‘ବହୁତ ଲୋକ Pintu ର ମର ଶରୀର ଧରି ଆକ୍ଟିଙ୍ଗ କରିଛନ୍ତି, କାନ୍ଦିବା ତ ଖାଲି ମିଛ ଅଭିନୟ, ସତ କଥା ହେଲା…’: Bobby Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାନ୍ଦିବା ମିଛ କେବଳ ଅଭିନୟ ! ପିନ୍ଟୁ ନନ୍ଦଙ୍କ ଶବ ପାଖରେ ମଧ୍ୟ ପବ୍ଲିସିଟି ପାଇଁ ବହୁତ ଜଣ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି । ତେବେ ଏପରି କିଛି ମନ୍ତବ୍ୟ ଅଭିନେତା ବବି ମିଶ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଗଣ ମାଧ୍ୟମ ନିକଟରେ ବବି ମିଶ୍ର ପିନ୍ଟୁ ନନ୍ଦଙ୍କୁ ନେଇ ନିଜର କିଛି ଅଭୂଲା ସ୍ମୃତି ବଖାଣିବା ସହ କିଛି ଲୋକଙ୍କ ପିନ୍ଟୁଙ୍କ ପ୍ରତି ଥିବା ମିଛ କାନ୍ଦଣା ବିଷୟରେ ମଧ୍ୟ କହିଛନ୍ତି ।

ତେବେ ବବି ମିଶ୍ରଙ୍କ କହିବା ଅନୁଯାଇ ପିନ୍ଟୁ କହିଲେ ବବି ଓ ବବି କହିଲେ ପିନ୍ଟୁ ବୋଲି ଲୋକ ଜାଣୁଥିଲେ । ତେବେ ପିନ୍ଟୁ ଆଉ ମୋ ଭିତରେ ଏପରି ଭଲ ସମ୍ପର୍କ ଥିଲା । ହେଲେ ପିନ୍ଟୁ ଆଉ ଆମ ସମସ୍ତଙ୍କ ଗହଣରେ ନାହିଁ ବୋଲି କହି ଭାବ ବିହ୍ଵଳ ବବି ମିଶ୍ର ହୋଇଯାଇଥିଲେ । ତେବେ ପୁନଶ୍ଚ ନିଜର ମନକୁ ବୁଝାଇ ବବି ମିଶ୍ର କିଛି ଏପରି ମଧ୍ୟ କହିଥିଲେ ।

ତେବେ ବବି ମିଶ୍ରଙ୍କ କହିବା ଅନୁଯାଇ ପିନ୍ଟୁ ଓଡିଶାବାସୀଙ୍କ ନିକଟରେ ଯେଉଁ ନିଖୁଣ ଅଭିନୟର ଛାପ ଛାଡିଦେଇଯାଇଛି । ସେଥିପାଇଁ ସେ ସବୁବେଳେ ଆମ ନିକଟରେ ଅମର ହୋଇ ରହିବ । ଚଳଚିତ୍ର ଜଗତରେ ପିନ୍ଟୁର ନାମ ସ୍ଵର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ସବୁବେଳେ ରହିବ । ତେବେ ପିନ୍ଟୁ ନନ୍ଦଙ୍କୁ କିଏ କଣ କହୁଥିବ ସେ କଥା ତ ଭଲରେ ମୁଁ ଜାଣିନାହିଁ ।

ହେଲେ ପିନ୍ଟୁ ସହିତ ଯେଉଁ ମାନେ ବ୍ୟକ୍ତିଗତ ଭାବରେ ମିଷିଛନ୍ତି । ସେମାନେ ଜାଣିଛନ୍ତି ପିନ୍ଟୁ କେବଳ ଅଭିନୟ ପାଇଁ ନୁହେଁ । ବ୍ୟକ୍ତିଗତ ଭାବରେ ମଧ୍ୟ ସେ ଜଣେ ଭଲ ବ୍ୟକ୍ତିତ୍ବଟି ମଧ୍ୟ ଥିଲା । ବହୁତ ଲୋକ ପିନ୍ଟୁର ଶବ ପାଖରେ ଠିଆ ହୋଇ କାନ୍ଦୁଥିବାର ମିଛିମିଛିକିଆ ଅଭିନୟ କରୁଛନ୍ତି ବୋଲି ବବି ମିଶ୍ର କହୁଛନ୍ତି । ଯେଉଁ କାନ୍ଦଣା ଅଭିନୟ ପିନ୍ଟୁଙ୍କ ଶବ ପାଖରେ ଠିଆ ହୋଇ ସୁନ୍ଦର ଭାବରେ ଅଭିନୟ କାନ୍ଦଣା କରୁଛନ୍ତି ।

ସେଭଳି ଯଦି ସିନେମାରେ ଅଭିନୟ କରିବେ । ତେବେ ଭଲ ଅଭିନୟର ସିନେମାଟିଏ ହେଇପାରିବ । ତେବେ ପିନ୍ଟୁ ଅତି ନିକଟତର ବନ୍ଧୁ ବବି ମିଶ୍ର ନିଜ ବନ୍ଧୁ ପିନ୍ଟୁର ରୁଚି ଅନୁଯାଇ ପିନ୍ଟୁଙ୍କ ଶେଷ ସମୟରେ ତାଙ୍କୁ ଚଷମା ପିନ୍ଧାଇଦେବା କଥା ମଧ୍ୟ ବବି ମିଶ୍ର ମିଡିଆ ଆଗରେ କହିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *