କଣ ୧୫ ଜୁନରୁ ପୁଣି ଥରେ ଲାଗୁ ହେବ ଲକ ଡାଉନ ? ଏହି ୫ ଟି ରାଜ୍ୟ ଦେଲେ ସଂକେତ

ଦୁନିଆରେ କରୋନା ଭାଇରସ ନିଜର ପ୍ରଭାବ ସମ୍ପୂର୍ଣ୍ଣ ଭାବରେ ଜାରି ରଖିଛି । ଏମିତିରେ ସରକାର ସବୁପ୍ରକାର ଚେଷ୍ଟା କରୁଛନ୍ତି କରୋନା ଭାଇରସ ସହିତ କେମିତି ଲଢ଼ିହେବ ଯେମିତି ସବୁ ବ୍ୟକ୍ତି ସୁରକ୍ଷିତ ରହିବେ ଓ କରୋନା ଭାଇରସର ଶିକାର ନ ହେବେ, ସେଥିପାଇଁ ସରକାର ଲକ ଡାଉନ ଜାରି କରିଥିଲେ । ଲକ ଡାଉନ ଲାଗିବା ପରେ ବହୁତ ଲାଭ ମଧ୍ୟ ଦେଖିବାକୁ ମିଳିଥିଲା ।

ଏବେ କେନ୍ଦ୍ରରେ ଢିଲା ଦେବା ସହିତ ଅନଲକ -୧ ର ମଧ୍ୟ ଆରମ୍ଭ କରିଦେଇଛନ୍ତି , ଯେଉଁଥିପାଇଁ ସବୁଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି , ଭାରତ କରୋନା ସମ୍ପର୍କରେ ଦୁନିଆରେ ଚତୃଥ ନମ୍ୱରରେ ପହଞ୍ଚି ସାରିଲାଣି । ଏ ପର୍ଯ୍ୟନ୍ତ ଦେଶରେ ୩ ଲକ୍ଷ ହଜାର ରୁ ଅଧିକ କେଶ ସାମ୍ନାକୁ ଆସି ସାରିଛି । ସେଇଠି ୮୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।

ପଞ୍ଜାବ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ଖବର ଅନୁଯାୟୀ , ପଞ୍ଜାବରେ ଏହି ଦୁଇ ମାସରେ କରୋନା ମହାମାରୀ ଚରମରେ ପହଞ୍ଚି ଯିବ । ଏହା ଆଗରୁ ମଙ୍ଗଳବାର ଦିନ ସିଏମ ଅମରେନ୍ଦ୍ର ସିଂହ ପ୍ରଚାର କଲେ କି ୱିକେଣ୍ଡ ଓ ପବ୍ଲିକ ହଲିଡେ ସବୁପ୍ରକାରର ଗତିବିଧି ଉପରେ ରୋକ ଲଗାଯାଉ । ଏଥି ମଧ୍ୟରେ କେବଳ ଆବଶ୍ୟକିୟ ସେବା ପାଇଁ ଟ୍ରାଫିକ ଜାରି ରହିବ । ସେଥିପାଇଁ ତାଙ୍କୁ ଇ-ପାସ ଡାଉନଲୋଡ କରିବାକୁ ପଡ଼ିବ । କିନ୍ତୁ ଇଣ୍ଡଷ୍ଟ୍ରି ସବୁ ଖୋଲା ରହିବ ।

ଏହା ଛଡା ସିଏମ ଅମରେନ୍ଦ୍ର ସିଂହ କହିଲେ, ଦିଲ୍ଲୀରୁ ପଞ୍ଜାବକୁ ପ୍ରତିଦିନ ୫୦୦-୮୦୦ ବାହନ ଆସୁଛି । ସେଥିପାଇଁ ଏମାନଙ୍କ ପାଇଁ କଡ଼ା ନିୟମ ପାଳନ କରିବାର ଆବଶ୍ୟକ ଅଛି । ଏହି ସମସ୍ତଙ୍କର ଟେଷ୍ଟିଂ ଆବଶ୍ୟକ ଅଛି । ସେଇଠି ଲଗାତାର ବଢୁଥିବା କେଶକୁ ଦେଖି ମାଡ୍ରାସ ହାଇକୋର୍ଟ ସରକାରଙ୍କୁ ପଚାରିଲା କି ଚେନାଇ ରେ କଣ ପାଇଁ ଲକ ଡାଉନ ଲାଗୁ କରା ଯାଉ ନାହିଁ । ସରକାରଙ୍କୁ ଏହି ବିଷୟରେ ଶୁକ୍ରବାରକୁ ଜବାବ ମାଗିଛନ୍ତି ।

ତାମିଲନାଡୁର ସମସ୍ତ କେଶରେ ୭୦% କେଶ କେବଳ ଚେନାଇରୁ ହିଁ ଆସିଛି । ସେଠି ୨୫୮ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । କେରଳ କଂଗ୍ରେସ ସମର୍ଥିତ ଝାଡ଼ଖଣ୍ଡରେ ଗୁରୁବାର କୁ ସିଏମ ହେମନ୍ତ ସୋରେନ ସାରା ରାଜ୍ୟରେ ପୁରା ପୁରି ଲକ୍ ଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା କାରଣରୁ ବଢୁଥିବା କେଶ ବିଷୟରେ ଖବର ମିଳିପାରିବ ।

ଏହା ବ୍ୟତୀତ କେରଳ ପୁଣିଥରେ କଣ୍ଟେନମେଣ୍ଟ ଜୋନ ବନେଇବା ଓ ସେଠାରେ କଡ଼ା ନିୟମ ବନେଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋର ଓ ଭୋପାଳରେ କରୋନା ଭାଇରସର ସବୁଠୁ ଅଧିକ କେଶ ସାମ୍ନାକୁ ଆସିଛି । ଏଥିପାଇଁ ରାଜ୍ୟ ସରକାର ନିର୍ଣ୍ଣୟ କରିଛନ୍ତି କି ରାଜଧାନୀ ୱିକେଣ୍ଡ ରେ ଦୁଇ ଦିନ ବନ୍ଦ ରହିବ । ସେଇଠି ଭୋପାଳ ସପ୍ତାହରେ କେବଳ ୫ ଦିନ ଖୋଲିବ । ଗୃହ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ନରତୋମ ମିଶ୍ରା କହିଛନ୍ତି ,ପୁରା ପ୍ରଦେଶ ଏବେ ସମ୍ଭାଳି ସାରିଛି , ଏବେ ଭୋପାଳ ଉପରେ ମୁଖ୍ୟ ଫୋକସ ହେବ । ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *