କରଣ ଜୋହରଙ୍କୁ ସପୋର୍ଟ କରିବା ପାଇଁ ଯେତେବେଳେ କେହି ବି ଆସିଲେ ନାହିଁ, କରଣ ନେଲେ ସବୁଠୁ ଭୟଙ୍କର ପଦକ୍ଷେପ

ଏହି କିଛି ଦିନ ହେବ କରଣ ଜୋହରଙ୍କୁ ଲୋକମାନେ ଗାଳି ଓ ଘୃଣା କରୁଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପଛରେ କରଣ ଜୋହରଙ୍କର କିଛି ଅବଦାନ ରହିଛି । ଯାହାଫଳରେ ଲୋକମାନେ କରଣଙ୍କୁ ବହୁତ ଗାଳି ଦେଉଛନ୍ତି । ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, କରଣ ଜୋହରଙ୍କୁ ତାଙ୍କର କୌଣସି ସାଙ୍ଗ ସାହାର୍ଯ୍ୟ ନ କରିବାରୁ ସେ ଏକ ବଡ ପଦକ୍ଷେପ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବଡ ପଦକ୍ଷେପ ବିଷୟରେ ।


ଏହି କିଛି ଦିନ ହେବ ସୋସିଆଲ ମିଡିଆରେ କରଣ ଜୋହରଙ୍କ ବହୁତ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଛି । ଏହି ଭିଡିଓ ଏବଂ ଫଟୋରୁ ଜଣା ପଡିଛି ଯେ, କରଣ କିପରି କେବଳ ଷ୍ଟାର କିଡ୍ସ ମାନଙ୍କୁ ସପୋର୍ଟ କରନ୍ତି ଓ ଅନ୍ୟ ଅଭିନେତା ମାନଙ୍କୁ କିପରି ନିଜ ସୋ ରେ ଡାକି ତାଙ୍କୁ ବେଜିତ କରନ୍ତି । କରଣ କେବଳ ଷ୍ଟାର କିଡ୍ସ ମାନଙ୍କୁ ନିଜ ଫିଲ୍ମରେ ନିଅନ୍ତି, ଷ୍ଟାର କିଡ୍ସ ମାନଙ୍କୁ ନିଜ ସୋ ରେ ଡାକନ୍ତି ଓ ଆୱାର୍ଡ ଫଙ୍କସନ୍ ରେ ମଧ୍ୟ ଷ୍ଟାର କିଡ୍ସ ମାନଙ୍କୁ ଅଧିକ ଲାଇମ ଲାଇଟ ଦିଅନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଲୋକମାନେ କରଣକୁ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଟ୍ରୋଲ କରିଛନ୍ତି । ଟ୍ରୋଲ କରିବା ସହିତ କରଣଙ୍କୁ ଲୋକମାନେ ଅନଫଲୋ କରିବା ମଧ୍ୟ ଆରମ୍ଭ କରିଛନ୍ତି ।


କରଣଙ୍କ ପୂତଲା ଜଳାଇବା ସହ ତାଙ୍କ ଫିଲ୍ମ ଗୁଡିକୁ ବଏ କଟ୍ କରିବା ପାଇଁ ଲୋକମାନେ ପ୍ରୟାସ କରିଛନ୍ତି । ଏହି ଘଟଣାକୁ ଦେଖି କରଣ ଜୋହର ଗତ କିଛି ଦିନ ତଳେ ନିଜ ଟ୍ବିଟର ଆକାଉଣ୍ଟରେ ସମସ୍ତ ଷ୍ଟାର କିଡ୍ସ ମାନଙ୍କୁ ଅନଫଲୋ କରିଥିଲେ ଏହା ସହିତ ସେ କେବଳ ୮ ଟି ଲୋକଙ୍କୁ ଫଲୋ କରୁଥିଲେ । କରଣଙ୍କ ଆସୁଥିବା ସୋ କଫି ୱୀଥ କରଣର ନୂଆ ସିଜନକୁ ମଧ୍ୟ ମେକର ମାନେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କାରଣ ବର୍ତ୍ତମାନ ସମୟରେ କୌଣସି ଷ୍ଟାର ତାଙ୍କ ସୋ କୁ ଯିବା ପାଇଁ ଚାହୁଁ ନାହାନ୍ତି । ଏହା ସହିତ କରଣଙ୍କ ଏହି ଖରାପ ପରିସ୍ଥିତିରେ କୌଣସି ଷ୍ଟାର ତାଙ୍କୁ ସାହାର୍ଯ୍ୟ ବା ସପୋର୍ଟ କରୁନାହାନ୍ତି । ସେଥିପାଇଁ କରଣ ଜୋହର ବହୁତ ଦୁଃଖ ଅନୁଭବ କରି ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ସେହି ନିଷ୍ପତ୍ତି ହେଲା କରଣ ଜୋହର ମାମି ଡାଇରେକ୍ଟରରୁ ନିଜ ମେମ୍ବରସିପ କ୍ୟାନସେଲ କରିସାରିଛନ୍ତି । ସେ ନିଜର ଇସ୍ତଫା ମାମି କମ୍ୟୁନିଟିକୁ ମେଲ କରିସାରିଛନ୍ତି । ମାମି ଏକ ଏମିତି ପ୍ଲାଟଫର୍ମ ଅଟେ ଯେଉଁଠି ବଲିଉଡର ନୂଆ ଫିଲ୍ମ ମେକର୍ସ ମାନଙ୍କୁ ଆସିବାର ଏକ ମଉକା ମିଳିଥାଏ । ବର୍ତ୍ତମାନ ଏହି କମ୍ପାନୀରୁ ସେ ଇସ୍ତଫା ନେଇ ସାରିଛନ୍ତି । ଏହାର ମୁଖ୍ୟ କାରଣ ଥିଲା ଇଣ୍ଡଷ୍ଟ୍ରି ତାଙ୍କୁ ସାହାର୍ଯ୍ୟ କରିନଥିଲେ । ଯାହାଫଳରେ ସେ ଏହି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହେଲେ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *