ଯେତେବେଳେ Terence Lewis ଙ୍କର Nora Fatehi ଙ୍କୁ ଅଶ୍ଳୀଳ ଭାବରେ ଛୁଇଁବାର ଭିଡିଓ ହେଲା ଭାଇରାଲ, ତ Nora ଦେଲେ ଏହି ଜବାବ…

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କୁ କେବଳ ଭାରତରେ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ତାଙ୍କୁ ସମସ୍ତେ ଜାଣିଛନ୍ତି । ଏହି ଅଭିନେତ୍ରୀ ଜଣକ ନିଜ ଡ୍ୟାନ୍ସ ଏବଂ ଷ୍ଟାଇଲ ପାଇଁ ସମସ୍ତଙ୍କ ମନକୁ ଜିତି ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଲୋକପ୍ରିୟ ଆଇଟମ ଗାର୍ଲ ନୋରା ଫତେହୀ । ଏହି କିଛି ଦିନ ହେବ ନୋରା ବହୁତ ଲାଇମ ଲାଇଟରେ ରହୁଛନ୍ତି, କାରଣ ନୋରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ସେହି ଭିଡିଓରେ ନୋରା ନିଜ ଡ୍ୟାନ୍ସ ଗୁରୁ ଟେରେନ୍ସ ଲୁଇସଙ୍କ ସହ ନଜର ଆସିଥିଲେ, ଟେରେନ୍ସଙ୍କର କିଛି ଖରାପ ହରକତ ପାଇଁ ନୋରା ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି କିଛି ଦିନ ତଳେ ନୋରା ଫତେହୀ ଏକ ଡ୍ୟାନ୍ସ ରିଆଲିଟି ସୋ ‘ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର’ରେ ଜଜ୍ ରୂପେ ନଜର ଆସୁଛନ୍ତି । ଏହି ସୋର ଅନ୍ୟତମ ଜଜ୍ ଟେରେନ୍ସଙ୍କ ସହ ଅଧିକାଂଶ ସମୟ ନୋରା ଡ୍ୟାନ୍ସ କରୁ ଥିବାର ନଜର ଆସିଛନ୍ତି । ହେଲେ ଏହି କିଛି ଦିନ ହେବ ଏହି ଦୁଇ ଜଣଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ଭିଡିଓରେ ନୋରା ନାଲି ରଙ୍ଗର ଶିମିରି ଗାଉନ ପିନ୍ଧିଛନ୍ତି । ଯାହା ଫଳରେ ସେ ବହୁତ ଅଧିକ ସୁନ୍ଦର ଦେଖାଯାଉଛନ୍ତି । ଟେରେନ୍ସ ଏବଂ ନୋରା ଡ୍ୟାନ୍ସ କରୁଥିବା ସମୟରେ ଟେରେନ୍ସଙ୍କ ହାତ ନୋରାଙ୍କର ବ୍ୟାକରେ ବାଜିଥିବାର ନଜର ଆସୁଛି । ଏହା ଦ୍ଵାରା ଅଧିକାଂଶ ଲୋକମାନେ ଟେରେନ୍ସଙ୍କ ଉପରେ ବହୁତ ସାରା ମିମ୍ସ ମଧ୍ୟ ବନେଇଛନ୍ତି । ଟେରେନ୍ସଙ୍କର ଏହି ହରକତ ପାଇଁ ଲୋକମାନେ ତାଙ୍କର ବିରୋଧ ମଧ୍ୟ କରିଛନ୍ତି ।

ଲୋକମାନଙ୍କର ଏହି ବିରୋଧକୁ ଦେଖି ଟେରେନ୍ସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବଡ ଜବାବ ମଧ୍ୟ ଦେଇଛନ୍ତି, ହେଲେ ଏହା ସିଧା ସଳଖ ନହେଲେ ମଧ୍ୟ ଲୋକମାନଙ୍କ ପାଇଁ ଏହା ହେଉଛି ଟେରେନ୍ସଙ୍କର ଜବାବ । ଟେରେନ୍ସ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଏବଂ ନୋରାଙ୍କର ଏକ ଫଟୋକୁ ସେୟାର କରିଛନ୍ତି । ସେହି ଫଟୋରେ ଟେରେନ୍ସ ନୋରାଙ୍କୁ ନିଜ ହାତରେ ଉଠାଇ ଧରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି, ‘ଏକ ବହୁତ ଭଲ ଜଜ୍ ହେବା ପାଇଁ ଏବଂ ମୋ ଉପରେ ବିଶ୍ଵାସ ରଖିଥିବାରୁ ଧନ୍ୟବାଦ ନୋରା’ ।

ନୋରା ମଧ୍ୟ ଟେରେନ୍ସଙ୍କୁ ଏହାର ଜବାବ ଦେଇ କହିଛନ୍ତି, ‘ଧନ୍ୟବାଦ ଟେରେନ୍ସ ଆଜିର ସମୟରେ ସୋସିଆଲ ମିଡିଆରେ ଯେଉଁପରି ମିମ୍ସ କରା ଯାଉଛି ଏବଂ ଭିଡିଓକୁ ଯେତେ ମାତ୍ରାରେ ଭାଇରାଲ କରା ଯାଇଛି ମୁଁ ଖୁସି ଅଟେ କି ଆପଣ ଏହି ସବୁ କାରଣ ପାଇଁ ଅଧିକ ଟେନସନ ନେଉ ନାହାନ୍ତି । ଆପଣ କେବଳ ଶାନ୍ତ ରୁହନ୍ତୁ, ଏହି ସମୟ ମଧ୍ୟ ବହୁତ ଶୀଘ୍ର ଚାଲିଯିବ । ଆପଣ ଏବଂ ଗୀତା ମ୍ୟାମ ମତେ ବହୁତ ସପୋର୍ଟ କରିଛନ୍ତି’ ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *