ନୂଆବର୍ଷ ୨୦୨୧ ଆରମ୍ଭରେ କରନ୍ତୁ ଏହି ୧୧ ଟି କାମ ପୁରା ବର୍ଷ ସୁନା ଭଳି ଚମକିବ- Ajira Anuchinta

ନୂଆବର୍ଷ ଆରମ୍ଭରେ କରନ୍ତୁ ଏହି ୧୧ ଟି କାମ ପୁରା ବର୍ଷ ଜୀବନ ସୁନା ଭଳି ଚମକିବ । ଆଉ କିଛି ଦିନ ଗଲେ ଆସୁଅଛି ନୂଆ ବର୍ଷ ୨୦୨୧ , ୨୦୨୦ ସରି ୨୦୨୧ ଆସିବାକୁ ଯାଉଛି । ଏହାକୁ ନେଇ ଅନେକ ଲୋକଙ୍କ ମଧ୍ୟରେ ନୂଆ ଯୋଜନା ଉଙ୍କି ମାରିଲାଣି , ନୂଆ ବର୍ଷରେ ନିଜର ପୁରୁଣା ଅଭ୍ୟାସ ଗୁଡିକ ତ୍ୟାଗକରି ନୂଆ ବର୍ଷଟିକୁ ଆରମ୍ଭ କରିବାକୁ ହେବ । ନୂଆ ବର୍ଷଟିକୁ ଭଲରୂପରେ ବିତେଇବା ପାଇଁ ନୂଆ ଯୋଜନା ସବୁ ହୋଇଥିବ , କିନ୍ତୁ ଯୋଜନା ଗୁଡିକୁ ନୂଆ ପଦ୍ଧତିରେ ନକଲେ ପୁରା ହୁଏ ନାହିଁ ।

ତେଣୁ ୨୦୨୧ ବର୍ଷକୁ କିଛି ସ୍ଵତନ୍ତ୍ର ଓ ସୁଖମୟ କରିବାକୁ ହେଲେ ଆମକୁ କିଛି କାମ କରିବାକୁ ହେବ । ଏହି କାମ କଲେ ଆମର ସାରା ବର୍ଷ ଭଲରେ କଟିବ ଓ ଆମ ଜୀବନ ସୁଖଶାନ୍ତିରେ ବଜାୟ ରହିବ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଗୁଡିକ ଯାହାଦ୍ୱାରା ଆମର ଆର୍ଥିକ , ପାରିବାରିକ ଓ ମାନସିକ ଉନ୍ନତି ହୋଇପାରିବ ।

ନଂ ୧ ଏହି ବର୍ଷ ଅଭାବ ଅନଟନରୁ ଦୂର ହେବା ପାଇଁ ବର୍ଷ ଆରମ୍ଭ ପୂର୍ବରୁ ଘରଟିକୁ ସଫା କରିଦିଅନ୍ତୁ । ସଫା ସ୍ଥାନକୁ ମା ଲକ୍ଷ୍ମୀ ଆସିବାକୁ ପସନ୍ଦ କରନ୍ତି ।

ନଂ ୨ ଘରେ ପ୍ରତିଦିନ ଛାଡୁ କରିବା ସହିତ , ସପ୍ତାହକୁ ଗୋଟେ ଥର ଘରକୁ ଫିଟିକିରି , ଲୁଣ , ଗୋବର ଦ୍ଵାରା ପୋଛା ଲଗାନ୍ତୁ , ଏହା କରିବା ଦ୍ଵାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ହୋଇ ପାରେ ନାହିଁ ।

ନଂ ୩ ପ୍ରତିଦିନ ଘରେ ପୂଜା ଅର୍ଚନା କରିବା ଉଚିତ , ଖାସ କରି ନୂଆ ବର୍ଷଦିନ ଘରେ ଭଲ କରି ପୂଜା ଅର୍ଚନା କରିଲେ ପୁରା ବର୍ଷଟି ସମୟ ଭଲରେ କଟିଥାଏ ।

ନଂ ୪ ବର୍ଷ ଆରମ୍ଭରୁ ଭଗବାନ ନିକଟକୁ ଯାଇ କିଛି ସଂକଳ୍ପ ନିଅନ୍ତୁ ଆଉ ଏହି ସଂକଲ୍ପ କିପରି ପୁରା ହୋଇପାରିବ ତାହା ନିଶ୍ଚିତ କରନ୍ତୁ ।

ନଂ ୫ ବର୍ଷ ଆରମ୍ଭରୁ ନିଜ ଘର ଚାରିପଟେ କିଛି ଔଷଧୀୟ ଗଛ ଲଗାନ୍ତୁ , ବର୍ଷ ସାରା ଏହାର ଯତ୍ନ କରି ଏହାର ଔଷଧୀୟ ଗୁଣର ଫାଇଦା ନିଅନ୍ତୁ ।

ନଂ ୬ ବର୍ଷର ପ୍ରଥମ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କର ଘରେ ପୂଜା କରନ୍ତୁ , ଏହା ଦ୍ଵାରା ଆପଣ ଋଣ ବୋଝରୁ ମୁକ୍ତ ହୋଇଯିବେ ।

ନଂ ୭ ପୁରା ବର୍ଷ ନିରୋଗୀ ରହିବା ପାଇଁ ପୁରା ବର୍ଷ ମହାମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ , ନୂଆ ବର୍ଷ ଦିନ ଶିବଙ୍କୁ ପୂଜା କରି ମନ୍ତ୍ର ଜାପ ନିଶ୍ଚିତ କରନ୍ତୁ ।

ନଂ ୮ ଗ୍ରହ ଶାନ୍ତି ପାଇଁ ପ୍ରତି ସନ୍ଧ୍ୟାରେ ଚନ୍ଦ୍ରମାକୁ ପ୍ରଣାମ ନିଶ୍ଚିତ କରନ୍ତୁ ।

ନଂ ୯ ଯଦି କାର୍ଯରେ କିଛି ବାଧା ଉପୁଜୁ ଥାଏ ତେବେ ପ୍ରତି ସଙ୍କ୍ରାନ୍ତି ଦିନ ଶିବଙ୍କର ମାଳା ଜପନ୍ତୁ ସବୁ ସଙ୍କଟରୁ ମୁକ୍ତ ହୋଇଯିବେ ।

ନଂ ୧୦ ମାନସିକ ଶାରୀରିକ ସୁସ୍ଥତା ରଖିବାକୁ ହେଲେ ପ୍ରତିଦିନ ଯୋଗ ଓ ବାୟାମ କରିବା ଉଚିତ ।

ନଂ ୧୧ ନୂଆବର୍ଷ ଦିନଠୁ କୌଣସି ଗୋଟିଏ ଗୃହ ପାଳିତ ପଶୁ ଆଣି ଘରେ ପାଳନ୍ତୁ ଆପଣଙ୍କର ଯେତେ ସବୁ ଅଟକିଥିବା ଅସଫଳ କାର୍ଯ୍ୟ ପୂର୍ଣ ହୋଇଯିବ ।

ତେବେ ବନ୍ଧୁଗଣ ଏହି ସବୁ କାର୍ଯ୍ୟ କରିଲେ ଆପଣଙ୍କର ନୂଆ ବର୍ଷଟି ଅତି ଭଲରେ କଟିବ , ଏହା ଛଡା ବର୍ଷ ସାରା କୌଣସି ବାଧା ବିଘ୍ନ ଆପଣଙ୍କ ଜୀବନରେ ଆସିବ ନାହିଁ। ତେବେ ଆଶା କରୁଛୁ ଆମ ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବ , ତେବେ ଆମକୁ କମେନ୍ଟ କରି ଜଣାନ୍ତୁ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *