କଣ Ukraine ଉପରେ Russia ପକେଇବା ‘ଫାଦର ଅଫ୍ ଅଲ୍ ବମ୍’ ଯାହାର Power ଆଗରେ ଥରେ ପୁରା ବିଶ୍ଵ !

ବନ୍ଧୁଗଣ ବର୍ତ୍ତମାନ ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ପୁନ୍ନଛେତ ହେବା ପରେ ଏବେ ସାମ୍ନା ସାମ୍ନି ହେଲେ ଦୁଇ ଦେଶ ।

ଯୁଦ୍ଧର ଏହି ବିପଦ ମଧ୍ୟରେ ଋଷିଆ ଏକା ଥିବା ବେଳେ ୟୁକ୍ରେନ ସହ ଅଛନ୍ତି ୟୁରୋପର ଅନେକ ଦେଶ ଏବଂ ଆମେରିକା । ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଋଷ ପାଖରେ ରହିଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବୋମା ଯାହାର ନାଁ ‘ଫାଦର ଅଫ ଅଲ ବମ୍’ । ଏହି ବୋମା ନିମିସକେ ପୁରା ଅଞ୍ଚଳକୁ ଛାରଖାର କରିଦେବ । ଏହାର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବେ ।

ତେବେ ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ଋଷ ରାଷ୍ଟ୍ରପତି ଏହି ବୋମାକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ସକାଳୁ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଋଷ ପକ୍ଷରୁ ୟୁକ୍ରେନର ଚାରି ପଟରୁ ଆକ୍ରମଣ କରାଯାଉଛି । ଋଷ ରାଷ୍ଟ୍ରପତି ପ୍ରଥମେ ଆକ୍ରମଣ ପାଇଁ ଘୋଷଣା କରିଥିଲେ । ଏହା ସହ ଅନ୍ୟ ଦେଶ ମାନଙ୍କୁ ମଧ୍ୟ ଚେତାବନୀ ଦେଇ କହିଥିଲେ ଋଷ ଆଉ ୟୁକ୍ରେନ ମାମଲାରେ କେହି ହସ୍ତକ୍ଷେପ କରନ୍ତୁ ନାହିଁ ।

ଯଦି କେହି ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି ତେବେ ପରିସ୍ଥିତି ଭୟାବହ ହେବ । ଏଭଳି ପରିଣାମ ହେବ ଯେ, ଯାହା ପୂର୍ବରୁ କେବେ କେହି ଦେଖି ନଥିବେ । ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ୟୁକ୍ରେନର ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଏହି ଆକ୍ରମଣ ଆବଶ୍ୟକ ଥିଲା । ତେବେ ଋଷ ପକ୍ଷରୁ ୟୁକ୍ରେନ ବିରୋଧରେ ଲଗାତାର ମିଜାଇଲ ମାଡ ଜାରି ରହିଛି । ଆଉ ୟୁକ୍ରେନର ଅନେକ ସ୍ଥାନରେ ବିସ୍ପରଣ ଘଟିଛି ।

କେତେକ ବ୍ରିଟିଶ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ଋଷ ରାଷ୍ଟ୍ରପତି ପୁଟିନ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବୋମା ‘ଫାଦର ଅଫ ଅଲ ବମ୍’କୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *