କନ୍ୟା ମୁହଁ ଦେଖାଇବା ପରମ୍ପରାରେ ଏମିତି ଜିନିଷ ମାଗିଲା କି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ଏହିଭଳି ଆଶ୍ଚର୍ଯ୍ୟ କରି ଦେବା ଭଳି ଖବର ଉତ୍ତର ପ୍ରଦେଶର ବାରଣାସୀରୁ ସାମ୍ନାକୁ ଆସୁଛି । ଏଠି ଗୋଟିଏ ବିବାହ ସମାରୋହରେ କନ୍ୟା ଶଶୁର ଘରେ ଗୃହ ପ୍ରବେଶ କରିବା ପୂର୍ବରୁ ନିଜର ସ୍ଵାମୀ ଓ ଶଶୁର ଘରର ଅନ୍ୟ ସଦସ୍ୟମାନଙ୍କୁ ମୁହଁ ଦେଖା ପରମ୍ପରାରେ ଏକ ଅଦ୍ଭୁତ ଜିନିଷ ମାଗି ଦେଲା । କନ୍ୟାର କଥା ଶୁଣି ଶଶୁର ଘର ଲୋକମାନେ ଚିନ୍ତିତ ହୋଇଗଲେ ।

ଏହି ମାମଲା ବାରଣାସୀର ଚୋଲାପୁର ବ୍ଲକର ଅଟେ । ମିର୍ଜାପୁରର ନିଧିର ବିବାହ ଅଜଗରା ଗ୍ରାମର ଅଭିଷେକ ପାଣ୍ଡେୟ ସହିତ ହୋଇଥିଲା । କନ୍ୟାର ବିଦାଇ କରାଗଲା ଓ ନିଧି ନିଜର ସ୍ଵାମୀ ସହିତ ଶଶୁର ଘରେ ପହଞ୍ଚିଲା । ଶଶୁର ଘର ପହଞ୍ଚିବା ପୂର୍ବରୁ ହିଁ ରାସ୍ତାରେ କନ୍ୟା ନିଧି ନିଜର ସ୍ଵାମୀ ଅଭିଷେକକୁ ମୁହଁ ଦେଖାଇର ଗିଫ୍ଟ ମାଗିଲା । ବର ଅଭିଷେକ ଚିନ୍ତାରେ ପଡିଗଲା କି ନିଧି କଣ ମାଗିବ ! କଣ ସେ ଭଲ ଓ ମହଙ୍ଗା ଗହଣା ମାଗିବ ବା ଅନ୍ୟ କୌଣସି ଜିନିଷ ମାଗିବ ।

ପୁରା ରାସ୍ତା ଅଭିଷେକ ଏହା ଚିନ୍ତା କରୁଥିଲା କି ସେହି ସମୟରେ ସେମାନେ ଘରେ ପହଞ୍ଚିଗଲେ ଓ କନ୍ୟା ନିଧି କହିଲା କି ମୋତେ ଗୃହ ପ୍ରବେଶ କରିବା ପୂର୍ବରୁ ଏକ ଗଛ ଲଗାଇବାର ଅଛି । ସ୍ଵାମୀ ଓ ଶଶୁରଘର ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ କାରଣ କୌଣସି ବି କନ୍ୟା ଏହି ସମୟରେ ମୁହଁ ଦେଖାଇ ପାଇଁ ଏହିଭଳି କୌଣସି ଡିମାଣ୍ଡ କରେ ନାହିଁ । କନ୍ୟା ପୁଣି ଥରେ ନିଜର କଥାକୁ କହିଲା କି ମୁହଁ ଦେଖାରେ ମୋତେ ଏକ ଗଛ ଲଗାଇବାର ଅଛି ।

ବର ଓ ତାହାର ପରିବାର କନ୍ୟାର କଥାରେ ଏତେ ଖୁସି ହେଲେ କି ସେମାନେ କହିଲେ କି ପ୍ରଥମ ନଜରରେ ହିଁ କନ୍ୟା ଶଶୁର ଘରର ସବୁ ସଦସ୍ୟଙ୍କ ହୃଦୟ ଜିତି ନେଲା । ଶଶୁର ଘର ଲୋକମାନେ କନ୍ୟାର କଥା ଶୁଣିବା ପରେ ଏକ ଆମ୍ବ ଗଛ ଆଣିଲେ ଓ ପୁଣି କନ୍ୟା ନିଧି ଓ ବର ଅଭିଷେକ ମିଶି ସେ ଆମ୍ବ ଗଛକୁ ନିଜ ଘରର ଅଗଣାରେ ଲଗାଇଲେ ।

କନ୍ୟାର ଶଶୁର ଶ୍ୟାମ ବିହାରୀ କହିଲେ କି ବୋହୁର କଥା ଶୁଣି ପ୍ରଥମେ ତ ଅଜବ ଲାଗିଲା, କିନ୍ତୁ ଯେତେବେଳେ ବୋହୁ ବୁଝାଇଲା କି ଗୋଟିଏ ହିଁ ଗଛରୁ ତ ବହୁତ ଗଛ ହୋଇଥାଏ ଓ ସେଥିରୁ ହିଁ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଯାଇ ସେମାନେ ବୁଝି ପାରିଲେ ଓ ଏହା ପରେ ଗଛ ଲଗାଇବା ପାଇଁ ପ୍ରସ୍ତୁତ ହୋଇଗଲେ । ଅଶକରୁଛୁ ଆପଣଙ୍କୁ ଲେଖାଟି ଭଲ ଲାଗିଥିବ । ଆଗକୁ ଆମ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *