ମୋ ଇଜ୍ଜତ ଏତେ ସାନ୍ତା ନୁହେଁ…ରାସ୍ତା ମଝିରେ ମୋ ଇଜ୍ଜତ ସହ ଖେଳ Trupti କୁ ପଡିବ ମହଙ୍ଗା…

ବନ୍ଧୁଗଣ ନମସ୍କାର, ତେବେ ପୁଣିଥରେ ଚର୍ଚ୍ଚା ହେଲାଣି ବାବୁସାନ ପ୍ରକୃତି ଏବଂ ତୃପ୍ତି ଙ୍କ ବିଷୟ ରେ । ପୁଣି ଲେଉଟୁଛି ବାବୁସାନ ପ୍ରକୃତି ଓ ତୃପ୍ତି ଙ୍କ ବିବାଦ । କାରଣ ଭୁବନେଶ୍ୱର କୋର୍ଟ ର ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି ମିଶ୍ର । ଆଉ ଏହା ସହିତ ବାବୁସାନ ଙ୍କ ପତ୍ନୀ ତୃପ୍ତି ଓ ତୃପ୍ତି ଙ୍କ ବାପା ଲଲିତ ଶତପଥୀ ଏବଂ ୟୁଟ୍ୟୁବ ବିରୋଧ ରେ ମାନାହାନୀ ମକଦ୍ଦମା କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତି ଙ୍କ କହିବାନୁଯାୟୀ, ସେ ଏତେ ଶସ୍ତା ନୁହଁନ୍ତି ଯେ, ରାସ୍ତା ଉପରେ ତାଙ୍କୁ ଜଣେ ମହିଳା ମାଡ଼ ମାରିବ ।

ଯେଉଁଭଳି ଭାବରେ ବାବୁସାନ ଙ୍କ ପତ୍ନୀ ତୃପ୍ତି ଶତପଥୀ ବିଚ ରାସ୍ତା ଉପରେ ପ୍ରକୃତି ଙ୍କୁ ମାଡ଼ ମାରିଲେ ଏବଂ ଗାଳି ଗୁଲଜ କରିଲେ ତାକୁ ନେଇ ବେଶ ମାନସିକ ନିର୍ଯ୍ୟାତନା ପାଇଛନ୍ତି ପ୍ରକୃତି । ଆଉ ପ୍ରକୃତି କହିଛନ୍ତି, ମୋର ଯେଉଁ ମାନ ସମ୍ମାନ ହାନୀ ହୋଇଛି ସେଥିପାଇଁ ମୁଁ ମାନହାନୀ ମୋକଦ୍ଦମା କରିଛି ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ବାବୁସାନ ଙ୍କ ପତ୍ନୀ ତୃପ୍ତି ଶତପଥୀ, ତାଙ୍କ ବାପା ଲଳିତ ଶତପଥୀ ଏବଂ ୟୁଟ୍ୟୁବ ବିରୋଧ ରେ ୫ କୋଟି ୧୦ ଲକ୍ଷ ଟଙ୍କା ର ମାନହାନୀ ମୋକଦ୍ଦମା କରିଛନ୍ତି ପ୍ରକୃତି । ଯେବେ ବାବୁସାନ ପ୍ରକୃତି ଓ ତୃପ୍ତି ଙ୍କ ବିବାଦ ଦାଣ୍ଡରେ ପଡ଼ି ହାଟ ରେ ଗଡ଼ିଥିଲା ତେବେ ନ୍ୟାୟ ପାଇବା ପାଇଁ ଉଭୟ ପରିବାର ଉଭୟଙ୍କ ବିରୋଧ ରେ ଥାନା ର ଦ୍ବାରସ୍ଥ ହୋଇଥିଲେ ।

ଧୀରେଧୀରେ ଏହି ଘଟଣା ଥମି ଆସୁଥିବା ବେଳେ ଏବେ ପୁଣିଥରେ କର ଲେଉଟାଇଛି ପତି ପତ୍ନୀ ଓ ପ୍ରକୃତି ଙ୍କ ବିବାଦ । ଏବେ ନ୍ୟାୟ ପାଇବା ପାଇଁ କାଲି ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ଆଜି ଭୁବନେଶ୍ୱର କୋର୍ଟ ରେ ମାନହାନୀ ମୋକଦ୍ଦମା ରୁଜୁ କରିଛନ୍ତି ପ୍ରକୃତି ମିଶ୍ର ।

୫ କୋଟି ୧୦ ଲକ୍ଷ ଟଙ୍କା ର ମାନହାନୀ ମୋକଦ୍ଦମା ରୁଜୁ କରିଥିବା ଯାହା ସୂଚନା ମିଳୁଛି । ତେବେ ଆଗାମୀ ଦିନ ରେ ଏହି ଘଟଣା କିଭଳି ରୂପ ଧାରଣ କରିବ ତାହା କେବଳ ଭବିଷ୍ୟତ ରେ ହିଁ ଜଣା ପଡ଼ିବ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *