ଅଫିସରେ କାମ କରିବା ସମୟରେ କାନ୍ଧ ଓ ବେକ ଯନ୍ତ୍ରଣାର ଏମିତି ରଖନ୍ତୁ ଧ୍ୟାନ, ଦୁଇ ମିନିଟରେ ବିନ୍ଧା ହେବ ଗାୟବ

ବର୍ତ୍ତମାନ ସମୟରେ ଲୋକଙ୍କୁ ଅଫିସ ର କାମକୁ ନିଜ ନିଜ ଘରେ କରିବା ପାଇଁ ପଡୁଛି ଯାହା ଦ୍ଵାରା ସେମାନେ ଅଧିକ ସମୟ ବସିବାରୁ ସେମାନଙ୍କ କାନ୍ଧ ଏବଂ ବେକରେ ଯନ୍ତ୍ରଣା ହେବାର ଦେଖା ଯାଇଛି । ସାଧାରଣତଃ ଯଦି ଆମ କୌଣସି ଗୋଟେ ଜାଗାରେ ଅଧିକ ସମୟ ପାଇଁ ବସି ରହିଥାଉ ବେକ ଓ କାନ୍ଧରେ ଯନ୍ତ୍ରଣା ଅଣୁଭା କରିବା ସ୍ଵାଭାବିକ । ତେବେ ଏହା ପଛରେ ଅନେକ ଗୁଡିଏ କାରଣ ରହିଥାଏ, ଯେମିତିକି ବସିବାର ତରିକା, ଯେଉଁ ଚେୟାରରେ ବସୁଛନ୍ତି ତାହା କେତେଦୂର ଆପଣଙ୍କ ବଡି ପୋଶ୍ଚର ହିସାବରେ ତିଆରି ହେଇଛି ବା ଏର୍ଗୋନୋମିକ ଡିଜାଇନ କି ନୁହେଁ । ତେବେ ଏସବୁରୁ ବଞ୍ଚିବା ପାଇନ୍ନ ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ବିଷୟରେ କହିବୁ ଯାହାଦ୍ଵାରା ଆପଣ ଆପଣଙ୍କ ଯନ୍ତ୍ରଣା କୁ ଦୂର କରି ପାରିବେ ।

ଏମିତି କରନ୍ତୁ ବ୍ୟାୟାମ

ଖୋଲା ଗେଟରେ ଠିଆ ହୋଇ ଦୁଇ ହାତକୁ ଉପରକୁ ଟେକନ୍ତୁ ଓ ପରେ ୯୦ ଡିଗ୍ରୀ ଆଙ୍ଗଲ ରେ ଆଗ ଆଡକୁ ହାତକୁ ନୂଆନ୍ତୁ ଓ ନିଜ ହାତକୁ ଦୁଇ କବାଟରେ ଭିଡି ଦିଅନ୍ତୁ ।

ସିଧା ଠିଆ ହୋଇ ଧୀରେ ଧୀରେ ଆଗକୁ ବଢିବା ପାଇଁ ପାଦ ପକାନ୍ତୁ ଯେପରିକି କାନ୍ଧ ଏବଂ ଛାତି ଟାଣି ହେବା ପରି ଲାଗିବ । ଏହାପରେ ପଛକୁ ଫେରିଯାଇ ଆରାମ କରନ୍ତୁ ଏବଂ ଏହାକୁ ଦିନରେ ତିନି ଥର କରନ୍ତୁ ।

ନିଶ୍ଵାସ ପ୍ରଶ୍ଵାସକୁ ନ ଅଟକାଇ ନିଜ ମୁହଁର ତଳ ଭାଗକୁ ବେକରେ ଲଗାନ୍ତୁ । ଯେମିତି ଆପଣଙ୍କୁ ବେକର ଉପର ଭାଗ ଟାଣି ହେବା ଭଳି ଲାଗିବ । ଏହି ପ୍ରକ୍ରିୟା ୩-୫ ସେକେଣ୍ଡ ଧରି ଦିନକୁ ୧୦-୧୨ ଥର କରନ୍ତୁ । ତେବେ ଏସବୁ ସହିତ ଯେଉଁ ଜାଗାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ସେ ଜାଗାରେ  ଆପଣ ଜେନେରାଲ ବଡି ଷ୍ଟ୍ରେଚିଙ୍ଗ ମଧ୍ୟ କରିପାରିବେ । ଏହା ନିଶ୍ଚୟ ଆପଣଙ୍କୁ ଆରାମ ପହଞ୍ଚାଇବ ।  ଆପଣଙ୍କର ଯଦି ଏମିତି କିଛି ସମସ୍ୟା ଅଛି ତେବେ ଆଶା କରୁଛୁ ଏହା ଆପଣଙ୍କ କାମରେ ଆସିବ, ଭଲ ଲାଗିଥିଲେ ଗୋଟିଏ ଶେୟାର କରି ଏହିପରି ଅନେକ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *