ବାପାର ଚାଲିଯାଇଛି ଜୀବନ, ଜାଣିପାରୁନି କୁନିଝିଅ, କାନ୍ଦି କାନ୍ଦି କହୁଛି ବାପା ଉଠ ଉଠ…ଭିଡିଓ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଯାଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ପବନ ନାମକ ଜଣେ ଯୁବକଙ୍କୁ ଏକ ସ୍ଵାମୀ ସ୍ତ୍ରୀ ମିଶି ଜୀବନରୁ ମାରି ଦେଇଛନ୍ତି । ଘଟଣା ର ତଦନ୍ତ କରିବାରୁ ଜଣା ପଡିଲା ଯେ ଏହା ସଂପୂର୍ଣ୍ଣ ନିଶାଦ୍ରବ୍ୟ କାରବାରର ମାମଲା ଅଟେ । ତେବେ ମୃତ ଯୁବକଙ୍କ ଭଉଣୀ ଙ୍କ କହିବା ଅନୁସାରେ ତାଙ୍କ ଭାଇ ପବନ ଙ୍କ ନାମରେ କୌଣସି ଏକ ଦମ୍ପତ୍ତି ନିଶାଦ୍ରବ୍ୟ ବିକ୍ରି କରୁଥିଲେ ।

ଏହି ସମ୍ବନ୍ଧରେ ଜାଣିବା ପରେ ଯୁବକ ଜଣଙ୍କ ଗତ ୨ ଦିନ ପୂର୍ବେ ତାଙ୍କୁ ଦେଖା କରିବାକୁ ଯାଇଥିଲେ ମାତ୍ର ଓଲଟ ସ୍ଵାମୀ ସ୍ତ୍ରୀ ଯୁବକଙ୍କ ସହିତ ଝଗଡା କରିଥିଲେ । ଏହାପରେ ସେଠାରୁ ଯୁବକ ଜଣଙ୍କ ଫେରି ଆସିଥିଲେ । ପୁଣି ଯୁବକ ୨ ଦିନ ପରେ ଯାଇ ସେଠାରେ ତାଙ୍କୁ ବୁଝାଇଲା ବେଳକୁ ସ୍ଵାମୀ ସ୍ତ୍ରୀ ବୁଝିବାକୁ ନାରାଜ । ଘରୁ ଗଲା ବେଳୁ ଯୁବକ ଜଣଙ୍କ ତାଙ୍କ ଭଉଣୀ ଏବଂ ମା ସହିତ କଥା ହେଇ ଆସିଥିଲେ ।

ଭଉଣୀ ଙ୍କୁ କହିଥିଲେ ଯେ ମତେ ଦୁଇଜଣ ଟାର୍ଗେଟ କରିଛନ୍ତି କେଉଁ ସମୟରେ ମଧ୍ୟ ମୋ ଜୀବନ ଚାଲିଯାଇପାରେ । ଏତିକି କହି ଦାଣ୍ଡ ଦୁଆରୁ ଯୁବକ ଜଣଙ୍କ ନିଜ ଭଉଣୀ ତଥା ମା’ ଙ୍କ ସହିତ ଦେଖା କରି ଯାଇଥିଲେ ସ୍ଵାମୀ ସ୍ତ୍ରୀ ପାଖକୁ । ଏବଂ ସେଠାରେ ଯାଇ ପହଞ୍ଚିବା ପରେ ବହୁତ ପାଟି ତୁଣ୍ଡ ହେବାର ଶୁଣି ଯୁବକଙ୍କ ମା’ ଭଉଣୀ ଧାଇଁ ଦେଖିଲା ବେଳକୁ ସେଠାରେ ତାଙ୍କ ପୁଅ ପବନ କୁ ସ୍ଵାମୀ ସ୍ତ୍ରୀ ମାରି ତଳେ ପକାଇ ଦେଇଛନ୍ତି ଏବଂ ସେ ଛଟପଟ ହେଉଛନ୍ତି ।

ଏହାପରେ ସ୍ଵାମୀ ସ୍ତ୍ରୀ ଘର ଚାବି ପକାଇ ସେଠାରୁ ଫେରାର । କିନ୍ତୁ ଏହା ପରବର୍ତ୍ତୀ ଘଟଣା ସମ୍ବନ୍ଧରେ ଚିନ୍ତା କରିଲା ବେଳକୁ ହୃଦୟ ଫାଟି ଯାଉଅଛି । ସ୍ତ୍ରୀ ଜଣଙ୍କ ନିଜ ସ୍ଵାମୀ ଙ୍କୁ ହରାଇ ଧର୍ଯ୍ୟହରା ହୋଇଯାଇଛନ୍ତି । ଝିଅ ବାପା ବାପା ହୋଇ ଝୁରି ଝୁରି କହୁଛି ମୋ ବାପା ଘରକୁ ଫେରି ଆସିବେ ବାପା ବର୍ତ୍ତମାନ ଲୁଚକାଳି ଖେଳୁଛନ୍ତି ସେ ନିଶ୍ଚିତ ଭାବରେ ଆସିବେ । ଭଉଣୀ ଏବଂ ମା କାନ୍ଦି କାନ୍ଦି ବେହୋସ ହୋଇଯାଉଛନ୍ତି ।

ତେବେ କୁନି ଝିଅକୁ କିଏ ବୁଝାଇବ ? ଏ ତୁଛ ମନୁଷ୍ୟ ଏଭଳି କାଣ୍ଡ ଭିଆଇବା ପୂର୍ବରୁ ଥରୁଟିଏ ଚିନ୍ତା କରୁନାହିଁ ଯେ ସେ କ’ଣ କରୁଛି ଏବଂ ଏହାପରବର୍ତ୍ତୀ ପରିଣାମ କେତେ ଯେ ଭୟାନକ ହେବ ତାହା ଧାରଣ ବାହାରେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *