ରହସ୍ୟ ମୟ ରୋଗରେ ରେ ଭୟଭୀତ,100ରୁ ଉର୍ଦ୍ଧ ମାମାଲା ଆସିଲାଣି ସାମ୍ନାକୁ ଓ 3 ଜଣଙ୍କ ମୃତ୍ଯୁହେଇ ସାରିଛି

ନ୍ୟୁୟର୍କ: କରୋନା ଭାଇରସ ମହାମାରୀରେ ସବୁଠାରୁ ଅଧିକ ମଲେଣି । ଆମେରିକାରେ ଏବେ ନୂଆ ରହସ୍ୟମୟ ରୋଗ କାୟା ବିସ୍ତାର କରୁଛି । ଏବେ କେବଳ ଏହି ରୋଗରେ ପିଲାମାନେ ଶିକାର ହେଉଛନ୍ତି ତାହା ନୂହେଁ । ନିୟୁର୍କରେ ଅଜଣା ରୋଗରେ 3 ଜଣ ପିଲାଙ୍କର ମୃତ୍ୟୁ ହେଲାଣି । ଏଠାରେ ଏହି ରୋଗରେ 73 ଜଣ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ 7 ରାଜ୍ୟର 100 ରୁ ଅଧିକ ରୋଗୀ ଆକ୍ରାନ୍ତ ହେବାର ନଜର ଆସିଛି । ଏହି ରୋଗରେ ସଂକ୍ରମିତ ହୋଇଥିବା ପିଲାମାନଙ୍କ ବୟସ 2 ରୁ 15 ଭିତରେ ଅଟେ । ଗଭର୍ଣ୍ଣର ଏଡ୍ୟୁ କ୍ୟୁମୋ ଏହାର ସୂଚନା ଦେଇଛନ୍ତି । ସେମାନଙ୍କ କହିବା ଅନୁସାରେ ରହସ୍ୟମୟ ରୋଗରେ ବହୁମାତ୍ରାରେ ପ୍ରଭାବିତ ହୋଇଥିବା ପିଲାଙ୍କ ମଧ୍ୟରେ ଶ୍ଵାସ ଜନିତ ଅସୁବିଧା ଲକ୍ଷଣ ଦେଖାଯାଇଛି ।

ଯେଉଁ ପିଲାଙ୍କ ମୃତ୍ୟୁ ହୋଇଥିଲା ସେମାନଙ୍କ ମଧ୍ୟରୁ କୌଣସି ପ୍ରକାର ଲକ୍ଷଣ ନଥିଲା । ନ୍ୟୁୟର୍କ ଜିନୋମ ସେଣ୍ଟର ଓ ରକ୍ ଫେଲୋର ୟୁନିଭର୍ସିଟି ଏହି ରୋଗ ଉପରେ ଗବେଷଣା କରୁଛନ୍ତି । ଏ ପର୍ଯ୍ୟନ୍ତ ବାପା ମା ଓ ସ୍ୱାସ୍ଥ ଏକ୍ସପର୍ଟ ମାନେ ଭାବି ଖୁସି ଅନୁଭବ କରୁଛନ୍ତି କି କରୋନା ଭାଇରସ ଦ୍ଵାରା ପିଲାଙ୍କ ମୃତ୍ୟୁ ଅଧିକ ହୋଇନାହିଁ । କିନ୍ତୁ ଏବେ ଏହି ନୂଆ ରୋଗ ଚିନ୍ତା ବଢାଇ ଦେଇଛି । ଯେଉଁ ସମୟରେ କ୍ୟୁମୋ ନୂଆ ରୋଗର ମୃତ୍ୟୁ ବିଷୟରେ ଗଣମାଧ୍ୟମକୁ ଅବଗତ କରାଇଥିଲେ ସେହି ସମୟରେ କରୋନା ମହାମାରୀରେ 10 ପିଲାଙ୍କ ମୃତ୍ୟୁର ଖବର ଆସି ପହଞ୍ଚିଥିଲା । ସ୍ୱାସ୍ଥ୍ୟ ବିଭାଗ ଏହାର ପରୀକ୍ଷା କରିବାରେ ଲଗି ପଡିଛି କି ଏମାନଙ୍କ ମୃତ୍ୟୁର ରହସ୍ୟ ନୂଆ ରୋଗ ନୁହେଁ ତ ।

ୟୁରୋପୀୟ ଦେଶ ଗୁଡ଼ିକ ମଧ୍ୟରେ ବ୍ରିଟେନ୍, ଫ୍ରାନ୍ସ, ସ୍ଵିଜରଲାଣ୍ଡର ଓ ଇଟାଲିରେ ମଧ୍ୟ ଏହି ନୂଆ ରୋଗରୁ ପାଖାପାଖି 50 ରୁ ଅଧିକ ରୋଗୀଙ୍କ ଖବର ଆସିଛି । ଡବ୍ଲ୍ୟୁଏଚଓ ର ବୈଜ୍ଞାନିକ ମାରିଆ ବେନ୍ କେରଖୋବେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୟୁରୋପୀୟ ଦେଶରେ ଏହି ରୋଗର ଲକ୍ଷଣ ଛୋଟବେଳୁ ହେଇଥିବା କାଶ ଶ୍ୱାସ ଜନିତ ରୋଗ ଭଳି । ଯେମିତି ହାତ ଓ ଗୋଡ ଫୁଲିବା, ଶରୀରରେ ଦାଗ ଭଳି ଇତ୍ୟାଦି । ଏମିତିକା ଲକ୍ଷଣ ଆମେରିକାରେ ମଧ୍ଯ ଦେଖା ଦେଇଛି।

ଲକ୍ଷଣ :

ଶରୀର, ଶିରା ପ୍ରଶିରା, ଅଧିକ ସମୟ ପର୍ୟ୍ୟନ୍ତ ଜ୍ଵର ଓ ପେଟ ଓ ଛାତିରେ ଯନ୍ତ୍ରଣା

ଡାକ୍ତରଙ୍କ କହିବା ଅନୁସାରେ ଏହି ରହସ୍ୟମୟ ରୋଗରେ ଶରିର ଫୁଲି ଯାଏ

ଆଖିରେ ଯନ୍ତ୍ରଣା ହୁଏ

ଶରୀରରେ ଧଳା ଦାଗ ହୋଇଯାଏ

ଶରିରର ରଙ୍ଗ ବଦଳିବାକୁ ଲାଗେ

ବହୁ ଦିନ ଧରି ଜ୍ଵର ରହେ ଓ ପେଟ ଛାତିରେ ଯନ୍ତ୍ରଣା ହୁଏ

ଲୋ ବ୍ଳଡ଼ ପ୍ରେସର୍ ର ଅସୁବିଧା ହୋଇଥାଏ

ଉପାୟ :

ସ୍ଟେରଏଡ୍, ଏସ୍ପିରିନ ର ମେଡିସିନ ଦିଆ ଯାଉଛି ଓ ଭେଣ୍ଟିଲେଟର ଦରକାର ପଡ଼ୁଛି । ଡାକ୍ତର ରୋଗୀମାନଙ୍କୁ କେବଳ ସ୍ଟେରଏଡ୍, ଇଣ୍ଟ୍ରାଭେନସ୍, ଇମ୍ୟୁନୋଗ୍ଲୋବୁଲିନ୍ ଏସ୍ପିରିନ ମେଡିସିନ ସବୁ ଦିଆଯାଉଛି । ଆଣ୍ଟିବାୟୋଟିକ୍ ମଧ୍ୟ ଦିଆ ଯାଉଛି । କିଛି ରୋଗୀଙ୍କୁ ଅକ୍ସିଜେନ ଦେବାକୁ ପଡ଼ୁଛି । ବହୁତ୍ ଖରାପ ସ୍ଥିତିରେ ଥିବା ରୋଗୀଙ୍କୁ ଭେଣ୍ଟିଲେଟର ରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପିଲାଙ୍କୁ ହେଉଥିବା ଏହି ରହସ୍ୟମୟ ରୋଗରେ ପ୍ରଭାବିତ ହେବାର କାରଣ ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତିର ବିକଶିତ କମ ହୋଇଥାଏ । ଏବେ ଡାକ୍ତର ଜେନେଟିକ ଟେଷ୍ଟ ଉପରେ ଜୋର୍ ଦେଇଛନ୍ତି। ଏହାଦ୍ଵାରା କିଛି ନୂଆ ତଥ୍ୟ ସାମନାକୁ ଆସିବ । ଦେଶ ଦୁନିଆରେ ଘଟୁଥିବା ସବୁ ଘଟଣା ସମ୍ବଧରେ ଜାଣିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *