ପାକିସ୍ତାନ କରୁଥିଲା ଖେଳ, ଖୋଲିଗଲା ସବୁ ଷଡଯନ୍ତ୍ର ! Pak ରୁ ଆସିଥିବା ଆତଙ୍କବାଦୀ ଧରା ପଡିବା ପରେ ବଖାଣିଲେ ସବୁ କିଛି, ଦେଖନ୍ତୁ ସେ କଣ କହିଲେ…

‘ମୋତେ ପଠାଇଥିଲା ପାକିସ୍ତାନ ସେନା’ । ନିଜର ସୁଇସାଇଡ଼ ମିଶନ ସମ୍ପର୍କରେ କ୍ୟାମେରା ଆଗରେ ବଖାଣିଛି ଆତଙ୍କବାଦୀ । କହିଛି ମୋତେ ୩୦,୦୦୦ ପାକିସ୍ତାନ ମୁଦ୍ରା ଦେଇ ଭାରତୀୟ ସେନା କୁ ଟାର୍ଗେଟ କରିବାକୁ ପଠାଇଥିଲେ ପାକିସ୍ତାନ ସେନା ର କର୍ଣ୍ଣେଲ । ପାକ ଅଧିକୃତ କାଶ୍ମୀର ରୁ ଆସିଥିବା ଆତଙ୍କବାଦୀ ତବରକ ହୁସେନ ଙ୍କୁ ଗତ ୨୧ ତାରିଖରେ ପ୍ରବେଶ ଉଦ୍ୟମ ବେଳେ ଏଲ ଓ ସି ନିକଟରେ ଧରା ଯାଇଥିଲା ।

ସେ ଗୁରୁତର ଅବସ୍ଥାରେ ଧରା ପଡ଼ିଥିଲା । ତାକୁ ଭାରତୀୟ ସେନା ପକ୍ଷରୁ ଚିକିତ୍ସା କରାଯାଉଛି । ତବରକ ହୁସେନ ଙ୍କ ଘର ପିଓକେ ଅଧିନସ୍ଥ ହୋଇଥିବା ବେଳେ ସେ ପୂର୍ବରୁ ୨୦୧୬ ମସିହାରେ ଭାରତ କୁ ଏଲଓସି ଡେଇଁ ଆସିଥିବା କହିଛି । ତାକୁ ଚିକିତ୍ସା କରୁଥିବା ସେନା ଡାକ୍ତର ବ୍ରିଗେଡିୟର ରାଜୀବ ନାୟର କହିଛନ୍ତି ଯେ, ତବରକ ର ଜଙ୍ଘ ଏବଂ କାନ୍ଧରେ ୨ ଗୁଳି ବାଜିଥିଲା ଏବଂ ପ୍ରଚୁର ରକ୍ତ ବୋହି ଯାଇଥିଲା ।

ତାକୁ ବଞ୍ଚାଇବା ପାଇଁ ସର୍ଜରୀ କରାଯିବା ସହିତ ତିନି ବୋତଲ ବିରଳ ‘ଓ ନେଗେଟିଭ’ ଗ୍ରୁପ ର ରକ୍ତ ମଧ୍ୟ ଦିଆଯାଇଛି । ଏବେ ସେ ସେନା ହସ୍ପିଟାଲ ଆଇସିୟୁ ରେ ଅଛି ଏବଂ ତାର ଅବସ୍ଥା ସ୍ଥିର ରହିଛି । ତେବେ ସେ ଆତ୍ମଘାତୀ ହମଲା କରି ଯେଉଁ ଭାରତୀୟ ସେନାର ରକ୍ତ ବୁହାଇବାକୁ ଆସିଥିଲା ସେହି ଭାରତୀୟ ସେନା ତାକୁ ରକ୍ତ ଦେଇ ବଞ୍ଚାଇଛନ୍ତି ବୋଲି କହିଛନ୍ତି ବ୍ରିଗେଡିୟର ନାୟର ।

ଅନ୍ୟ ପକ୍ଷ ରେ ଗତ ୪୮ ଘଣ୍ଟା ଭିତରେ ଦୁଇ ଦୁଇଟି ବଡ଼ ଅନୁପ୍ରବେଶ ଉଦ୍ୟମ ରୋକାଯାଇ ପାରିଥିବା ସେନା ତରଫରୁ କୁହାଯାଇଛି । ଏଥିରେ ଦୁଇ ଜଣ ଅନୁପ୍ରବେଶକାରୀ ପ୍ରାଣ ହରାଇଛନ୍ତି । ବନ୍ଧୁକ ଗୁଳି ପାକିସ୍ତାନୀ ମୁଦ୍ରା ଆଦି ଜବତ କରାଯାଇଛି ।

ଧରା ପଡିଥିବା ଆତଙ୍କବାଦୀ ୨୦୧୬ ରେ ଅନୁପ୍ରବେଶ କରି ଧରା ପଡ଼ିଥିଲା ଏବଂ ୨୦୧୭ ରେ ତାକୁ ମାନବୀୟତା ଦେଖାଇ ଭାରତୀୟ ସେନା ପାକିସ୍ତାନ କୁ ଫେରାଇ ଦେଇଥିଲେ ବୋଲି କହିଛନ୍ତି ସେନା ପକ୍ଷ । ଏହି ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ ସ୍ୱୟଂ ଆତଙ୍କବାଦୀ ତବରକ ହୁସେନ ମଧ୍ୟ ମିଡିଆ ସାମ୍ନା ରେ କହିଛି । ଯାହାର ପ୍ରତ୍ୟକ୍ଷ ପ୍ରତିକ୍ରିୟା ନେଇଛନ୍ତି ଭାରତୀୟ ମିଡିଆ ।ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *