କଣ ସତରେ ସମୁଦ୍ର ଗର୍ଭରେ ମିଶିଯିବ Paradeep ସହର ! କେବେ ଓ କେମିତି ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଶୁଣିଥିବେ ଯେ, ସମୟ ବଡ ବଳବାନ । ଯିଏ ବି ଆକୁ କହିଛି ସେ ପରିସ୍ଥିତିକୁ ଭାବି ଚିନ୍ତି କହିଛି । ବନ୍ଧୁଗଣ ଆଉ ଆମ ମାନଙ୍କ ପାଖରେ ସମୟ ନାହିଁ ବୋଲି ଆମ ଓଡିଶାବାସୀଙ୍କୁ ସୁଚାଇ ଦେଉଛି । ଆପଣ ଏହାକୁ ହସରେ ଉଡାଇ ପାରନ୍ତି ହେଲେ ଏହା ଏକଦମ ସତ । ଆଉ କିଛି ବର୍ଷ ପରେ ସମୁଦ୍ର ଭିତରେ ଆମ ଓଡିଶାର ପାରାଦୀପ ଜିଲ୍ଲା ଚାଲିଯିବ । ସମୁଦ୍ରର ଅଧା ଫୁଟରୁ ତିନି ଫୁଟ ତଳେ ଥିବା ଓଡିଶାର ବନ୍ଦର ଇଲାକା ପାରାଦୀପ ଅଛି ।

ଆପଣଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ପ୍ରକୃତି କେଉଁ ଭଳି ରୂପ ବଦଳାଉଛି ସେ ବିଷୟରେ ଆମେ ଅବଗତ ନୁହେଁ । ଯେଉଁ ବେଳାଭୂମି ପାଖରେ ହଜାର ହଜାର ଲୋକ ନିଜ ପରିବାର ସହ ଚଳୁ ଛନ୍ତି ଥରେ ଭାବିଲେ କଣ ହେବ ସେମାନଙ୍କର । ତେବେ ଆସନ୍ତୁ ଜାଣିବା ଏହି ଘଟଣା କେତେ ଦୂର ସତ ।

କଣ ସତରେ ପାରାଦୀପ ସମୁଦ୍ରରେ ଲୀନ ହୋଇଯିବ ସେହି ବିଷୟରେ । ଆମେରିକାର ସ୍ପେସ ଏଜେନ୍ସି ନାସା ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ସ୍ପର୍ଷ୍ଟ ରୂପେ କୁହାଯାଇଛି ଯେ, ୨୧୦୦ ମସିହା ବେଳକୁ ବିଶ୍ଵକୁ ଅତ୍ୟଧିକ ଉତ୍ତାପର ସମ୍ମୁଖୀନ ହେବାକୁ ପଡିବ । ଏହି ସମୟ ମଧ୍ୟରେ ଯଦି ଅଙ୍ଗାରକାମ୍ଳ ବାହାରିବା ଆଉ ପ୍ରଦୂଷଣ ବନ୍ଦ ନହୁଏ ତେବେ ତାପମାତ୍ରା ୪.୪ ଡିଗ୍ରୀ ସେଲସିଏସ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଯଦି ବନ୍ଧୁଗଣ ତାପମାତ୍ରା ବୃଦ୍ଧି ପାଇବ ତା ହେଲେ ଗଚ୍ଛିତ ଥିବା ବରଫ ତରଳି ଯିବ । ଆଉ ତରଳକି ବରଫ ତାଣ୍ଡବ ରଚିବ । କହିବାକୁ ଗଲେ ସାମୁଦ୍ରିକ ଅଞ୍ଚଳରେ ଏହା ବିନାଶ ଘଟେଇବ । ସମଗ୍ର ବିଶ୍ଵରେ ଆଗାମୀ କିଛି ବର୍ଷ ପରେ କେତେ ଜଳ ସ୍ତର ବୃଦ୍ଧି ହେବ ସେନେଇ ନାସା ଏକ ସ୍ଵତନ୍ତ୍ର ମାନଦଣ୍ଡ ପ୍ରସ୍ତୁତ କରିଛି । ୨୧୦୦ ମସିହା ବେଳକୁ ଭାରତର ୧୨ଟି ସହରରେ ସମୁଦ୍ର ଜଳ ପ୍ରାୟ ଅଧ ଫୁଟରୁ ନେଇ ୩ ଫୁଟ ଯାଏଁ ବହିଯିବ ।

ଯେତେ ଗରମ୍ ହେବ ସେତେ ଅଧିକ ସମୁଦ୍ରର ଜଳ ସ୍ତର ବଢିବ । ଆକଳନ ଅନୁସାରେ ପାରାଦୀପ ସମୁଦ୍ର ଜଳ ସ୍ତର ୧.୯୩ ଫୁଟ ବୃଦ୍ଧି ପାଇବ । ସମୁଦ୍ର ଜଳ ସ୍ତର ବଢିବା ଦ୍ଵାରା ଖୁବ ଆର୍ଥିକ କ୍ଷୟ ଘଟିବ । ଏହା ବ୍ୟବସାୟ କେନ୍ଦ୍ର ହୋଇଥିବା ବେଳେ ଏଠାରେ ମାଛ ଓ ତୈଳ କାରବାର ହୁଏ ।

ବୈଜ୍ଞାନିକ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯଦି ଆମେ ପ୍ରଦୂଷଣ ନିୟନ୍ତ୍ରଣ ନକରିବା ତ ଭୀଷଣ ଗରମ ସହ ଅନିୟନ୍ତ୍ରିତ ଜଳବାୟୁର ସାମ୍ନା କରିବାକୁ ପଡିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *