ମହାମାରୀ ପାଇଁ ଜାପାନ ରେ ଏକ ମାସ ଜରୁରୀକାଳିନ ପତିସ୍ଥିତି ଘୋଷିତ, ଏତେ ଲକ୍ଷକୋଟି ଟଙ୍କାର ରିଲିଫ ପ୍ୟାକେଜ ହେଲା ମଞ୍ଜୁର

କରୋନା ଭାଇରସ ପାଇଁ ପୁରା ଦୁନିଆ ସଙ୍କଟରେ ଅଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଜାପାନ ଏକ ମାସ ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଦେଇଛି । ଜାପାନ ର ପିଏମ ଏହି ଘୋଷଣା ସହିତ ୧୦ଡଲାର ଛାଡ ପ୍ୟାକେଜ ପାଇଁ ମଧ୍ୟ ସ୍ଵିକୃତି ଦେଇଛନ୍ତି । ଏହି ଜରୁରୀକାଳିନ ସ୍ଥିତି ରାଜଧାନୀ ଟୋକ୍ୟୋ ଏବଂ ଦେଶର ୬ଟି ଭାଗରେ ଲଗାଯାଇଛି ଏହା ୨ ମେ ପର୍ଯ୍ୟନ୍ତ ଜାରି ରହିବ । ଏହି ଜରୁରୀକାଳିନ ସ୍ଥିତିରେ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ମନା କରାଯିବା ସହିତ ବ୍ୟବସାୟୀ ମାନଙ୍କୁ ଦୋକାନ ଖୋଲିବା ପାଇଁ ମଧ୍ୟ ବନ୍ଦ କରାଯାଇଛି ।

ସରକାର ଏହି ସଙ୍କଟରୁ ବାହାରିବା ପାଇଁ ୧୦ଡଲାର ପ୍ରୋତ୍ସାହନ ପ୍ୟାକେଜର ଘୋଷଣା କରିଛନ୍ତି ଯାହା ଦେଶର ଡିଜିପି ଙ୍କର ୨୦ ପ୍ରତିଶତ ଅଟେ । ଏହାଦ୍ଵାରା ଅସହାୟ ଲୋକଙ୍କୁ ସାହାଯ୍ୟ କରାଯିବ । ଟୋକ୍ୟୋ ଛଡା କଗାବା, ଚୀବା, ସାଇତାମା, ଫୋକୋଉକା, ହ୍ରୋଗୋ ଏବଂ ଓସାକା ର ଲୋକଙ୍କୁ ଘରୁ ବାହାରକୁ ନଯିବା ପାଇଁ କୁହାଯାଇଛି ।

୪୦୦୦ ରୁ ଅଧିକ ସଂକ୍ରମଣ ଏବଂ ୯୪ଙ୍କର ମୃତ୍ୟୁ

ଜାପାନ ସରକାର ଦେଶର ଆର୍ଥିକ ଉତ୍ପାଦନର ୨୦ପ୍ରତିଶତ ର ପ୍ରୋତ୍ସାହନ ପ୍ୟାକେଜକୁ ସ୍ଵିକୃତି ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ୧୧ପ୍ରତିଶତ ଏବଂ ଜର୍ମାନୀ ପାଇଁ ୫ପ୍ରତିଶତ ଆଉଟପୁଟ ଅଛି । ଜାପାନରେ କରୋନାରେ ୪୦୦୦୦ ଜଣ ସଂକ୍ରମଣ ହେବା ସହିତ ୯୪ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ପୁଣିଥରେ ଲକଡାଉନ ହେବ ନାହିଁ

ଜାପାନ ର ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହି ଜରୁରୀକାଳିନ ପରିସ୍ଥିତିରେ ପୁଣି ଥରେ ଲକଡାଉନ ର ମାନେ ନୁହେଁ । ଏହି ସମୟରେ ସରକାର ଲୋକଙ୍କୁ ଘରେ ରହିବା ପାଇଁ ଆଦେଶ ଦେବା ସହିତ ବଜାର ବନ୍ଦ କରିବା ପାଇଁ ଉପଦେଶ ଦେଇଛନ୍ତି । ଏହି ସମୟରେ ଖାଦ୍ୟ ସାମଗ୍ରୀ ଏବଂ ଔଷଧ ଦୋକାନ ଖୋଲା ରହିବ ।

ସାଂସଦ ଏବଂ ଅଧିକାରୀଙ୍କ ଚାପରେ ଥିଲେ ପିଏମ

ଜାପାନ ରେ ଏହି ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବା ପାଇଁ ଜାପାନ ର ପ୍ରଧାନମନ୍ତ୍ରୀ ସାଂସଦ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଚାପରେ ଥିଲେ । ସେମାନେ ଏହାର ଶୀଘ୍ର କିଛି ନିଷ୍ପତ୍ତି ନେବା ପାଇଁ କହିଥିଲେ । ସରକାରଙ୍କୁ ଡର ଥିଲା କି ଏହାଦ୍ଵାରା ଅର୍ଥ ବ୍ୟବସ୍ତାରେ ଅସୁବିଧା ହେବ ବୋଲି । ଏମିତି ଦେଶ ଦୁନିଆର ଅଧିକା ଖାବରା ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *