ଚା ବିକାଳିର ଝିଅ ଏବେ ଉଡାଇବ ଫାଇଟର ପ୍ଳେନ, ତାଙ୍କ ସଫଳତାର କାହାଣୀ ଶୁଣିଲେ ଆପଣ ବି ଗର୍ବ କରିବେ

କୁହାଯାଏ କି କର୍ମ କରୁଥିବା ଲୋକଙ୍କର କେବେ ହାର ହୋଇନଥାଏ । ଯିଏ ଚେଷ୍ଟା କରିଥାଏ , ସେ ଆଜି ନହେଲେ କାଲି ଲକ୍ଷ୍ୟ ପାଇବାରେ ସଫଳ ନିଶ୍ଚୟ ହୁଏ । ମଧ୍ୟ ପ୍ରଦେଶର ନିମଚରେ ଚାହା ବିକୁଥିବା ସୁରେଶ ଗଙ୍ଗବାଲଙ୍କ ଝିଅ ଆଞ୍ଚଲ ଗଙ୍ଗବାଲ ଇତିହାସ ରଚିଛନ୍ତି । ଆଞ୍ଚଲ କେବଳ ତାଙ୍କ ପାଠପଢ଼ା , ପରିଶ୍ରମ ଓ ଚେଷ୍ଟାର ସହିତ ବାୟୁସେନା ପର୍ଯ୍ୟନ୍ତ ଯାତ୍ରା ପୁରା କରି ଦେଇଛନ୍ତି । ଆଞ୍ଚଲ ବାୟୁସେନାରେ ଫାଇଟର ପ୍ଲେନ ଉଡାଇବେ । ଆଞ୍ଚଲଙ୍କ ଏହି ବଡ଼ ସଫଳତା ଉପରେ ସୁବେର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପ୍ରଭାବିତ ହୋଇଛନ୍ତି ଓ ସେ ଟୁଇଟକରି ଅଭିନନ୍ଦନ ଜଣାଇଛନ୍ତି ।

ସିଏମ ଶିବରାଜ ସିଂହ ଚୌହାନ ଅଭିନନ୍ଦନ ଜଣାଇଥିଲେ

ସିଏମ ଶିବରାଜ ନିଜେ ଟୁଇଟ କରି ଲେଖିଲେ ‘ନିମଚରେ ଚାହା ଦୋକାନ ଲଗାଇଥିବା ସୁରେଶ ଗଙ୍ଗବାଲଙ୍କ ଝିଅ ଆଞ୍ଚଲ ଏବେ ବାୟୁସେନାରେ ଫାଇଟର ପ୍ଲେନ ଉଡାଇବେ । ମଧ୍ୟପ୍ରଦେଶକୁ ଗର୍ବିତ କଲା ଭଳି ଝିଅ ଆଞ୍ଚଲ ଏବେ ଦେଶର ଗୌରବ ଓ ସମ୍ମାନର ରକ୍ଷାପାଇଁ ଅନନ୍ତ ଆକାଶର ଉଚ୍ଚତାରେ ଉଡାନ ଭରିବେ । ଝିଅକୁ ଶୁଭକାମନା , ଆଶୀର୍ବାଦ ଓ ଅଭିନନ୍ଦନ ।’

 

ଏହା ପୂର୍ବରୁ ସିଏମ ଶିବରାଜ ଆଞ୍ଚଲଙ୍କୁ ତାଙ୍କ ସଫଳତା ପାଇଁ ଗୋଟେ କବିତା ଜରିଆରେ ତାଙ୍କ ସାହସ ବଢ଼ାଇବା ପାଇଁ ତାଙ୍କୁ ଶୁଭକାମନା ଦେଲେ । ସିଏମ ଲେଖିଲେ , ‘ରୌଶନ ଥି ଧର୍ତି ତୁଝସେ , ଅବ ରୌଶନ ହୋଗି ଅସାମାନ୍ ଭି । ଦୁଆଓ ପର ପର୍ବାଜ କରୋ , ରୌଶନ କର ଦେ ଯାହଁ ଭି । ଅନ୍ଧାରକୁ ଚିରି ପୁଣି ଏକ ଝିଅ ଆଞ୍ଚଲ ରଚିଦେଲା ଇତିହାସ । ଏମିତି ହିଁ ବଢନ୍ତୁ ଝିଅମାନେ ଏହା ହିଁ ଆମ ସମସ୍ତଙ୍କ ଗୌରବ ଓ ଅଭିମାନ ମଧ୍ୟ । ଝିଅ ଆଞ୍ଚଲଙ୍କୁ ସ୍ନେହ ଓ ଆଶୀର୍ବାଦ ମାଆ ବାପାଙ୍କୁ ଅନେକ ଅନେକ ଅନେକ ଶୁଭକାମନା ।

ମଧ୍ୟ ପ୍ରଦେଶର ନିମଚ ଜିଲ୍ଲାର ଗୋଟେ ଚାହା ବାଲାର 24 ବର୍ଷୀୟ ଝିଅ ଆଞ୍ଚଲ ଗଙ୍ଗବାଲ ବାୟୁସେନାର ଫ୍ଲାଇଙ୍ଗ ବ୍ରାଞ୍ଚରେ ଚୁନିତ କରା ଯାଇଛି , ମାନେ ଆଞ୍ଚଲ ଏବେ ବାୟୁସେନାର ଫ୍ଲାଇଟର ପ୍ଳେନ ଉଡ଼ାଇବେ।

ଆଞ୍ଚଲ କହିଲେ ସଫଳତାର ଦୁଇଟି ମନ୍ତ୍ର

ଏହି ସଫଳତା ଉପରେ ଆଞ୍ଚଲ କହିଲେ କି ୫ ଥର ଏହି ପରୀକ୍ଷାରେ ଫେଲ ହୋଇଛନ୍ତି , କିନ୍ତୁ ସେ ହାର ମାନି ନଥିଲେ । ଶେଷରେ ତାଙ୍କୁ ଷଷ୍ଠ ଥର ବେଳକୁ ସକ୍ସେଶ ମିଳିଲା । ଆଞ୍ଚଲ କୁହନ୍ତି କି ଜୀବନରେ କେବେ ହାର ମାନିବା କଥା ନୁହଁ । ଚେଷ୍ଟା ସବୁବେଳେ କରିବା ଦରକାର , କାହିଁକି ନା ଚେଷ୍ଟା କରିବା ବାଲାଙ୍କୁ ସଫଳତା ଦିନେ ନା ଦିନେ ମିଳିଥାଏ।

ଆଞ୍ଚଲ କହିଲେ କି ସଫଳତା କେବଳ ପରିଶ୍ରମ ଓ ଚେଷ୍ଟାରୁ ହିଁ ମିଳିଥାଏ , ଯଦି ଏହି ଦୁଇଟି ଭିତରୁ ଗୋଟେ ବି ଜିନିଷ ଯଦି ଛାଡ଼ି ଦେବେ ତେବେ ଆପଣ ସଫଳ ହୋଇପାରିବେ ନାହିଁ ।ଏହାପରେ ସେ କହିଲେ କି କୌଣସି ବି ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବାର ଏହି ଦୁଇଟି ମନ୍ତ୍ର ଅଟେ ପରିଶ୍ରମ ଓ ଚେଷ୍ଟା ।

ଆଞ୍ଚଲ ଗଙ୍ଗବାର କହିଲେ କି ଯେତେବେଳେ ୨୦୧୩ ମସିହାରେ ବଢି ଆସିଥିଲା ତେବେ ସେହି ସମୟରେ ବାୟୁସେନାର ଯବାନ ଯେଉଁ ପ୍ରକାରରେ ବଞ୍ଚାଇବା କାମରେ ଲାଗିଥିଲେ ତାଙ୍କୁ ଦେଖି ମୁ ନିସ୍ପତି କଲି କି ମୁଁ ବି ବାୟୁସେନାରେ ଯିବି । ସେହି ସମୟରେ ମୋ ପରିବାରର ଆର୍ଥିକ ସ୍ଥିତି ଠିକ ନଥିଲା ସେଥି ପାଇଁ ମୁଁ ଭାରତୀୟ ବାୟୁସେନା ପରୀକ୍ଷାର ପ୍ରସ୍ତୁତି କରି ପାରିଲି ନାହିଁ । କିନ୍ତୁ ଭଗବାନ ସମସ୍ତଙ୍କୁ ମଉକା ଦେଇଥାନ୍ତି ଓ ମତେ ଯେମିତି ଏହି ମଉକା ମିଳିଗଲା ମୁଁ ପରିଶ୍ରମ ସହିତ ଏହାର ପ୍ରସ୍ତୁତିରେ ଲାଗି ପଡିଲି । ଆଜି ମୁଁ ବହୁତ ଖୁସି କି ମୋ ସ୍ଵପ୍ନ ପୁରା ହେଲା ।

ଆଶା କରୁଛୁ ଆମର ଏହି ଲେଖାଟି ସମସ୍ତଙ୍କୁ ନିଶ୍ଚୟ କିଛି ପ୍ରେରଣା ଯୋଗାଇବ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହିପରି ଦେଶ ଦୁନିଆର ଅପଡେଟ ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *