କାନ୍ଦୁଛନ୍ତି ପିଣ୍ଟୁଙ୍କ ଭଉଣୀ ଆଉ କହୁଛନ୍ତି ‘ଆଉ ଆଉ ରାକ୍ଷୀ କାହା ହାତରେ ବାନ୍ଧିବି, ମୋ ପିଲାମାନେ ଆଉ କାହାକୁ ମାମୁ କହି…’

ନମସ୍କାର ବନ୍ଧୁଗଣ, ଭାଇ ହରାଇ ମର୍ମାହତ ହୋଇପଡିଛନ୍ତି ପିଣ୍ଟୁଙ୍କ ଭଉଣୀ । ଭାଇ ଫେରିଆ ଫେରିଆ କହି କାନ୍ଦୁଛନ୍ତି ଭଉଣୀ । ତାଙ୍କ ଆଖିର ଲୁହ ଏବଂ କଷ୍ଟକୁ ଦେଖିଲେ ଆପଣଙ୍କ ଛାତି ଫାଟିଯିବ । ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲିଆସିବ । ଆଉ କାହା ହାତରେ ରାକ୍ଷୀ ବାନ୍ଧିବି କହି କଇଁ କଇଁ ହୋଇ କାନ୍ଦୁଛନ୍ତି ଭଉଣୀ । ମୋ ଭାଇ ଗଲା ହେଲେ ମୁଁ ଚାଲିଯାଇଥାନ୍ତି । ଏଭଳି ଧର୍ଯ୍ୟହରା ହୋଇ କାନ୍ଦୁଛନ୍ତି ପିଣ୍ଟୁଙ୍କ ଭଉଣୀ ।

ତେବେ ଆଉ କେଉଁସବୁ କଥା କହିଛନ୍ତି ତାଙ୍କ ଭଉଣୀ ଆସନ୍ତୁ ଜାଣିବା । ତାଙ୍କ ଭଉଣୀ କହିଛନ୍ତି ମୋ ଛୁଆ ଟିକେ ଚିହ୍ନି ପାରିଲାନି ମାମୁଁ କିଏ ବୋଲି । ଭାଇଙ୍କ ସହ ରହି ପୁରା କରିବାର ଥିବା ସବୁ ସ୍ଵପ୍ନ ତାଙ୍କର ଅଧା ରହିଗଲା । ଭାଇ କେମିତି ଭଲ ହୋଇ ଆସିବ ବୋଲି ଆଶା ରଖିଥିଲେ ହେଲେ ଭଗବାନ ସେଇଟା ନକରି ତା ଜୀବନ ନେଇଗଲେ । ତାକୁ ବି ନେଇ ଗଲେ ଭଗବାନ ଆଉ କାହା ହାତରେ ରାକ୍ଷୀ ବାନ୍ଧିବି । ମତେ ଏକାକରି ଚାଲିଗଲା ମୋ ଭାଇ ।

ମୁଁ ରାକ୍ଷୀ କାହା ହାତରେ ବାନ୍ଧିବି ବାରମ୍ବାର ଏହି କଥା କହି କାନ୍ଦୁଛନ୍ତି ତାଙ୍କ ଭଉଣୀ । ମୋ ଭାଇକୁ ଏମିତି ଦେଖିବାକୁ ବହୁତ କଷ୍ଟ ଲାଗୁଛି ବାଘ ଭଳିଆ ଭାଇ ମୋର ଠାକୁରେ ତା ସହ କାହିଁକି ଏମିତି କଲେ ଏହିସବୁ କଥା କହୁଛନ୍ତି ତାଙ୍କ ଭଉଣୀ । ମୋ ଭାଇ ଫେରିଆ କହି ଡାକୁଛନ୍ତି ତାଙ୍କ ଭଉଣୀ ।

ଡିସେମ୍ବର ମାସରେ ଯାଇ ଭଉଣୀ ଘରେ ଯାଇ ସାତ ଦିନ ରହିଥିଲେ ପିଣ୍ଟୁ । ଏହାପରେ ଭଉଣୀକୁ କହି ଆସିଥିଲେ ମୋର ସ୍ଟେଜ ପ୍ରୋଗ୍ରାମ ଅଛି କୋରାପୁଟରେ ମୁଁ ଯାଉଛି । ଏହାପରେ ପୁଣି ଜାନୁୟାରୀ ମାସରେ ତାଙ୍କ ଭଉଣୀ ଘରକୁ ଯାଇ ଚାରିଦିନ ରହିଥିଲେ । ତାଙ୍କ ଭଉଣୀ କହିଛନ୍ତି ବୋଧେ ସେ ଚାଲିଯିବେ ବୋଲି ଭଗବାନ ମୋ ପାଖକୁ ତାଙ୍କୁ ଛାଡୁଥିଲେ ।

ତାପରେ ତ ଦିଲ୍ଲୀ ଗଲେ ତା ପରେ ହାଇଦ୍ରାବାଦ ଆଉ ଆଜି ମୁଁ ହରାଇ ବସିଲି ମୋ ଭାଇକୁ ହେ ଭଗବାନ କଣ କଲ ତମେ କାହିଁକି କଲ ଏହିସବୁ ପ୍ରଶ୍ନର ଉତ୍ତର ମାଗୁଛନ୍ତି ପିଣ୍ଟୁଙ୍କ ଭଉଣୀ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏହା କହିବା ଛଡା ଆଉ କୌଣସି ଶବ୍ଦ ବାକି ରଖି ନାହାନ୍ତି ଆଉ ଭଗବାନ ।

Leave a Reply

Your email address will not be published. Required fields are marked *