ଏପ୍ରିଲ ୧୩ରୁ ମେଷ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ଆସନ୍ତୁ ଜାଣିବା ଆପଣଙ୍କ ରାଶି ଉପରେ କଣ ରହିବ ଏହାର ପ୍ରଭାବ

ଏଥର ମେଷ ସଂକ୍ରାନ୍ତି ବା ମହା ବିଷୁବ ପଣା ସଙ୍କ୍ରାନ୍ତି ୧୩ ଏପ୍ରିଲରେ ପଡୁଛି । କହିବାକୁ ଗଲେ ସଂକ୍ରାନ୍ତିର ଅସଲ ଅର୍ଥ ଏହା ହୋଇଥାଏ କି ସୂର୍ଯ୍ୟ ଅନ୍ୟ ଏକ ରାଶିରେ ଗୋଚର କରିବେ । ୧୩ ଏପ୍ରିଲ ୨୦୨୦ରୁ ସୂର୍ଯ୍ୟ ମେଷ ରାଶିରେ ଗୋଚର କରିବେ ଓ ୧୪ ମେ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ମେଷ ସୂର୍ଯ୍ୟ ଗ୍ରହଙ୍କ ଉଚ୍ଚ ରାଶି ଅଟେ । ଏହା ଦ୍ଵାରା ସୂର୍ଯ୍ୟ ଗ୍ରହ ଏହି ରାଶିକୁ ଭଲ ପରିଣାମ ଦେବେ । ତେବେ ଆସନ୍ତୁ ଜାଣିବା ସମସ୍ତ ରାଶିମାନଙ୍କ ଉପରେ ସୂର୍ଯ୍ୟ ଗ୍ରହଙ୍କ ପ୍ରଭାବ କେମିତି ରହିବ ।

ମେଷ

ସୂର୍ଯ୍ୟର ଗୋଚର ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବାର ଅଛି । ଏହି ସମୟରେ ମେଷ ରାଶିର ଜାତକଧାରୀମାନଙ୍କୁ ଭଲ ପରିଣାମ ମିଳିବ । ସରକାରଙ୍କ ତରଫରୁ ଆପଣଙ୍କୁ ଲାଭ ବି ମିଳିବ । ମାନ – ସମ୍ମାନ ଓ ପଦ ପ୍ରତିଷ୍ଠାରେ ବି ବୃଦ୍ଧି ହେବ । ଏହି ସମୟ ମଧ୍ୟରେ ଆପଣଙ୍କୁ କୌଣସି ଶୁଭ ସମାଚାର ବି ମିଳିପାରେ ।

ବୃଷ

Image Courtesy: Google

ବୃଷ ରାଶିର ଲୋକମାନଙ୍କୁ ସୂର୍ଯ୍ୟ ଗ୍ରହର ଗୋଚର ଦ୍ଵାରା ମିଶ୍ରିତ ପରିଣାମ ମିଳିବ । ଏହି ସମୟରେ ଆପଣଙ୍କ ଆମଦାନୀ ଭଲ ହେବ । କିନ୍ତୁ ଖର୍ଚ ବି ବଢିବ । ଏହି ସମୟରେ ଆପଣ ନିଜର ଶତୃଙ୍କ ଉପରେ ବିଜୟ ହାସଲ କରିବେ । ଚାକିରିରେ ଚେଞ୍ଜେସ ମଧ୍ୟ ଆସିପାରେ ।

ମିଥୁନ

ମିଥୁନ ରାଶିର ଲୋକମାନଙ୍କ ପାଇଁ ସୂର୍ଯ୍ୟ ଗ୍ରହ ବହୁତ ହିଁ ଶୁଭ ପରିଣାମ ଦେବେ । ଏହା ଆପଣଙ୍କ ଲାଭ ଭାବରେ ବି ପ୍ରବେଶ କରିବେ । ଆପଣଙ୍କୁ ସମସ୍ତ ପ୍ରକାରର ଉପଲବ୍ଧି ପ୍ରାପ୍ତ କରିବେ । କିନ୍ତୁ ଆପଣଙ୍କ ଭିତରେ ଅଳ୍ପ ଅଭିମାନ ବି ରହିବ ।

କର୍କଟ

Image Courtesy: Google

କର୍କଟ ରାଶିର ଲୋକମାନଙ୍କ ପାଇଁ ଏହି ସମୟ ଅତି ଅନୁକୂଳ ରହିବ । ଖାସକରି କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି । ଗୋଚର ସମୟରେ ସୂର୍ଯ୍ୟ ଆପଣଙ୍କ ସାହାର୍ଯ୍ୟ କରିବେ । ଯଦି ଆପଣଙ୍କୁ କର୍ମ କ୍ଷେତ୍ରରେ ଅସୁବିଧାର ସାମ୍ନା କରିବାକୁ ପଡୁଛି ତେବେ ସେହି ସମସ୍ତ ଅସୁବିଧା ଦୂର ହୋଇଯିବ ।

ସିଂହ

ଆପଣଙ୍କ ଭାଗ୍ୟ ଭାବରେ ସୂର୍ଯ୍ୟ ଗୋଚର କରିବେ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ସାମାଜିକ କାର୍ଯ୍ୟରେ ଆପଣ ଆଗକୁ ଆସି ଅଂଶ ଗ୍ରହଣ କରିବେ । ଆପଣଙ୍କ ମାନସିକ ଶକ୍ତି ପ୍ରବଳ ହେବ । ଆପଣଙ୍କ ଦ୍ଵାରା ନିଆଯାଇଥିବା ନିଷ୍ପତି ସଫଳ ହେବ ।

କନ୍ୟା

କନ୍ୟା ରାଶିର ଲୋକମାନେ ଏହି ସମୟରେ ଅଳ୍ପ ସାବଧାନ ରୁହନ୍ତୁ । ଖାସକରି ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । ଧନ ହାନିର ଯୋଗ ବି ଅଛି ସେଥିପାଇଁ ସାବଧାନ ରୁହନ୍ତୁ । ବର୍ତ୍ତମାନର କିଛି ପରିସ୍ଥିତିକୁ ନେଇ ମନରେ ଚିନ୍ତା ବି ବଢିପାରେ । ମାନସିକ ଚିନ୍ତା ବି ବଢିବ ।

ତୁଳା

Image Courtesy: Google

ସୂର୍ଯ୍ୟର ଗୋଚର ଦ୍ଵାରା ଆପଣଙ୍କୁ କିଛି ଖାସ ଶୁଭ ପରିଣାମ ମିଳିବ ନାହିଁ । ଏହି ସମୟରେ ସୂର୍ଯ୍ୟ ଆପଣଙ୍କ ବିବାହ ଭାବରେ ପ୍ରବେଶ କରିବେ ଯେଉଁ କାରଣରୁ ଆପଣଙ୍କ ଦାମ୍ପତ୍ୟ ଜୀବନ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିବ । ଜୀବନସାଥିଙ୍କ ସହ ବିବାଦ ହୋଇପାରେ । ବ୍ୟାପାରିମାନଙ୍କ ପାଇଁ ବି ପରିସ୍ଥିତି ଅନୁକୂଳ ନୁହେଁ ।

ବିଚ୍ଛା

ଆପଣଙ୍କୁ ଏହି ସମୟରେ ବହୁତ ହିଁ ଅନୁକୂଳ ପରିଣାମ ମିଳିବ । ସରକାରୀ କ୍ଷେତ୍ରରୁ କିଛି ଭଲ ପରିଣାମ ମିଳିପାରେ । ଆପଣ ନିଜର ଶତୃମାନଙ୍କୁ ବି ପଛରେ ପକାଇ ପାରନ୍ତି । ଯଦି କୋର୍ଟ କଚେରୀ ମାମଲା ଅଛି ତେବେ ସମସ୍ତ ନିଷ୍ପତି ଆପଣଙ୍କ ସପକ୍ଷରେ ଆସିବ ।

ଧନୁ

Image Courtesy: Google

ଆପଣଙ୍କ ସନ୍ତାନ ଭାବରେ ସୂର୍ଯ୍ୟ ଗୋଚର କରିବେ । ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ । ପ୍ରେମ ଜୀବନର ପରିସ୍ଥିତି ଆପଣଙ୍କ ବିପରୀତ ନଜର ଆସିପାରେ । ଏହି ସମୟରେ ପତ୍ନୀଙ୍କ ସହିତ କୌଣସି କଥାକୁ ନେଇ ବିବାଦ ବି ହୋଇପାରେ । ସେଥିପାଇଁ ତାଙ୍କର ଭାବନାର ଧ୍ୟାନ ରଖନ୍ତୁ ।

ମକର

ଆପଣଙ୍କ ପୈତୃକ ସମ୍ପତିରେ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ କ୍ଷେତ୍ରରେ ବି ଭଲ ଲାଭ ମିଳିବ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଚାକିରିରେ ଭଲ ଲାଭ ମିଳିବ । କିନ୍ତୁ ଏହି ସବୁ ମଧ୍ୟରେ ନିଜ ମା ଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖନ୍ତୁ ।

କୁମ୍ଭ

Image Courtesy: Google

ଏହି ସମୟରେ ଆପଣଙ୍କ ପ୍ରୟାସରେ ସଫଳତା ମିଳିବ । ଆପଣଙ୍କ ଜୋଶ ଓ ଉତ୍ସାହରେ ବୃଦ୍ଧି ଆସିବ । ଆପଣ ନିଡର ହୋଇ କାର୍ଯ୍ୟ କରିବେ । ଆପଣଙ୍କୁ କିଛି ନୂଆ ଲୋକମାନଙ୍କ ସହ ସାକ୍ଷାତ କରିବାର ଚାନ୍ସ ମିଳିବ । ଯେଉଁମାନେ ଆପଣଙ୍କ ବ୍ୟାପାରକୁ ନୂଆ ଦିଗ ଦେବାରେ ସାହାର୍ଯ୍ୟ କରିବେ ।

ମୀନ

ସୂର୍ଯ୍ୟଙ୍କ ଗୋଚର ଆପଣଙ୍କ ଧନ ଭାବରେ ରହିବ । ଏହି ସମୟରେ ଆପଣଙ୍କ ଧନରେ ବୃଦ୍ଧି ହେବ । ଆପଣଙ୍କ ଅଟକିଥିବା ଧନ ବି ମିଳିଯିବ । କିନ୍ତୁ ଆପଣଙ୍କ ବାଣୀରେ କିଛି ଭିନ୍ନତା ଆସିଯିବ । ଆପଣ ଲୋକମାନଙ୍କ ସହ କ୍ରୋଧିତ ହୋଇ କଥାବାର୍ତ୍ତା କରିବେ । ସମସ୍ତ ଗ୍ରହ ଗୋଚର ସମ୍ବଧୀୟ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *