Papa Superman controversy: ଫିଲ୍ମ ହଲ ରେ ହଙ୍ଗାମା ! କାହାଣୀ ଚୋରୀକୁ ନେଇ 2 Writer ମୁହାଁମୁହିଁ, ଶେଷରେ ହେଲା କିଛି ଏମିତି କି…

ନମସ୍କାର ବନ୍ଧୁଗଣ, ଆମ ଓଡିଆ ସିନେ ଜଗତର ଦାଗ ନଥିବା ଜଣେ କଳାକାର ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର । ହେଲେ ଆଜି ସେ ଅଭିନୟ କରିଥିବା ସିନେମାଟି ଘୋର ବିବାଦରେ ଘେରି ହୋଇଯାଇଛି । ବାପା ଚଳଚ୍ଚିତ୍ରଟିର କାହାଣୀ ଚୋରୀ ହେବାର ଅଭିଯୋଗ ଆଣିଛନ୍ତି ଜଣେ ଲେଖକ । ବାପା ଚଳଚ୍ଚିତ୍ରର ପ୍ରିମିୟର ଦେଖିବା ପରେ ଜଣେ ଲେଖକ ରାଗିଯାଇ ହଲ ଭିତରେ ଅଭିଯୋଗ କରିବାକୁ ଲାଗିଲେ ଏବଂ ଘଟାଇଲେ ଏଭଳି କାଣ୍ଡ ଯାହା ସମ୍ପୂର୍ଣ ନିନ୍ଦନୀୟ ଅଟେ ।

ତେବେ କଣ ରହିଛି ଏହା ସମ୍ପର୍କରେ ଜଡିତ ଥିବା ସମ୍ପୂର୍ଣ ଖବର ଆସନ୍ତୁ ନଜର ପକାଇବା । ବାପା ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ପ୍ରକାଶ ଜେନା । ତେବେ ଉକ୍ତ ଲେଖକ ଜଣଙ୍କ ପ୍ରକାଶ ଜେନାଙ୍କର ବନ୍ଧୁ ହେବା ସହ ନିଜେ ଜଣେ ଲେଖକ ମଧ୍ୟ ଅଟନ୍ତି । ତାଙ୍କୁ ସିନେମାର ପ୍ରିମିୟରଦେଖିବା ପରେ ଲାଗିଥିଲା କି ସେ ଲେଖିଥିବା କାହାଣୀ ଅଟେ ଏହା ତେଣୁ ଏହାକୁ ଚୋରୀ କରାଯାଇଛି । ଏହି କଥାକୁ ନେଇ ବାଦ ବିବାଦ ଲାଗିବା ଆରମ୍ଭ ହୋଇଗଲା ହଲ ଭିତରେ ।

ଦର୍ଶକ ମାନଙ୍କ ସାମ୍ନାରେ ଏଭଳି ଦୁଇ ଲେଖଙ୍କ ମଧ୍ୟରେ ଯୁକ୍ତି ତର୍କ ଓଡିଆ ଇଣ୍ଡଷ୍ଟ୍ରିର ମାନ ସମ୍ମାନକୁ ତଳେ ପକାଇ ଦେଇଛି । ମାନ ସମ୍ମାନକୁ ପ୍ରତ୍ୟାଘାତ କରିଥିବା ଏହି ଲେଖକଙ୍କ ଉପରେ ହଲ ଭିତରେ ତାତି ଯାଇଥିଲେ ତାଙ୍କର ଆଉ ଜଣେ କଳକାର ସାଙ୍ଗ । ଆଉ କହିଥିଲେ ତମରି ମାନଙ୍କ ଭଳି ଲୋକକର ମିଛ ପ୍ରଚାର ପାଇଁ ଓଡିଆ ଇଣ୍ଡଷ୍ଟ୍ରିରେ କପି ଦାଗ ଲାଗିଛି ।

ତୁମରି ମାନଙ୍କ ଭଳି କିଛି ଲୋକ ଓଡିଆ ଇଣ୍ଡଷ୍ଟ୍ରିର ସାମ୍ନାନକୁ ତଳେ ପକାଉଛନ୍ତି । ତେବେ ଅଭିଯୋଗ କରିଥିବା ଲେଖକ ଜଣଙ୍କ ଶେଷରେ ସମସ୍ତଙ୍କୁ କ୍ଷମା ମାଗିଲେ । ତାଙ୍କ କହିବା ଅନୁଯାୟୀ ତାଙ୍କୁ ପ୍ରିମିୟର ଦେଖି ଲାଗିଥିଲା ଏହା ତାଙ୍କର କାହାଣୀ ବୋଲି । କିନ୍ତୁ ପୁରା ସିନେମା ଦେଖିସାରିବା ପରେ ସେ ଜାଣିପାରିଲେ କି ଏହା ତାଙ୍କ ଲିଖିତ କାହାଣୀ ଠାରୁ ବହୁତ ଭଲ ଏବଂ ବହୁତ ଉପରେ ।

ଯାହାଫଳରେ ସେ କ୍ଷମା ମାଗିଥିଲେ ସମସ୍ତଙ୍କୁ । ତେଣୁ ତାଙ୍କୁ ତାଙ୍କ ବନ୍ଧୁ ଅନୁରୋଧ କରିଥିଲେ ଏବଂ ବୁଝାଇଥିଲେ କି ସମ୍ପୂର୍ଣ ଭାବରେ କଥାତି ନ ଜାଣି ଏଭଳି ମିଡିଆ ସାମ୍ନାରେ ଆସି ଅଭିଯୋଗ କରିବା ଉଚିତ ନୁହେଁ । ତେବେ ଏହା ସମ୍ପର୍କରେ ଆପଣଙ୍କର କଣ ମତ ରହିବ ତ୍ତାହ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *