ଆପଣ କଞ୍ଚା ପିଆଜ ଖାଆନ୍ତି କି, ଥରେ ଏହାକୁ ନିହାତି ପଢନ୍ତୁ

କଣ ଆପଣ ବି କଞ୍ଚା ପିଆଜ ଖାଆନ୍ତି । ଯଦି ଖାଆନ୍ତି ନାହିଁ ତେବେ ଆଜି ଠାରୁ ନିଶ୍ଚୟ ଖାଇବେ । ପିଆଜ ଖାଇବା ସମୟରେ ଆପଣଙ୍କ ଆଖିରୁ ଲୁହ ତ ନିଶ୍ଚୟ ଆସୁଥିବ କିନ୍ତୁ ଏହାର ଫାଇଦା ମଧ୍ୟ ବହୁତ ଅଟେ । କଞ୍ଚା ହେଉ ବା ସିଝା ପିଆଜ ଦୁଇଟି ହିଁ ରୂପରେ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । କିନ୍ତୁ କଞ୍ଚା ପିଆଜ ଖାଇବାର ଅଧିକ ଫାଇଦା ଥାଏ । କେବଳ କଞ୍ଚା ପିଆଜ ଖାଇବା ଦ୍ଵାରା ଆପଣ କେଉଁ କେଉଁ ରୋଗରୁ ବଞ୍ଚି ପାରିବେ ଆଜି ମୁଁ ଆପଣଙ୍କୁ କହିବି । ତେବେ ଚାଲନ୍ତୁ ଜାଣିବା ।

ଡାଇଜେସନରେ ସାହାର୍ଯ୍ୟ କରେ

କଞ୍ଚା ପିଆଜ ଡାଇଜେସନରେ ବହୁତ ସାହାର୍ଯ୍ୟ କରିଥାଏ । କଞ୍ଚା ପିଆଜରେ ଫାଇବାରର ମାତ୍ରା ଅଧିକ ଥାଏ । ଯାହା ଦ୍ଵାରା ଆପଣଙ୍କର ପେଟର ପୁରା ଖାଦ୍ୟ ଭଲ ଭାବେ ଡାଇଜେଷ୍ଟ ହୋଇଯାଇଥାଏ । କଞ୍ଚା ପିଆଜ ଖାଇବା ଦ୍ଵାରା ପେଟ ସଫା ହୋଇଥାଏ ଯାହା ଦ୍ଵାରା କବ୍ଜ ଦୂର ହୋଇଥାଏ ।

ବ୍ଲୀଡିଙ୍ଗରେ ସାହାର୍ଯ୍ୟକାରୀ

ସାଧାରଣତଃ ଗରମ ଦିନରେ ଗରମ ପବନ ବା ଲୁ ଲାଗିବା କାରଣରୁ କିଛି ଲୋକଙ୍କ ନାକରୁ ରକ୍ତ ବାହାରିଥାଏ । ଗରମ ଦିନେ ଆପଣଙ୍କୁ ଧ୍ୟାନ ରଖିବା ଉଚିତ କି ଆପଣ ପ୍ରତିଦିନ ଭଲ ଭାବେ କଞ୍ଚା ପିଆଜ ଖାଆନ୍ତୁ । ଯାହା ଦ୍ଵାରା ଆପଣଙ୍କ ନାକରୁ ରକ୍ତ ବାହାରିବା ବନ୍ଦ ହୋଇଯିବ ।

ତଣ୍ଟି ଦରଜ ଦୂର କରେ

ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଟନ୍ତି ଯାହାଙ୍କର ତଣ୍ଟି ସବୁବେଳେ ଖରାପ ରହିଥାଏ ଓ ଥଣ୍ଡା କାଶ ଲାଗି ରହିଥାଏ ତେବେ ଏହି ସହଜ ଉପାୟ କରନ୍ତୁ । ଆପଣ କଞ୍ଚା ପିଆଜର ରସ ବାହାର କରନ୍ତୁ । ଏହି ରସରେ ଆପଣ ମହୁ ମିଶାଇ ଦିନକୁ ଦୁଇ ଥର ଏକ ସପ୍ତାହ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ତଣ୍ଟି ଦରଜ ଥଣ୍ଡା କାଶ ଦୂର ହୋଇଯିବ ।

କ୍ୟାନ୍ସର ସେଲ୍ସକୁ ବୃଦ୍ଧି ହେବାରେ ଅଟକାଇଥାଏ

କଞ୍ଚା ପିଆଜରେ ସଲଫର ର ମାତ୍ରା ବହୁତ ଅଧିକ ଥାଏ । ଏହା କ୍ୟାନ୍ସର ସେଲ୍ସ କୁ ବଢିବାକୁ ଦେଇ ନଥାଏ । କ୍ୟାନ୍ସର ପେସେଣ୍ଟ ଙ୍କୁ କଞ୍ଚା ପିଆଜ ଖାଇବା ଦ୍ଵାରା ତାଙ୍କର ଚିକିତ୍ସା ରେ ବହୁତ ସାହାର୍ଯ୍ୟ ମିଳିଥାଏ ।

ଏନିମିଆରୁ ବଞ୍ଚାଏ

କଞ୍ଚା ପିଆଜ ଆପଣଙ୍କୁ ଏନିମିଆ ରୁ ବଞ୍ଚାଇପାରେ । ପିଆଜକୁ କାଟିବା ସମୟରେ ଆଖିରେ ଲୁହ ଆସିବାର କାରଣ ହୋଇଥାଏ ସେଥିରୁ ମିଳୁଥିବା ସଲଫର । ଯାହା ନାକ ଜରିଆରେ ଶରୀରକୁ ଯାଇଥାଏ । ଏହି ସଲଫର ଆପଣଙ୍କୁ ଏନିମିଆ ଠାରୁ ବଞ୍ଚାଇଥାଏ । ଯେତେବେଳେ ପିଆଜକୁ କାଟି ରାନ୍ଧି କରି ଖାଆନ୍ତି ତେବେ ଏହି ସଲଫର ନଷ୍ଟ ହୋଇଯାଇଥାଏ । ତେଣୁ କଞ୍ଚା ପିଆଜ ଅବଶ୍ୟ ଖାଆନ୍ତୁ । ଆପଣଙ୍କୁ ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପସନ୍ଦ ଆସିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହିଁ କିଛି ନୂଆ ନୂଆ ସୂଚନା ପାଇବା ପାଇଁ ଆମ ପେଜକୁ ଲାଇକ କାରନ୍ତୁ ।

Leave a Reply

Your email address will not be published. Required fields are marked *