟେ । କିନ୍ତୁ ଏହି ସାଧାରଣ କଥା ସେତେବେଳେ ଖାସ କଥା ହୋଇ ଯାଇଥାଏ ଯେତେବେଳେ ଝଗଡା ଅଧିକ ହୋଇ ଥାଏ ।

ଏହି ଝଗଡା କେବଳ ସାଧାରଣ ଲୋକଙ୍କ ଭିତରେ ହୋଇନଥାଏ ବଲିଉଡ ଦୁନିଆରେ ବି ଏହା ଦେଖିବାକୁ ମିଳିଥାଏ । ବଲିଉଡ ଏବଂ ଟିଭି ରେ ଏମିତି ଅଭିନେତା ଅଛନ୍ତି ଯେଉଁମାନେ ହିଂସାର ଶିକାର ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଅଭିନେତା ଏବଂ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଭିତରେ ସବୁବେଳେ ମାରପିଟ ହେଉଥିଲା ।

୧ -ଆଦିତ୍ୟ ପଞ୍ଚୌଲି ଓ କଙ୍ଗନା ରନୌତ

କଙ୍ଗନା ରଣୋତଙ୍କର କିଛି ଦିନ ପୂର୍ବରୁ ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୌଲିଙ୍କ ସହିତ ଅଫେୟାର ଥିଲା । ଆଦିତ୍ୟଙ୍କ ଠାରୁ କଙ୍ଗନା ବହୁତ ଛୋଟ ଥିଲେ । ଆରମ୍ଭରୁ ସେମାନଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା କିନ୍ତୁ କିଛି ଦିନ ପରେ କଙ୍ଗନା ଆଦିତ୍ୟଙ୍କ ସହିତ ବ୍ରେକଅପ କରିଦେଲେ । ଯେତେବେଳେ ଏହି ବିଷୟରେ କଙ୍ଗନାଙ୍କୁ ପଚରା ଗଲା ତ ସେ କହିଲେ କି ଆଦିତ୍ୟ ପ୍ରତିଦିନ ତାଙ୍କ ସହିତ ଝଗଡା କରୁଥିଲେ । ଯେଉଁଥି ପାଇଁ ସେ ବ୍ରେକଅପ କରିଦେଲେ ।

୨ -ସଲୀନ ଭନୋତ ଓ ଦଲଜିତ କୌର

ଦଲଜିତ ଟିଭିରେ ପ୍ରସାରିତ ହେଉଥିବା କାଲା ଟୀକା ସିରିୟଲରେ ନଜର ଆସିଥିଲେ । ଦଲଜିତ ନିଜ ସ୍ଵାମୀ ଶଲିନଙ୍କ ବିରୁଦ୍ଧରେ ମାରପିଟର କେସ କରିଥିଲେ । ସେ କହିଥିଲେ କି ତାଙ୍କ ସ୍ଵାମୀ ତାଙ୍କୁ ମାରୁଥିଲେ ଏବଂ କଥା କଥାରେ ଝଗଡା କରୁଥିଲେ । ଏହି କାରଣ ପାଇଁ ସେ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହୋଇଗଲେ ।

୩ -ରାହୁଲ ମହାଜନ ଓ ଡିପି ଗାଙ୍ଗୁଲି

ରାହୁଲ ଦୁଇଟି ବିବାହ କରିଥିଲେ ଏବଂ ତାଙ୍କର ଦୁଇଜଣ ସ୍ତ୍ରୀ ତାଙ୍କୁ ଛାଡପତ୍ର ଦେଇଥିଲେ । ଯେତେବେଳେ ସେମାନଙ୍କୁ ଏହା ବିଷୟରେ ପଚରା ଗଲା ସେମାନେ କହିଲେ କି ରାହୁଲ ମାରପିଟ କରୁଥିଲେ । ରାହୁଲଙ୍କର ପ୍ରଥମ ସ୍ତ୍ରୀ ଶ୍ଵେତା ସିଂହ କହିଛନ୍ତି କି ରାହୁଲଙ୍କର ଆଉ କାହା ସହିତ ଆଫେୟାର ଚାଲିଥିଲା ଏବଂ ସେ ତାଙ୍କୁ ଏହି କଥା ପଚାରିବାରୁ ରାହୁଲ ତାଙ୍କୁ ମାରପିଟ କରିବା ଆରମ୍ଭ କରିଦେଲେ । ଏହା ପରେ ରାହୁଲ ଡିପିଙ୍କୁ ବିବାହ କରିଥିଲେ ଏବଂ ସେ ଦୁଇଜଣଙ୍କର ସମ୍ପର୍କ ବି ଭାଙ୍ଗିଗଲା । ଡିପି କହିଛନ୍ତି କି ରାହୁଲ ତାଙ୍କୁ ସାଧାରଣ କଥା ପାଇଁ ବି ମାରପିଟ କରୁଥିଲେ । ଯାହା କାରଣରୁ ସେ ବି ରାହୁଲ ଙ୍କୁ ଛାଡପତ୍ର ଦେଇ ଦେଲେ ।

୪ -ରାଜା ଚୌଧରି ଓ ଶ୍ଵେତା ତିବାରି

ଶ୍ଵେତା ବିଗବୋସ ର ୱିନର ଓ ଟିଭିର ଫେମସ ଅଭିନେତ୍ରୀ ବି ଅଟନ୍ତି । ସେ ଭୋଜପୁରୀ ଫିଲ୍ମରେ ବି କାମ କରିଛନ୍ତି । ଶ୍ଵେତା ରାଜା ଚୌଧରିଙ୍କୁ ବିବାହ କରିଥିଲେ । କିନ୍ତୁ ରାଜା ଶ୍ଵେତାଙ୍କୁ ମାରପିଟ କରିବାରୁ ଶ୍ଵେତା ତାଙ୍କୁ ଛାଡପତ୍ର ଦେଇଦେଲେ ।

୫ -ସଞ୍ଜୟ ଖାନ ଓ ଜୀନତ ଅମାନ

ସଞ୍ଜୟ ଏବଂ ଜୀତନଙ୍କର ଲଭଷ୍ଟୋରି ବହୁତ ଫେମସ ଥିଲା କିନ୍ତୁ ସେମାନଙ୍କର ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହି ନଥିଲା । ସେ ଦୁଇଜଣଙ୍କ ଭିତରେ ସବୁବେଳେ ମାରପିଟ ହେଉଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆରା ଅଧିକ ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *