ବାରମ୍ବାର ଚେଷ୍ଟା ପରେ ବି ପ୍ରେଗନେନ୍ସି ନ ରହିଲେ କଣ କରିବେ ?

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ପାଇଁ ବାପା ଓ ମା ହେବାର ସୁଖ ସବୁହଠାରୁ ଅଧିକ ଖୁସି ଦେଇଥାଏ । ବାପା ମା ହେବା ପରେ ମଣିଷ ନିଜ ଜୀବନକୁ ବହୁତ ଖୁସିରେ ଅତିବାହିତ କରିଥାଏ । ହେଲେ ବନ୍ଧୁଗଣ କିଛି ଲୋକଙ୍କ ଭାଗ୍ୟରେ ବାପା ମା ହେବାର ସୁଖ ରହିନଥାଏ, ଯାହାଫଳରେ ସେମାନଙ୍କୁ ସମାଜର କେତେକ ଅପମାନ ଓ କଥାକୁ ସହ୍ୟ କରିବାକୁ ପଡିଥାଏ । ଏହି ଲୋକମାନେ ନିଜ ଜୀବନରେ ବହୁତ ସମସ୍ଯାର ସମ୍ମୁଖୀନ ହୋଇଥାନ୍ତି ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ପ୍ରେଗ୍ନେନ୍ସିକୁ ନେଇ କେତେକ କାରଣ ଓ ତାହାର ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ଆପଣ ବହୁତ ଶୀଘ୍ର ବାପା ବା ମା ହେବାର ସୁଖ ପାଇପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯଦି କୌଣସି ମହିଳାର ବୟସ ୩୦ ବର୍ଷରୁ କମ ଅଛି, ତା ହେଲେ ସେହି ମହିଳା ନିଜ ସ୍ଵାମୀ ସହ ସପ୍ତାହକୁ ୩ ଥର ନିଶ୍ଚୟ ପ୍ରେଗ୍ନେନ୍ସି ହେବା ପାଇଁ ଚେଷ୍ଟା କରିବା ଉଚିତ । ଏମିତି ମଧ୍ୟ କିଛି ମହିଳା ଅଛନ୍ତି ଯେଉଁମାନେ କେବଳ ମାସକୁ ଦୁଇ ରୁ ୩ ଥର ଚେଷ୍ଟା କରିଥାନ୍ତି । ହେଲେ ଯଦି ଆପଣ ଗୋଟେ ସପ୍ତାହରେ ଦୁଇ ରୁ ତିନି ଥର ପ୍ରେଗ୍ନେନ୍ସି ଚେଷ୍ଟା କରିବେ ତା ହେଲେ ଆପଣ ନିଶ୍ଚୟ ପ୍ରେଗନେଣ୍ଟ ହୋଇପାରିବେ । ଯଦି ଆପଣ ପ୍ରେଗନେଣ୍ଟ ନହେବେ ତା ହେଲେ ଆପଣଙ୍କୁ ଡାକ୍ତରର ପରାମର୍ଶ ନେବା ନିଶ୍ଚୟ ଆବଶ୍ୟକ ।

ବନ୍ଧୁଗଣ ଏମିତି କିଛି ଦମ୍ପତ୍ତି ଅଛନ୍ତି ଯେଉଁମାନେ ଚାକିରି ପାଇଁ ପରସ୍ପର ସହ ଅଲଗା ରହୁଛନ୍ତି । ଯାହାଫଳରେ ସେମାନଙ୍କର ଛୁଆ ହେଉ ନାହିଁ । ବନ୍ଧୁଗଣ ଗର୍ଭବତୀ ହେବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ଓ ଏକ ନିର୍ଦ୍ଧିଷ୍ଟ ମାନସିକ ଚିନ୍ତା ରହିବା ନିହାତି ଆବଶ୍ୟକ । କାରଣ ଯଦି ଦମ୍ପତ୍ତି ଅଲଗା ଅଲଗା ରହିବେ ତା ହେଲେ ସେମାନେ ବହୁତ କମ ସମୟ ପରସ୍ପରକୁ ଦେବେ ଓ ଏହି କାରଣ ପାଇଁ ସେମାନେ ବାପା ମା ହେବାର ସୁଖ ପାଇପାରିବେ ନାହିଁ ।


ଏହା ବ୍ଯତୀତ କେତେକ ପୁରୁଷ ଏପରି ଅଛନ୍ତି ଯେଉଁମାନେ ଅଧିକାଂଶ ଧୂମ୍ରପାନ ଓ ମଦ୍ୟପାନ ଆଦି ନିଶା ସେବନ କରିଥାନ୍ତି । ଏହା ମଧ୍ୟ ଏକ ମୁଖ୍ୟ କାରଣ ହୋଇଥାଏ ଛୁଆ ନହେବାର । ତେଣୁ ବନ୍ଧୁଗଣ ଏଥିପାଇଁ ଆପଣ ନିଶ୍ଚୟ ଡାକ୍ତର ପାଖକୁ ଯାନ୍ତୁ ଓ ନିଜର ଚିକିତ୍ସା କରନ୍ତୁ । କେତେକ ମହିଳା ମାନଙ୍କର ପିସିଓଡି ଆଦି ସମସ୍ଯା ରହିଥାଏ । ଯାହାଫଳରେ ସେମାନେ ଗର୍ଭ ଧାରଣ କରିପାରନ୍ତି ନାହିଁ ।

ତେଣୁ ବନ୍ଧୁଗଣ ମହିଳା ମାନେ ନିଜର ଏହି ସମସ୍ଯାର ଚିକିତ୍ସା କରିବା ନିହାତି ଆବଶ୍ୟକ । ଏହା ବ୍ଯତୀତ ଯଦି ଆପଣଙ୍କର ଥାଇରଡ, ଶ୍ଵାସ, ରକ୍ତଚାପ ଓ ଡାଇବେଟିସ ଆଦି ସମସ୍ଯା ଥିବ ତା ହେଲେ ଗର୍ଭ ଧାରଣ କରିବା ପାଇଁ ଅସୁବିଧା ହେବ । ତେଣୁ ବନ୍ଧୁଗଣ ପ୍ରେଗ୍ନେନ୍ସି ପାଇଁ ଅଧିକ ଚିନ୍ତା କରନ୍ତୁ ନାହିଁ, ପ୍ରଥମେ ନିଜର ଏହି ସମସ୍ତ ସମସ୍ଯାକୁ ଦୂର କରି ସପ୍ତାହକୁ ଦୁଇ ରୁ ତିନି ଠାରେ ଚେଷ୍ଟା କରନ୍ତୁ ଦେଖିବେ ଆପଣ ନିଶ୍ଚୟ ବାପା ମା ହେବାର ସୁଖ ପାଇବେ ।

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *