Vastu Tips- ବିନା ପୂଜାରେ ସବୁ ମନୋକାମନା ହେବ ପୂର୍ଣ୍ଣ, କେବଳ ପାଖରେ ରଖନ୍ତୁ ଏହି ଜିନିଷ

ଆମ ଜୀବନରେ ଧନର ବହୁତ ମହତ୍ଵ ରହିଛି । ସମସ୍ତଙ୍କର ଧନ ପାଇବାରେ ବହୁତ ଆଶା ଥାଏ । ଧନ ପାଇଁ ବହୁତ ଲୋକେ ବହୁତ କାମ କରୁଛନ୍ତି । ଆମ୍ଭେମାନେ ପ୍ରତିଦିନ ସକାଳୁ ଉଠି ନିଜ କାମ ସାରି ଆମେ ପଇସା ରୋଜଗାର ପାଇଁ ବାହାରି ଯାଇଥାଉ । କିନ୍ତୁ ତାହା ଆମକୁ ସନ୍ତୁଷ୍ଟ କରି ନଥାଏ । ଆମେ ଯେତେ ରୋଜଗାର କଲେ ମଧ୍ୟ ତାହା ଆମକୁ କମ ପଡିଥାଏ । ଆମେ ଧନ ବଢାଇବା ପାଇଁ ବହୁତ ପ୍ରକାରର ଉପାୟ ମାନ ସବୁ କରିଥାଉ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଉପାୟ ଯାହା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହୋଇଥାଏ ।

ପ୍ରଥମେ ଆପଣ ଆପଣଙ୍କ ଘରେ ମୟୁର ପୁଚ୍ଛକୁ ଆପଣ ଶ୍ରୀକୃଷ୍ଣଙ୍କ ମଥାରେ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତିର ବତାଵରଣ ଦେଖା ଦେଇଥାଏ । ଆପଣଙ୍କ ଘରେ ସଦା ସର୍ବଦା ପ୍ରଭୁ ଶ୍ରୀକୃଷ୍ଣଙ୍କର କୃପା ଲାଗି ରହିଥାଏ ।

ଆପଣ ଏକ ମୋତି ଶଙ୍ଖ କୌଣସି ଏକ ଶୁଭ ବେଳା ଦେଖି ଘରକୁ ଆଣନ୍ତୁ । ଏହାକୁ ଆପଣ ଏକ ନାଲି କାପଡ଼ାରେ ୧୦୮ ଟି ଅଖଣ୍ଡ ଅରୁଆ ଚାଉଳ ଆଣି ସେହି ଶଙ୍ଖ ଓ ଅରୁଆ ଚାଉଳକୁ ବାନ୍ଧି ଆପଣଙ୍କ ପାଖରେ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ପାଖରେ କେବେ ବି ଧନର ଅଭାବ ହୋଇ ନଥାଏ । ଆପଣ ସବୁବେଳେ ଧନବାନ ହୋଇଥାନ୍ତି । ଏହାକୁ ଆପଣ ଦୀପାବଳି ଦିନ କରିବା ଦ୍ୱାରା ବହୁତ ଭଲ ଫଳ ମିଳିଥାଏ ।

ଆପଣ ଆପଣଙ୍କ ଘରେ ଏକ ଦକ୍ଷିଣା ବର୍ତି ଶଙ୍ଖ ରଖନ୍ତୁ । ଏହି ଶଙ୍ଖରେ ଆପଣ ପାଣି ଭରି ସବୁ ଘରେ ଛିଞ୍ଚିବା ଦ୍ୱାରା ଆପଣଙ୍କ ଘରେ ଏକ ସକରାତ୍ମକ ଉର୍ଜାର ସୃଷ୍ଟି ହୋଇଥାଏ । ସେହି ପାଣିକୁ ଆପଣ ଛୋଟ ଶିଶୁ ଓ ନିଜ ମୁଣ୍ଡରେ ଢାଳିବା ଦ୍ୱାରା ଆପଣଙ୍କର ଏକ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଏହା ଦ୍ୱାରା ମତା ଲକ୍ଷ୍ମୀ ଆପଣଙ୍କ ଘରେ ସଦା ବାସ କରିଥାନ୍ତି ।

ଆପଣ ଏକ ତୁଳସୀ ମାଳାକୁ ଧରି ୧୦୮ ଥର ଜପ କରିବା ଦ୍ୱାରା ଆପଣଙ୍କ ଘରେ ଧନର ପ୍ରାପ୍ତି ହୋଇଥାଏ । ଯଦି ଆପଣ ଏହାକୁ ଶୁକ୍ର ବାରରେ କରିଥାନ୍ତି ତା ହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ସେହି ମାଳାକୁ ଆପଣ ପ୍ରତିଦିନ ପକେଇ ପାରିବେ ଓ ଏହାକୁ ଶୋଇଲା ପୁର୍ବରୁ କାଢିଦେବେ । ଏହାକୁ ପିନ୍ଧି ଆମିଷ ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅଶେଷ କୃପା ବର୍ଷା କରିଥାନ୍ତି ।

ଆପଣ ଆପଣଙ୍କ ଘରର ଉତ୍ତର ପୂର୍ବ କୋଣରେ ଏକ ଲୋଟା ପାଣି ରଖିଦିଅନ୍ତୁ ଓ ଏହାକୁ ପରଦିନ ସକାଳୁ କୌଣସି ଏକ ଗଛରେ ଦେଇ ସେଠାରେ ଆଉ ଏକ ଲୋଟା ପାଣି ରଖି ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ସବୁ ଦେବା ଦେବୀ ଆଶୀର୍ବାଦ ଦେଇଥାନ୍ତି । କାରଣ ସେହି ସ୍ଥାନଟି ଭଗବାନଙ୍କର ସ୍ଥାନ ହୋଇଥଏ । ତେଣୁ ଆପଣଙ୍କୁ ବହୁତ ଭଲ ଫଳ ମିଳିଥାଏ ।

ଆପଣ ଆପଣଙ୍କ ଘରେ ଚନ୍ଦନ ରଖିବା ଉଚିତ । ଏହାଦ୍ୱାରା ଆପଣଙ୍କ ଘରେ ଏକ ସକରାତ୍ମକ ଉର୍ଜାର ଆଗମନ ହୋଇଥାଏ । ଆପଣ ପ୍ରତ୍ୟକ ଦିନ ଚନ୍ଦନକୁ ଘୋରି ଭଗବାନ ଶ୍ରୀକୃଷ୍ଣ ଓ ଶିବଙ୍କ ମଥାରେ ଲଗାଇ ଦିଅନ୍ତୁ । ଚନ୍ଦନ ଲଗେଇ ସାରିବା ପରେ ଆପଣଙ୍କ ହାତରେ ଲାଗିଥିବା ଚନ୍ଦନ ଆପଣ ଆପଣଙ୍କ କଣ୍ଠ ଓ ନାଭିରେ ଲଗାଇ ଦିଅନ୍ତୁ । ଏହା ଦ୍ୱାରା ଆପଣ ସବୁ ବେଳେ ସୁଖ ଓ ଶାନ୍ତିରେ ରହିଥାନ୍ତି ।

ଲେଖାଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଏମିତି ହିଁ କିଛି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *