୫ ବର୍ଷର ପ୍ରେମ ପରେ ମନ୍ଦିରରେ ଯୁବକଙ୍କୁ ବାହା ହେଲେ ଜଣେ କିନ୍ନର, ବିବାହ ପରେ କଲେ କିଛି ଏମିତି କାମ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେନି

ପ୍ରେମ ବୁଝେନା ଜାତି ଅଜାତି, ପ୍ରେମ ବୁଝେନା ବୟସ ପରିସୀମା ପ୍ରେମ ବୁଝେନା ବର୍ଣ୍ଣ । ପ୍ରେମ ଶାଶ୍ଵତ ଆଉ ପବିତ୍ର । ଯେତେବେଳେ କାହାକୁ ପ୍ରେମ ହୋଇଥାଏ ତାକୁ ଆଉ କିଛି ବି ନଜର ଆସି ନଥାଏ । ପ୍ରେମ ମାନେ ନା କୌଣସି ବନ୍ଧ ବାଦ । ଆପଣ ସମସ୍ତେ ତ ଏହା ଜାଣିଛନ୍ତି । ପ୍ରେମରେ ଏତେ ଶକ୍ତି ଥାଏ ତାହା ପଥରକୁ ମଧ୍ୟ ପାଣି କରି ଦେଇଥାଏ । ଏହିପରି ଏକ ପ୍ରେମ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ନବ ବିବାହିତା ଦମ୍ପତ୍ତି ।

ବର ସାଜିଥିବା ଯୁବକ ବବ୍ଲୁ ଜଣେ ପୁରୁଷ ହୋଇଥିବା ବେଳେ କନିଆଁ ସାଜିଥିବା ଚିନ୍ମୟୀ ଜଣେ କିନ୍ନର ଅଟନ୍ତି । ଆଜି ଆମେ ଆପଣଙ୍କୁ ଏକା ନିଆରା ପ୍ରେମ କାହାଣୀ ବିଷୟରେ କହିବୁ ଯାହା ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଏବେ ଏହି ଯୁବକ ବବ୍ଲୁ ଜଣେ କିନ୍ନର ଚିନ୍ମଯୀ ଙ୍କୁ ବିବାହ କରି ବେଶ ଚର୍ଚ୍ଚାରେ ଅଛନ୍ତି ।

ଗୋଟିଏ ସ୍ଟେଜ ସୋ ରେ ଦୁହିଙ୍କର ଦେଖା ସାକ୍ଷାତ ହୋଇଥିଲା । ଏହା ପରେ ଦୁହେଁ ଦୁହିଙ୍କୁ ଭଲ ପାଇ ବସିଥିଲେ । ଏହା ପରେ ଏମାନଙ୍କ ପ୍ରେମ ଧୀରେ ଧୀରେ ନିବିଡ ହେବାକୁ ଲାଗିଲା ଓ ଦୀର୍ଘ 5 ବର୍ଷର ପ୍ରେମ ପରେ ବର୍ତ୍ତମାନ ଏମାନେ ସାରା ଜୀବନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବବ୍ଲୁ ସାଜିଲେ ବର ଓ ଚିନ୍ମୟୀ ସାଜିଲେ କନିଆଁ ।

ସାରା ଜୀବନ ପାଇଁ ଦୁହେଁ ଦୁହିଙ୍କର ହାତ ଧରିଛନ୍ତି । ଏହି ନିଆରା ବିବାହତି ଅନୁଗୁଳ ଜିଲ୍ଲାର ବୁଢୀ ଠାକୁରାଣୀ ମନ୍ଦିରରେ ସମ୍ପନ୍ନ ହୋଇଛି। ବୁଢୀ ଠାକୁରାଣୀଙ୍କୁ ସାକ୍ଷୀ ରଖି ଉଭୟ ଉଭୟଙ୍କ ହାତ ଧରିଛନ୍ତି ଓ ଏକ ନିଆରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଖବର ଅନୁସାରେ ଏହି କିନ୍ନର ଚିନ୍ମଯୀ ବଅଁରପାଳ ଅଞ୍ଚଳର ଅଟନ୍ତି ଓ ବର ସାଜିଥିବା ବବ୍ଲୁ କଣିହାଁ ଅଞ୍ଚଳର ଅଟନ୍ତି । ଦୁହେଁ ବିବାହ କରିବା ପରେ ଏକ ଅନାଥ ଆଶ୍ରମକୁ ଯାଇ ଗୋଟିଏ ଅନାଥ ପିଲାକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ଓ ଆଗକୁ ସେହି ପିଲାକୁ ନେଇ ଜୀବନର ବାଟ ଚାଲିବା ପାଇଁ ସ୍ଵପ୍ନା ଦେଖିଛନ୍ତି ।

ଆଶା କରୁଛୁ ଦୁହିଙ୍କ୍ର ପ୍ରେମ ସାରା ଜୀବନ ଅତୁଟ ରହୁ । ପ୍ରେମ ର ଏହା ଏକ ନିଆରା ଉଦାହରଣ । ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜନାନତୁ ଓ ଆଗକୁ ଆମ ସହିତ ରହିବା ଅଆଇନ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *