ଫିଲ୍ମ The Kashmir Files କୁ ପ୍ରମୋଟ ନ କରିବା Kapil Sharma ଙ୍କୁ ପଡିଲା ଭାରି ! ଭୋଗିବାକୁ ପଡିଲା ଏମିତି ଦଶା…

ବଲୀଉଡର ଜଣା ଶୁଣା ଡାୟେରକ୍ଟର ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ଦିନରେ ନିଜର ଫିଲ୍ମ The Kashmir Filesକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । କାଶ୍ମିରୀ ପଣ୍ଡିତଙ୍କ ଜୀବନୀ ଉପରେ ତିଆରି ହୋଇଥିବା ଏହି ଫିଲ୍ମରେ ବହୁତ ମହତ୍ଵପୂର୍ଣ କଟାହା ଗୁଡିକ ବିଷୟରେ କୁହାଯାଇଛି । କିନ୍ତୁ ଏହା ମଧ୍ୟର ଜଣା ଶୁଣା କମେଡିୟାନ କପିଲ ଶର୍ମା ଏହି ଫିଲ୍ମ କାରଣରୁ ଲୋକମାନଙ୍କ ଟ୍ରୋଲର ଶିକାର ହୋଇ ଯାଇଛନ୍ତି । କାହିଁକି ଲୋକମାନେ କପିଲଙ୍କୁ ଟ୍ରୋଲ କରୁଛନ୍ତି ଚାଳନ୍ତୁ ଜାଣିବା ।

ଆପଣ ସମସ୍ତେ The Kapil Sharma ଶୋ ବିଷୟରେ ଜାଣିଛନ୍ତି । ଯେଉଁଠି ବଲୀଉଡ ଫିଲ୍ମ ସହିତ, ସାଉଥର କିଛି ଫିଲ୍ମ ଓ ଓଟିଟି ଉପରେ ରିଲିଜ ହେଉଥିବା ଫିଲ୍ମ ଓ ୱେବ ସିରିଜର ଷ୍ଟାରମାନେ ଏହି ଶୋକୁ ଆସି ନିଜର ଫିଲ୍ମ ଓ ୱେବସିରିଜର ପ୍ରମୋଶନ କରିଥାନ୍ତି ।

କିନ୍ତୁ ବର୍ତ୍ତମାନ କପିଲ ଶର୍ମାଙ୍କ ଉପରେ କାଶ୍ମିରୀ ପଣ୍ଡିତଙ୍କ ଉପରେ ତିଆରି ହୋଇଥିବା ଫିଲ୍ମ The Kashmir Filesକୁ ନିଜ ଶୋରେ ପ୍ରମୋଟ ନ କରିବାର ଆରୋପ ଲାଗିଛି । ଏହି କାରଣ ଅଟେ କି ଏହି ଶୋ ଓ କପିଲ ଶର୍ମା ଏହି ଫିଲ୍ମକୁ ପ୍ରମୋଶନ ନ କରିବା କାରଣରୁ ବିବାଦରେ ଆସି ଯାଇଛନ୍ତି । The Kashmir Files ଫିଲ୍ମର ଡାୟେରକ୍ଟର ବିବେକ ଅଗ୍ନିହୋତ୍ରୀ କପିଲ ଶର୍ମା ଓ ତାଙ୍କ ଶୋ ର ମେକର ଉପରେ ଆରୋପ ଲଗାଇଛନ୍ତି କି ସେମାନେ ଏହି ଶୋ ଉପରେ ତାଙ୍କର ଫିଲ୍ମର ପ୍ରମୋଶନ କରି ନାହାନ୍ତି ।

ଯାହା ବିଷୟରେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବି ଲେଖିଛନ୍ତି । ଯେଉଁ କାରଣରୁ ବର୍ତ୍ତମାନ ସମସ୍ତେ କପିଲ ଓ ତାଙ୍କର ଏହି ଶୋକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଟ୍ଵିଟରରେ ଲୋକମାନେ କମେଣ୍ଟ କରି କପିଲ ଶର୍ମା ଓ ତାଙ୍କର ଶୋ କୁ ଟାର୍ଗେଟ କରୁଛନ୍ତି । କିଛି ଦିନ ତଳେ ଫ୍ୟାନମାନେ ଏହି ଫିଲ୍ମର ଡାଏରେକ୍ଟର ବିବେକକୁ କହିଥିଲେ କି ସେ ନିଜର ଏହି ଫିଲ୍ମର ପ୍ରମୋଶନ କପିଲ ଶର୍ମାଙ୍କ ଶୋ ଉପରେ କରିବା ଉଚିତ । ଯାହା ଦ୍ଵାରା ଏହା ସମସ୍ତଙ୍କ ପାଖକୁ ପହଞ୍ଚିବ ।

କିନ୍ତୁ ଫ୍ୟାନମାନଙ୍କ ଟ୍ଵିଟ ପରେ ବିବେକ ଅଗ୍ନିହୋତ୍ରୀ ଯାହା ଜବାବ ଦେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଲା । ସେ କହିଲେ କି ମୁଁ ନିଜେ ଏହି ନିଷ୍ପତି ନେଇ ପାରିବି ନାହିଁ କି କପିଲ ଶର୍ମା ଶୋରେ କାହାକୁ ଡାକିବା ଉଚିତ । ଏହା ପୂରାପୂରି କପିଲ ଶର୍ମା ଓ ତାଙ୍କ ଶୋର ମେକର ଉପରେ ନିର୍ଭର କରିଥାଏ । ଯଦି ବଲୀଉଡ ବିଷୟରେ କହିବା ତେବେ ଥରେ ମିଷ୍ଟାର ବଚ୍ଚନ ଗାନ୍ଧୀ ପରିବାରଙ୍କ ବିଷୟରେ କହିଥିଲେ କି ସେ ରାଜା ଅଟନ୍ତି ଆମେ ରଙ୍କ ।

ବିବେକ ଆଗକୁ କହିଲେ କି ମୁଁ ବି ତାଙ୍କର ଫ୍ୟାନ ଅଟେ କିନ୍ତୁ ସେମାନେ ଆମକୁ ଶୋକୁ ଆମନ୍ତ୍ରିତ କରିବା ପାଇଁ ମନା କରି ଦେଲେ । କାରଣ ଆମ ଫିଲ୍ମରେ କୌଣସି ବଡ ଷ୍ଟାର ନାହିଁ ।ବିବେକଙ୍କ ଏହି ବୟାନ ଆସିବା ପରେ କେତେକ ୟୁଜରମାନେ କପିଲଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଲେ ।

Leave a Reply

Your email address will not be published. Required fields are marked *