ଅଗ୍ନିପଥରେ ଯିଏ ହୋଇଥିଲେ ହ୍ରୀତିକ ଙ୍କ ଭଉଣୀ, ସେହି ଝିଅ ଏବେ ଦେଖା ଯାଉଛି ଏତେ ସୁନ୍ଦର

ଯଦି ଆପଣ ୧୯୯୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅଗ୍ନିପଥ ଦେଖିଥିବେ ତାହେଲେ ଆପଣଙ୍କର ମନେ ଥିବ କି ସେଥିରେ ଅମିତାଭ ବଚନ ମୁଖ୍ୟ ଭୂମିକାରେ ଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଅସଫଳ ରହିଥିଲା । ଅମିତାଭ ବଚନଙ୍କ ଅଭିନୟର ଆଲୋଚନା ହେଲା କିନ୍ତୁ ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ସମାଲୋଚକ ଓ ଦର୍ଶକ ଉଭୟଙ୍କର ଭଲପାଇବା ମିଳିଲା । ଅମିତାଭ ତଥା ମିଥୁନ ଦୁଇ ଜଣଙ୍କୁ ଅଭିନୟ ପାଇଁ ପୁରସ୍କାର ମିଳିଲା । ତାହା ପରେ ୨୦୧୨ମସିହାରେ ହୋଇଥିବା ଅଗ୍ନିପଥ ଯାହାକୁ କରଣ ଜୋହର ପ୍ରସ୍ତୁତ କରିଥିଲେ । ଫିଲ୍ମରେ ହ୍ରୀତିକ ରୋଶନ ମୁଖ୍ୟ ରୋଲ ବିଜୟ ଦିନାନାଥ ଚୌହାନ ଭୂମିକାରେ ଥିଲେ ଯାହାକୁ ପୂର୍ବରୁ ଅମିତାଭ ବଚନ କରିଥିଲେ ।

ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଭିଲିୟନ ଭୂମିକାରେ ଥିଲେ, ଯଦି ଆପଣ ଏହି ଫିଲ୍ମ ଦେଖିଥିବେ ତାହେଲେ ଆପଣଙ୍କର ମନେ ଥିବ କି ଏହି ଫିଲ୍ମରେ ଜଣେ ଝିଅ ହ୍ରୀତିକ ରୋଶନଙ୍କ ଭଉଣୀ ‘ଶିକ୍ଷା’ର ଭୂମିକା ନିଭାଇ ଥିଲେ ଯାହାର ପ୍ରକୃତ ନାମ କନିକା ଅଟେ । ଏହି ଫିଲ୍ମରେ ଛୋଟ ପିଲା ଭୂମିକାରେ କନିକା ତିବାରି ନଜର ଆସିଥିଲେ । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଓ ତାହା ପରେ କନିକା ବହୁତ ଦିନ ପର୍ଯ୍ୟନ୍ତ ନିଜ ଅଭିନୟ କାରଣରୁ ଖୁସିରେ ଥିଲେ କିନ୍ତୁ ଏବେ ଶିକ୍ଷା ବହୁତ ବଦଳି ଯାଇଛନ୍ତି ଏବଂ ଏବେ ତାଙ୍କର ଅଲଗା ହାବ ଭାବ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ କନିକା ଅଗ୍ନିପଥରେ ଅଭିନୟ କରିଥିଲେ ସେତେବେଳେ ସେ ବହୁତ ଛୋଟ ଥିଲେ କିନ୍ତୁ ଏବେ ସେ ବହୁତ ବଡ ହୋଇ ଗଲେଣି । କନିକାଙ୍କ ଲୁକ ଏବେ ବହୁତ ବଦଳି ଯାଇଛି ।

କନିକା ଷ୍ଟାର ପ୍ଲସରେ ଚର୍ଚିତ ଧାରାବାହିକ ‘ୟେ ହେ ମୋହବତେ’ର ନିଜର ଚରିତ୍ର ଈଶିତା ଭଲ୍ଲା ରୂପରେ ଅଭିନୟ କରୁଛନ୍ତି । ସେ ଦିବ୍ୟଙ୍କାଙ୍କ ସମ୍ପର୍କୀୟ ଭଉଣୀ ଅଟନ୍ତି ।ଏହି କଥାକୁ ବହୁତ କମ ଲୋକ ହିଁ ଜାଣିଛନ୍ତି । ଦିବ୍ୟଙ୍କାଙ୍କ ସମ୍ପର୍କୀୟ ଭଉଣୀ କନିକା ବି ତାଙ୍କ ଭଳି ଭୋପାଳର ଅଟନ୍ତି ଏବଂ ସେ ଫିଲ୍ମ ଅଗ୍ନିପଥରେ ହ୍ରୀତିକ ରୋଶନଙ୍କ ସହିତ କାମ କରିଥିଲେ । ଏହି ଫିଲ୍ମ ଅଭିନୟ ପାଇଁ କନିକାଙ୍କୁ ବହୁତ ପ୍ରଶଂସା ମିଳିଥିଲା । କନିକାଙ୍କର ଫିଲ୍ମରେ କିଛି ଇମୋସନାଲ ସିନ ଅଛି ଯାହା ଆପଣଙ୍କ ଆଖିରେ ଲୁହ ଭରି ଦେବ ।

କନିକା ନିଜର ବଲିଉଡ ଡେବ୍ୟୁ ୧୫ବର୍ଷ ବୟସରେ କରିଥିଲେ । କନିକା ନିଜ ଭଉଣୀ ଦିବ୍ୟାଙ୍କ ଙ୍କୁ ନିଜର ପ୍ରେରଣା ସ୍ରୋତ ମାନନ୍ତି । ଏବେ ସେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ସଂଘର୍ଷ କରୁଛନ୍ତି । କନିକାଙ୍କ ଟ୍ୟାଲେଣ୍ଟ ଏହିଥିରୁ ଜାଣି ପାରୁଥିବେ କି ତାଙ୍କୁ ଫିଲ୍ମ ଅଗ୍ନିପଥ ରେ ନିଜ ଚରିତ୍ର ପାଇଁ ୬ହଜାର କଣ୍ଟେଷ୍ଟେନ୍ଟ ଙ୍କ ଭିତରୁ ବଛା ଯାଇଥିଲା ।

Image Courtesy: Google

କଣ ଆପଣଙ୍କୁ ଜଣା ଅଛି କି ମାସୁମ ଦେଖା ଯାଉଥିବା ସେହି ଝିଅ ଏବେ କେଉଁଠି ଅଛନ୍ତି, କେମିତି ଅଛନ୍ତି ଓ କଣ କରୁଛନ୍ତି । ଏହି ଫିଲ୍ମ ରିଲିଜ ହେବାର ଗୋଟିଏ ମାସ ପର୍ଯ୍ୟନ୍ତ କନିକା ନିଜର ଅଭିନୟ ଓ ସରଳତା କାରଣରୁ ସୋସିଆଲ ମିଡିଆରେ ଚର୍ଚିତ ରହିଥିଲେ । ଏବେ ସେ ଏତେ ସୁନ୍ଦର ହୋଇ ଯାଇଛନ୍ତି କି ଆପଣ ତାଙ୍କୁ ଚିହ୍ନି ପାରିବେନି । କନିକାଙ୍କ ଜନ୍ମ ଭୋପାଳରେ ହୋଇଥିଲା ଏବଂ ସେ ଏବେ ୨୩ ବର୍ଷର ହୋଇଗଲେଣି । ୨୦୧୨ରେ ଅଗ୍ନିପଥ କରିବା ପରେ କନିକା ଙ୍କୁ ତେଲୁଗୁ ଫିଲ୍ମ ବୟ ମିଟସ ଗାର୍ଲ (୨୦୧୪), କନ୍ନଡ ଫିଲ୍ମ ରଙ୍ଗନ ଷ୍ଟାଇଲ ଓ ତାମିଲ ଫିଲ୍ମ ଅବି କୁମାର ରେ ଲିଡ ରୋଲ ନିଭାଇବାର ମୌକା ମିଳିଲା । କନିକାଙ୍କ ମାଆ ବିୟୁଟିସିୟାନ ଅଟନ୍ତି, କନିକା ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ ରହନ୍ତି । ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *