କଣ ସତରେ ଦୀପିକାଙ୍କୁ ଆପଣେଇବେ ଶାଶୁ, ଦେଖନ୍ତୁ ସେ କଣ କହିଲେ ?

ବନ୍ଧୁଗଣ ଦୀପିକା ଦିନେଶଙ୍କୁ ଚାହୁଁ ଥିବା ବେଳେ ଦିନେଶଙ୍କ ମାଆ କହୁଛନ୍ତି କୋର୍ଟ ଉପରେ ଭରସା ଅଛି । ଦିନ ଗଡୁଛି ସମୟ ବି ଗଡୁଛି ହେଲେ ଦୀପିକାଙ୍କ ପାଖରେ କେହି ବି ନାହାନ୍ତି । ଦୀପିକା ଅଭିଯୋଗ କରୁଛନ୍ତି ଯେ, ମୋ ଶାଶୁ ଘର ପରିବାର ଲୋକେ ମୁଁ ରହୁଥିବା ସ୍ଥାନକୁ ଅଳିଆ ଫିଙ୍ଗୁ ଛନ୍ତି । କିନ୍ତୁ ଶାଶୁ କହୁଛନ୍ତି ସେ ସବୁ ମିଛ । ଦୁଇ ଦିନ ତଳେ ଦୀପିକା କହିଥିଲେ ତାଙ୍କ ଘରେ ଥିବା କୁକୁର ମୁଁ ଦେଇଛି ।

ସେ କୁକୁରର ଦାମ ଥିଲା 18 ହଜାର । ଦିନେଶ ମୋତେ ମାଗି ଥିଲେ ମୁଁ ତାଙ୍କୁ ଗିଫ୍ଟ ଦେଇଥିଲି । ଏପଟେ ଦିନେଶଙ୍କ ମାଆ କହୁଛନ୍ତି ମୁଁ ଭୁବନେଶ୍ବର ଯାଇଥିଲି ଜଣେ ସମ୍ପର୍କୀୟଙ୍କ ଘରକୁ ସେଇଠୁ ମୁଁ 20 ହଜାର ଟଙ୍କା ଦେଇ କୁକୁର ଆଣିଥିଲି । ସେ ଯାହା ବି ଆମ ପରିବାର ନାଁରେ କହୁଛି ସବୁ ମିଛ କେବଳ ଆମକୁ ଫସାଇ ଲୋକ ଲଜ୍ଜା କରିବାକୁ ଚାଲିଛି ପ୍ଳାନ । ଏଥିରେ ସମାଜ ସେବି ପ୍ରମିଳା ତ୍ରିପାଠୀ ଆମକୁ ହାରାସ କରୁଛନ୍ତି ।

ଖାଲି ପ୍ରେମ ପ୍ରେମ କହି ଆମ ଫଟୋ ଚାରି ଆଡେ ଲଗାଇ ଏକ ପ୍ରକାରର ନିର୍ଯାତନା କରିଲା ଭଳି ଲାଗୁଛି । ଯେଉଁ ଦିନ ଠାରୁ ସେ ଆମ ନାଁରେ କେସ ଦେଲାଣି ଆମ ନିଦ ହଜି ଗଲାଣି । ଏବେ କିନ୍ତୁ ଆମେ ଆହୁରି ଅଧିକ ଚିନ୍ତାରେ ରହିଛୁ ଯଦି ତାର ଭଲ ପାଇବା ଥିଲା ତା ହେଲେ ମୋ ପୁଅ ନାଁରେ କାହିଁକି କେସ ଦେଲା । ଏବେ ଏଇଠି ବସିକି କହୁଛି ମୋତେ ନ୍ୟାୟ ଦିଅ ।

ସେ ଏୟା ମଧ୍ୟ କହିଛନ୍ତି ତାଙ୍କୁ ବୋହୁ ପରି ଗ୍ରହଣ କରିବାର ନାହିଁ । କାରଣ ଏ ପର୍ଯ୍ୟନ୍ତ ସେ ମୋ ପୁଅ ନାଁରେ ଦେଇଥିବା ରେପ କେସ ଉଠାଇ ନାହିଁ । ସେ ବେଲ ପ୍ରଥମେ କ୍ୟାନସେଲ କରୁ ତା ପରେ ମୁଁ ତାକୁ ବୋହୁ ରୂପରେ ଗ୍ରହଣ କରି ଘରକୁ ନେବି । ଦିନେଶଙ୍କର ମାଆ କହିଛନ୍ତି ପ୍ରମିଳା ତ୍ରିପାଠୀଙ୍କର କିଛି ଏଇଠି ରୋଲ ନାହିଁ ସେ କାହିଁକି ଆମର ହାରାସ କରୁଛନ୍ତି ।

ମୁଁ ଉଭୟଙ୍କ ପ୍ରେମ ସମ୍ପର୍କ ବିଷୟରେ କିଛି ଜାଣି ନଥିଲି ଯେଉଁ ଦିନ ମୋତେ ପୋଲିସ ଷ୍ଟେସନରୁ ଫୋନ ଆସିଥିଲା ସେଦିନ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ଆଉ ଜାଣିବାକୁ ପାଇଥିଲି ମୋ ପୁଅ ନାଁରେ ରେପ କେସ ହେଇଛି । ତେବେ ଏଇଠି ସତ କିଏ କହୁଛି ଦୀପିକା ନା ଦିନେଶଙ୍କ ମା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *